ସ୍ୱାସ୍ଥ୍ୟ

ଗ୍ୟାସ ଭଳି ସମସ୍ୟା ପାଇଁ ENO ଠାରୁ ୧୦୦ ଗୁଣ ଭଲ ଏହି ଉପାୟ- Swami Ramdev

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅନେକ ବ୍ୟକ୍ତି ଙ୍କୁ ଗ୍ୟାସ, ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ । ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁକ୍ତି ଦେଇଥାଏ କଇଁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ, ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।

ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ଏହି ଉପାୟ ର ପ୍ରୟୋଗ ଦ୍ବାରା ଆପଣଙ୍କୁ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ ଏବଂ ଏହି ସବୁ ପେଟ ଜନିତ ସମସ୍ୟା ଜୀବନ ସାରା ପାଇଁ ଦୂର ହୋଇଯିବ । ଏହି ଘରୋଇ ଉପଚାର ଅତ୍ୟନ୍ତ ସହଜ ଓ ସରଳ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆବଶ୍ୟକ ଥିବା ପ୍ରଥମ ସାମଗ୍ରୀ ଟି ହେଉଛି ‘ଜୁଆଣି’ । ଜୁଆଣି ର ଅନେକ ଚମତ୍କାରୀ ଗୁଣ ରହିଛି । ଜୁଆଣି ର ଖାସ ଗୁଣ ହେଉଛି ଏହା ପେଟ ଜନିତ ସମସ୍ତ ସମସ୍ୟା କୁ ଦୂର କରିଥାଏ । ଜୁଆଣି ର ପାଣି ସେବନ କରିବା ଦ୍ୱାରା ଆପଣଙ୍କ ପେଟ ସବୁବେଳେ ସଫା ରହିଥାଏ ଏବଂ ବିଭିନ୍ନ ରୋଗରୁ ମୁକ୍ତ ରହିଥାଏ । ତେଣୁ ଏହି ଘରୋଇ ଉପଚାର ନିମନ୍ତେ ଜୁଆଣି ର ମୁଖ୍ୟ ବ୍ୟବହାର ରହିଛି ।

ଦ୍ଵିତୀୟ ସାମଗ୍ରୀ ଟି ହେଉଛି ‘ସୈନ୍ଧବ୍ୟ ଲୁଣ’ । ସାଧାରଣ ଲୁଣ ଅପେକ୍ଷା ଆପଣ ଯଦି ସୈନ୍ଧବ୍ୟ ଲୁଣ ର ବ୍ୟବହାର କରିବେ ତେବେ ତାହା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କୁ ବିଭିନ୍ନ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ ଏବଂ ଏହା ଶରୀର ପାଇଁ ହିତକର ମଧ୍ୟ ଅଟେ । ତେବେ ଏହି ଘରୋଇ ଉପଚାର ନିମନ୍ତେ ଏହି ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି ଯାହା ଆପଣଙ୍କୁ ସହଜରେ ମାର୍କେଟ ରୁ ମିଳିଯିବ ।

୨. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣ ଜୁଆଣି ଏବଂ ସୈନ୍ଧବ୍ୟ ଲୁଣ କୁ ସମ ମାତ୍ରାରେ ନିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଯେତେବେଳେ ବି ଆପଣଙ୍କୁ ଗ୍ୟାସ, ଏସିଡିଟି, ବଦ ହଜମି ଭଳି ପେଟ ଜନିତ ସମସ୍ୟା ରହୁଛି ସେତେବେଳେ ଆପଣ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ ଏବଂ ସେହି ପାଣି ରେ ଆପଣ ଏହି ଚୂର୍ଣ୍ଣ କୁ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇଗଲା ।

ତେବେ ବନ୍ଧୁଗଣ ଆପଣ ଏହି ଘରୋଇ ଉପଚାର ର କିଛି ଦିନ ସେବନ କରନ୍ତୁ । ଆପଣ ଦେଖିବେ ଆପଣଙ୍କ ପେଟ ଜନିତ ସମସ୍ତ ରୋଗ ତୁରନ୍ତ ଦୂର ହୋଇଯିବ ଏବଂ ଏହି ସମସ୍ୟା ସବୁ ଦିନ ପାଇଁ ଶେଷ ହୋଇଯିବ । ତେବେ ମାର୍କେଟ ରେ ମିଳୁଥିବା କୌଣସି ପ୍ରଡକ୍ଟ ର ବ୍ୟବ୍ୟବହାର ନକରି ଏହି ଘରୋଇ ଉପଚାର ର ନିଶ୍ଚିତ ଭାବରେ ସେବନ କରନ୍ତୁ । ଏହା ସମ୍ପୁର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ପ୍ରାକୃତିକ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button