ସ୍ୱାସ୍ଥ୍ୟ

ଲିଭର ର ସବୁ ସମସ୍ୟା କୁ ଠିକ କରନ୍ତୁ ତାହା ବି ବିନା କୌଣସି ଔଷଧରେ ( Healthy Tips )

ବନ୍ଧୁଗଣ ଆପଣଙ୍କ ଲିଭର କେମିତି କାମ କରିଥାଏ । ଆପଣଙ୍କ ଶରୀରରେ ଥିବା ସମସ୍ତ ଅଙ୍ଗକୁ ବଞ୍ଚାଇବା ପାଇଁ ଲିଭର ସବୁକିଛି ନିଜ ଉପରକୁ ନେଇଯାଏ । ସମସ୍ତ ଟକସିନ ଏବଂ ବିଷାକ୍ତ ପଦାର୍ଥ କୁ ନିଜ ଭିତରକୁ ନେଇଯାଏ ଏବଂ ଆପଣଙ୍କ ଶରୀରର ଅନ୍ୟ ଅଙ୍ଗକୁ ବଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ଲିଭର ଖରାପ ରୁହେ ତେବେ ଆପଣଙ୍କୁ ଫେଟି ଲିଭର, ଲିଭର ଡ୍ୟାମେଜ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ ।

ଲିଭର ଖରାପ ହେଲେ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ଖରାପ ହେବାରେ ଲାଗିଥାଏ । ତେଣୁ ଲିଭର କୁ ଡିଟକ୍ସ କରିବା ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଉପାୟ ନେ଼ଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ଲିଭର ସୁସ୍ଥ ରହିଥାଏ । ତେବେ ଚାଲନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ଏହି ଉପାୟ ପାଇଁ ଆପଣଙ୍କୁ ୧୦ ରୁ ୧୫ ଗ୍ରାମ ଧନିଆ ପତ୍ରର ଆବଶ୍ୟକ ପଡ଼ିବ । କେବଳ ପତ୍ର ନୁହେଁ ଏହାକୁ ଆପଣ ଡେମ୍ଫ ସହିତ ନିଅନ୍ତୁ । ହେଲେ ମନେ ରଖନ୍ତୁ ଏହାକୁ ଆପଣ ପ୍ରଥମେ ପାଣିରେ ଭଲ ଭାବେ ଧୋଇନିଅନ୍ତୁ । ଏହାପରେ ଗୋଟେ ପାତ୍ର ଗ୍ୟାସ ରେ ବସାନ୍ତୁ ସେଥିରେ ୨ ଗ୍ଲାସ ପାଣି ନିଅନ୍ତୁ ଏବଂ ତାହା ହାଲୁକା ଗରମ ହେବା ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ।

୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଫୁଟିବାକୁ ଛାଡ଼ିଦିଅନ୍ତୁ । ଏହା ଭଲ ଭାବରେ ଫୁଟିସାରିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାପରେ ଏହି ପାଣିକୁ ଗୋଟେ ଗ୍ଲାସ କୁ ଛାଣି ନିଅନ୍ତୁ । ବର୍ତମାନ ଆପଣ ଏହାକୁ ଧୀରେ ଧୀରେ ପିଅନ୍ତୁ ଯେମିତି ଆପଣ ଚାହା ପିଅନ୍ତି ଠିକ୍ ସେହିପରି । ମନେ ରଖନ୍ତୁ ଏହାକୁ ଧୀରେ ଧୀରେ ପିଇବେ ।

ଏହାକୁ ଶୀଘ୍ର ଆଦୌ ପିଇବେ ନାହିଁ । ପ୍ରତିଦିନ ସକାଳୁ ଏହାକୁ ପିଅନ୍ତୁ । ଏହାର ସେବନ କରିବାର ୧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ଏହାକୁ ପ୍ରତିଦିନ ଏବଂ କରିବା ଦ୍ଵାରା ଦେଖିବେ ଆପଣଙ୍କ ଲିଭର ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯିବ । ଫେଟି ଲିଭର, ଲିଭର ଫୁଲା ଭଳି ସମସ୍ୟା ଦୂର ହୋଇଯିବ । ଏହି ଉପାୟକୁ ମାତ୍ର ୧ ମାସ ପର୍ଯ୍ୟନ୍ତ କରନ୍ତୁ ।

ଏହା ଛଡ଼ା ଆପଣ ମସଲା ଯୁକ୍ତ ଖାଦ୍ୟ, ତେଲ ଜାତୀୟ ଖାଦ୍ୟ ଆଦି କୁ ସେବନ କରନ୍ତୁ ନାହିଁ । ଫଳ, ସବୁଜ ପନି ପରିବା ଆଦିର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଲିଭର ଜନିତ ସମସ୍ତ ସମସ୍ୟା ମାତ୍ର କିଛି ଦିନରେ ସମ୍ପୂର୍ଣ ଭାବେ ଶେଷ ହୋଇଯିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button