ଧର୍ମ

Vastu Shastra – ଯଦି ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ ଜାଣିବେ ଶନିଦେବ ଆପଣଙ୍କ ଉପରେ କରିଛନ୍ତି କୃପା, କୋଟି କୋଟି ଟଙ୍କା କରଜରୁ ବି ମିଳିଯିବ ମୁକ୍ତି

ଆଜି ଏହି ଲେଖାରେ ଆମେ ଜାଣିବା ଯେଉଁ ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଥାଏ ତାଙ୍କର କିଛି ଲକ୍ଷଣ ରହିଥାଏ । ଏହିଭଳି ବ୍ୟକ୍ତିଙ୍କୁ ଶନି ଦେବ ଦଣ୍ଡ ବି ଦେଲେ ତାକୁ ସୁଧାରି ବାକୁ ଦେଇଥାନ୍ତି , ତେଣୁ ଯଦି ଆପଣଙ୍କ ଜୀବନ କଷ୍ଟରେ ଅଛି ଶନି ମନ୍ଦିର ଯାଇ ଶନି ଦେବଙ୍କୁ ପ୍ରାଥନା ନିଶ୍ଚିତ କରନ୍ତୁ । ଶନି ଦେବ ଆପଣଙ୍କୁ କଷ୍ଟ ଏଥିପାଇଁ ବି ଦିଅନ୍ତି ଆପଣ ସୁଧୁରି ଯାଆନ୍ତୁ ଆଉ ଆପଣଙ୍କ ଜୀବନ ସୁଖମୟ ହେଉ । ତେବେ ଚଲାନ୍ତୁ ଜାଣିବା କଣ ସେହି ଲକ୍ଷଣ ଯାହା ଦେଖାଦେଲେ ଆପଣ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ଅଛି ।

ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ଲକ୍ଷଣ ଯାହାଙ୍କ ଉପରେ ଶନି ଦେବ କୃପା କରିଥାନ୍ତି । ଯଦି ଶନି ଦେବ କେଉଁ ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ତାହା ଜୀବନରେ କିଛି ବିଶେଷ ସଙ୍କେତ ଦେଖା ଦିଏ । ଏମିତି ଲୋକ ହାଲ୍କା ପତଳା ହୋଇଥାନ୍ତି , ସେହି ବ୍ୟକ୍ତି ପୁରା ଦୋଷ ମୁକ୍ତ ଥାଏ ଆଉ ଧୀରେ ଧୀରେ ଆଧ୍ୟାତ୍ମିକ ଆଡକୁ ମନ ବଳେଇଥାଏ । ଏହି ଲୋକ ମାନେ ଦେବୀ ଦେବତା ଉପରେ ଆରମ୍ଭରୁ ବିଶ୍ଵାସ ରଖନ୍ତି ନାହିଁ କିନ୍ତୁ ଧୀରେ ଧୀରେ ବିଶ୍ଵାସ ବଢିବାରେ ଲାଗିଥାଏ ।

ଏହିପରି ଲୋକଙ୍କୁ ଛୋଟ ବୟସରେ ଅସ୍ତି ଜନିତ ରୋଗ ଧରିନେଇଥାଏ , ଗୋଡ ମୋଡି ହୋଇଯିବା , ଗୋଡ ହାତ ଭାଙ୍ଗିବା , ଗଣ୍ଠି ଦରଜ ଆଦି ରହିଥାଏ । ଯଦି ଆପଣଙ୍କର ଏଭଳି ଲକ୍ଷଣ ଦେଖାଯାଉଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଦ୍ରୁଷ୍ଟି ଅଛି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ସେମାନେ ବଡରୁ ବଡ ବିପଦରୁ ରକ୍ଷା ପାଇଥାନ୍ତି । ବିପଦ କେତେ ବଡ ହେଉ ନା କାହିଁକି ସମାଧାନ ବାହାରି ଆସିଥାଏ , ମାନେ କେତେ କଷ୍ଟ ହେଉ ନା କାହିଁକି ତାଙ୍କୁ ଅଧିକ କ୍ଷତି ହୋଇ ନଥାଏ ।

