ଓଡିଶା

ନ୍ୟାୟ ଦାବିରେ ୩ ବର୍ଷର ଛୁଆକୁ ଧରି ଧାରଣରେ ମହିଳା

ପୁରୀ: ଗତକାଲି ଥିଲା ଆନ୍ତର୍ଜାତୀୟ ମହିଳା ଦିବସ । ସବୁଠି ଖୁବ୍ ଆନନ୍ଦ ଉଲ୍ଳାସର ସହିତ ଏହି ଦିବସକୁ ପାଳନ କରାଯାଇଥିଲା । ସବୁଠି ନାରୀକୁ ସମ୍ମାନ ନାରାରେ ପ୍ରକମ୍ପିତ ହୋଇଉଠିଥିଲା । କିନ୍ତୁ ଏହି ମହିଳା ଦିବସରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ମହିଳା ନ୍ୟାୟ ଦାବିରେ ନିଜର କଅଁଳିଆ ୩ ବର୍ଷର ଛୁଆଟିକୁ ଧରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ହାତରେ ପ୍ଳାକାର୍ଡ ଧରି, ଆମରଣ ଅନଶନରରେ ବସିଛନ୍ତି ମହିଳା ଜଣଙ୍କ ।

ଯାହା ଖବର ମିଳିଛି କି, ମହିଳା ଜଣକ ପୁରୀ ସଦର ଚନ୍ଦନପୁର ଅଞ୍ଚଳର ସୁମିତ୍ରା ରାଉତ । ତାଙ୍କ ଅଭିଯୋଗ ମୁତାବକ, ବିଶ୍ଵାସରେ ବିଷ ଦେଇ ତାଙ୍କ ନିଜ ଭାଇ ତାଙ୍କ କମ୍ପାନୀ, ସମସ୍ତ ସୁନା ଅଳଙ୍କାର ଓ ଜମି ଜାଲିଆତି କରି ହଡ଼ପ କରିଛି । ଏ ନେଇ ସେ ସଦର, ଚନ୍ଦନପୁର ଥାନା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଛନ୍ତି । ଥାନାର ଦ୍ୱାରସ୍ଥ ପରେ ମଧ୍ୟ କୌଣସି ସୁଫଳ ତାଙ୍କୁ ମିଳିପାରିନାହିଁ । ଶେଷରେ ବାଧ୍ୟ ହୋଇ କିଛି ବାଟ ନ ପାଇ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ମହିଳା ଜଣଙ୍କ ପାରିବାରିକ ସମସ୍ୟାକୁ ନେଇ ଗତ ୧୯ ଜୁଲାଇ ୨୦୨୪ରେ ସମସ୍ୟାର ସମାଧାନ ପାଇଁ ଚନ୍ଦନପୁର ଥାନାର ଦ୍ୱାରସ୍ତ ହୋଇଥିବାବେଳେ, ସମସ୍ୟାର ସମାଧାନ କରିନଥିଲେ ଚନ୍ଦନ ପୁର ଥାନା ଅଧିକାରୀ । ବାଧ୍ୟ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା । ତେବେ ମାମଲା ରୁଜୁ ହେବାର ୪ମାସ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଶେଷରେ ମହିଳା ଦିବସରେ ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସୁମିତ୍ରା । ସେ ନିଶ୍ୱ ହୋଇଯାଇଥିବାରୁ ଏବେ ନ୍ୟାୟ ନ ମିଳିବା ଯାଏ ଏଭଳି ଭାବେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିଁ ଧାରଣା ଦେବା ସହିତ, ସମୟ ପଡିଲେ ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ହିଁ ମୃତ୍ୟବରଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏପଟେ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ସଦର ଏସଡିପିଓ ରବିନାରାୟଣ ଭଞ୍ଜ ପହଞ୍ଚି ଥାନାରେ ମାମଲା ସମାଧାନ ପାଇଁ ମହିଳାଙ୍କୁ ବୁଝାଇଛନ୍ତି । ଲିଖିତ ପ୍ରତିଶୃତି ସହ ଯଦି ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ନ ହୁଏ ତେବେ ପୁନର୍ବାର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି ସୁମିତ୍ରା । ଏପଟେ ଅପରପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏଭଳି ଭାବେ ଛୁଆଟିକୁ ଧରି ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାଙ୍କ ଅଭିଯୋଗକୁ ଗୁରୁତ୍ଵର ସହ ଗ୍ରହଣ କରି ଘଟଣାର ଉଚିତ୍ ତଦନ୍ତ କରିବା ସହିତ ଯଥାଶୀଘ୍ର ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button