ଓଡିଶା

ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ଜାତୀୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟକ୍ରମ

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଶାଣିମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ୍ ସେବା ସମିତି କେସିଙ୍ଗା ତରଫରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ହୃଷୀକେଶ ଖେମୁଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେସିଙ୍ଗା ଓକିଲ ସଂଘର ସଭାପତି ଆଇନଜୀବୀ ପ୍ରକାଶ ଦାସ, ଯୁଗଲ ଦୀପ, ସୌମ୍ୟ ରଞ୍ଜନ ମିଶ୍ର, ଦିନେଶ ସାହାଙ୍କ ସହ ମଶାଣିମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ କେସିଙ୍ଗା ଓକିଲ ସଂଘର ଅନେକ ଆଇନଜୀବୀ ସାମିଲ ହୋଇଥିଲେ । ଏଥିରେ ମହିଳାଙ୍କ ଉପରେ ହେଉଥିବା ଏସିଡ ଆକ୍ରମଣ ଏବଂ ଶିଶୁ ଶ୍ରମିକ ନିର୍ଯାତନା ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରାଯାଇଥିଲା । ଏହାସହ ବିଚାରପତି ଶ୍ରୀ ଖେମୁଣ୍ଡି ଓ ଓକିଲ ସଂଘର ସଭାପତି ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କୁ ପୁରୁସ୍କୃତ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button