ଦେଶ ବିଦେଶ

‘ପ୍ରଜ୍ଞାନ ୧୦୦ ନଟ୍‌ ଆଉଟ୍‌’: ଚନ୍ଦ୍ରଯାନ-୩ ରୋଭରର ଚନ୍ଦ୍ରରେ ନିଆରା ସଫଳତା – Utkal Mail


ନୂଆଦିଲ୍ଲୀ: ଆଦିତ୍ୟ-ଏଲ୍‌-୧ ମହାକାଶଯାନ ସୂର୍ଯ୍ୟର ଅଧ୍ୟୟନ ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ଚନ୍ଦ୍ରଯାନ-୩ ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଆଉ ଏକ ଐତିହାସିକ ମାଇଲ ଖୁଣ୍ଟ ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ଯେ ରୋଭର ଚନ୍ଦ୍ର ପୃଷ୍ଠରେ ୧୦୦ ମିଟରରୁ ଅଧିକ ପଥ ଅତିକ୍ରମ କରିଛି ଏବଂ ଏବେ ବି ଶକ୍ତିଶାଳୀ ଢ଼ଙ୍ଗରେ ଆଗକୁ ଆଗକୁ ମାଡ଼ି ଚାଲିଛି।

‘ପ୍ରଜ୍ଞାନ ୧୦୦*… ସେପଟେ ଚନ୍ଦ୍ର ପୃଷ୍ଠରେ ପ୍ରଜ୍ଞାନ ରୋଭର ୧୦୦ ମିଟର ଅତିକ୍ରମ କରି ଆଗକୁ ବଢିଛି ବୋଲି ଇସ୍ରୋ ଏକ୍ସରେ ମେସେଜ୍ କରି କହିଛି।

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଆହୁରି ମଧ୍ୟ କହିଛନ୍ତି ଯେ ଚନ୍ଦ୍ରପୃଷ୍ଠରେ ରାତ୍ରି ଆସିଥିବାରୁ ରୋଭର ଏବଂ ଲ୍ୟାଣ୍ଡରକୁ ‘ନିଦ୍ରା’ରେ ବା ନିଷ୍ଟ୍ରିୟ ରଖିବା ପ୍ରକ୍ରିୟା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ। ଇସ୍ରୋ ମୁଖ୍ୟ କହିଛନ୍ତି, ‘ରୋଭର ଓ ଲ୍ୟାଣ୍ଡରକୁ ଦିନେ ଦୁଇ ଦିନ ମଧ୍ୟରେ ସ୍ଲିପ୍ ମୋଡକୁ ନେବା ପ୍ରକ୍ରିୟା ଆରମ୍ଭ ହେବ। କାରଣ ସେମାନଙ୍କୁ ସେଠାରେ ରାତି କଟାଇବାକୁ ପଡ଼ିବ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୋତ୍ସାହନରେ ଭାରତ ମହାକାଶ ଉତକ୍ଷେପଣର ଘରୋଇକରଣ କରିଛି ଏବଂ ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱ ଉତକ୍ଷେପଣ ବଜାରରେ ଏହାର ଅଂଶ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବାରୁ ଏହି କ୍ଷେତ୍ରକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଖୋଲିବାକୁ ଚାହୁଁଛି।

ମହାକାଶ ଅଭିଯାନ ଏକ ବୈଶ୍ୱିକ ବ୍ୟବସାୟରେ ପରିଣତ ହେଉଥିବାବେଳେ ଏହି କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଦେଶ ଇସ୍ରୋର ସଫଳତା ଉପରେ ମଧ୍ୟ ଭରସା କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button