ନୀତି

ମଡେଲିଂ ଛାଡ଼ି ଧର୍ମଯାଜକ ସାଜିଲେ ଇଟାଲିର ଆକର୍ଷଣୀୟ ଯୁବକ – Utkal Mail


୨୦୧୯ରେ ଇଟାଲିର ସବୁଠୁ ଆକର୍ଷଣୀୟ ଯୁବକର ମାନ୍ୟତା ପାଇଥିଲେ ୧୯ ବର୍ଷୀୟ ମଡେଲ୍ ଏଡୋଆର୍ଡୋ ସାଣ୍ଟିନି। ସେ ଏବେ ୨୧ ବର୍ଷରେ ପଦାର୍ପଣ କରିବା ପରେ ମଡେଲିଂ କ୍ୟାରିଅରକୁ ବିଦାୟ ଜଣାଇ ଜଣେ ଖ୍ରୀଷ୍ଟିଆନ୍ ଧର୍ମଯାଜକ ସାଜିବାର ନିଷ୍ପତ୍ତି ନେଇଛନ୍ତି। ନିଜର ଆକର୍ଷଣୀୟ ଚେହେରା ଓ ଚୁମ୍ବକୀୟ ଆଚରଣ ପାଇଁ ଖ୍ୟାତ ସାଣ୍ଟିନି ମଡେଲିଂ ପରି ଲୋଭନୀୟ କ୍ୟାରିଅରକୁ ପଛରେ ପକାଇ ଏକ ଆଧ୍ୟାତ୍ମିକ ଯାତ୍ରା ପୂର୍ବକ ଚର୍ଚ୍ଚ ଦ୍ବାରା ନିଯୁକ୍ତ ହୋଇଛନ୍ତି।

ସାଣ୍ଟିନି ପିଲାବେଳୁ ତାରକା ହେବାର ସ୍ବପ୍ନ ଦେଖିଥିଲେ। ଏହା ପରେ ସେ ନାଟକ ଓ ନୃତ୍ୟରେ ଦକ୍ଷତା ହାସଲ କରି ଏକ ସମୃଦ୍ଧ କ୍ୟାରିଅର ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଥିଲେ। ତେବେ ନିକଟରେ ତାଙ୍କର ମନ ଧର୍ମ ଓ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେବାରୁ ସେ ଭୌତିକ ସୁଖ ପରିତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଧର୍ମକୁ ଗୁରୁତ୍ବ ଦେଇ ସେ ନିଜର ମଡେଲିଂ କ୍ୟାରିଅର ସବୁଦିନ ପାଇଁ ଛାଡ଼ିଦେବେ। ସେ ନିଜକୁ ଭଗବାନଙ୍କ ନିକଟରେ ସମର୍ପି ଆଗକୁ ନୂଆ ଶୈଳୀରେ ଜୀବନଯାପନ କରିବେ ବୋଲି ତାଙ୍କର ଏକ ଇନ୍‌ଷ୍ଟାଗ୍ରାମ ଭିଡିଓରେ ପ୍ରକାଶ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button