ଏହି ପ୍ରକାର ବ୍ୟକ୍ତି କାହାର ସାହାର୍ଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ ଅବା କାହା ସାହାଯ୍ୟ ନେଇ ଆଗକୁ ବଢିଥାନ୍ତି । ଏଭଳି ଲୋକ ବହୁ ଛୋଟ କାମକୁ ଆରମ୍ଭ କରି ବହୁତ ବଡ ମଣିଷ ହୋଇ ଯାଇଥାନ୍ତି । ଯଦି ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଅଛି ତେବେ ଆପଣ ସବୁବେଳେ ନିଜକୁ ସ୍ୱତନ୍ତ୍ର ଆଉ ମଜବୁତ ଭାବରେ ଦେଖେଇଥାନ୍ତି , ଆଉ ତାହା ଆପଣ ହୋଇଥାନ୍ତି ମଧ୍ୟ । ଆପଣ ଜଣେ ଭାବୁକ ଲୋକ ହୋଇଥାନ୍ତି । ଆପଣ କାହା ସହିତ ମିଶନ୍ତି ତ ତାହା ସହିତ ଆପଣଙ୍କ ସମ୍ବନ୍ଧ ଦୃଢ ହୋଇ ଯାଇଥାଏ , ଆଉ ଆପଣ ତାଙ୍କ ସାଥ ଛାଡିବା ପସନ୍ଦ କରନ୍ତି ନାହିଁ ।

ଆପଣ ମିଛ, ଛଳ, କପଟୀ ଲୋକକୁ ଘୃଣା କରନ୍ତି । ଆପଣ ଏଭଳି ଲୋକକୁ ନିଜ ସାଥିରେ ରଖିବାକୁ ପସନ୍ଦ କରନ୍ତି ନାହିଁ , ଆପଣ ସବୁ କାମକୁ ଅନୁଶାସନରେ କରିଥାନ୍ତି । କାମରେ ଯେତେବେଳ ପର୍ଯ୍ୟନ୍ତ ସଫଳତା ମିଳିନଥାଏ ଆପଣ ଲଗାତର ଚେଷ୍ଟା କରିଥାନ୍ତି । ଶନି ଦେବ ଆପଣଙ୍କ ଏହି ଚେଷ୍ଟା ଯୋଗୁଁ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଶେଷରେ ଆପଣଙ୍କୁ ସଫଳତା ଦେଇଥାନ୍ତି । ଯଦି ଶନି ଦେବଙ୍କ କୃପା ପରେ ବି ଜୀବନରେ ସଂଘର୍ଷ ଜାରି ରହିଥାଏ , ତେଣୁ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ନିଶ୍ଚିତ କରନ୍ତୁ , ତାଙ୍କୁ ପ୍ରସନ୍ନ କରିବାକୁ ସୋରିଷ ତେଲ ଦାନ କରିବା , ବ୍ୟବହାର କରିବା ଅନୁକୂଳ ପରିଣାମ ଦେଇ ଥାଏ ।

ଶନିଙ୍କ କୃପା ପାଇବା ପାଇଁ ଶନି ଦେବଙ୍କୁ ସୋରିଷ ତେଲରେ ପୂଜା , ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଜଳେଇବା ଦରକାର । ଯଦି ଆପଣ ଶନି ଦେବଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଶନି ମନ୍ଦିର ଯାଇ କଳା ବସ୍ତ୍ର ଦାନ ନିଶ୍ଚିତ କରନ୍ତୁ , ଶନି ଦେବଙ୍କ ଉପରେ ତେଲ ଚଢାନ୍ତୁ , ତାଙ୍କୁ ପ୍ରାଥନା କରନ୍ତୁ । ଶନି ଦେବ ଜୀବନରେ କଷ୍ଟ ତ ଦିଅନ୍ତି , କିନ୍ତୁ ପ୍ରସନ୍ନ ହେଲା ପରେ ଯେଉଁ ସଫଳତା ଦିଅନ୍ତି ମଣିଷ ନିଜ ଜୀବନରେ କେବେ ବି ତାହା କଳ୍ପନା କରିନଥାଏ । ଏହି ସବୁ ଲକ୍ଷଣ ଥିଲେ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button