ଓଡିଶା

ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: ୨ ଛାତ୍ରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର !

ଭୁବନେଶ୍ବର: ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଜେବିର +୨ ବାଣିଜ୍ୟ ଦ୍ବିତୀୟ ବର୍ଷର ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର। ଏ ନେଇ ବିଜେବି ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କ ପକ୍ଷରୁ ବଡଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜୁତି ଚାଲିବା ସହ ବିଜେବି କଲେଜରେ ଛାତ୍ର ଅସୁରକ୍ଷିତ ବୋଲି ହୀତେଶ ସ୍ବାଇଁ ଓ ଶିବ ଶଙ୍କର କହିଛନ୍ତି।

ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ବଡଗଡ଼ ଥାନା ପୁଲିସ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button