ଦେଶ ବିଦେଶ

ଡିପ୍ ଫେକ୍ ଭିଡିଓ ମାମଲାରେ ମେଟାକୁ ତଥ୍ୟ ମାଗିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍ ଫେକ୍’ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି । ଯେଉଁ ଆକାଉଣ୍ଟରୁ ଏହି ଭିଡ଼ିଓ ସେୟାର କରାଯାଇଥିଲା ତାହାର‌ ୟୁଆରଏଲ୍ ଦେବାକୁ ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ କମ୍ପାନୀ ମେଟାକୁ ଚିଠି ଲେଖିଛି ।

ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାର ଦିନକ ପରେ ପୋଲିସ ଏହି ପଦକ୍ଷେପ ନେଇଛି ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସୋସିଆଲ ମିଡିଆରେ ଉକ୍ତ ନକଲି ଭିଡିଓ ସେୟାର କରିଥିବା ବ୍ୟକ୍ତି ବିଷୟରେ ମଧ୍ୟ ଦିଲ୍ଲୀ ପୋଲିସ ତଥ୍ୟ ମାଗିଛି।

ଏହି ମାମଲାର ତଦନ୍ତ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, ଯେଉଁ ଆକାଉଣ୍ଟରୁ ଭିଡିଓ ସେୟାର ହୋଇଛି ସେହି ଆକାଉଣ୍ଟର ୟୁଆରଏଲ୍ ଆଇଡି ଉପଲବ୍ଧ କରିବାକୁ ଆମେ ମେଟାକୁ ଲେଖିଛୁ।

ଏହି ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ‘ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ ୟୁନିଟ୍’ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୬୫ (ଜାଲିଆତି) ଏବଂ ୪୬୯ (ସମ୍ମାନହାନି ଉଦ୍ଦେଶ୍ୟରେ ଜାଲିଆତି) ଓ ଆଇଟି ଆଇନର ଧାରା ୬୬ସି ଏବଂ ୬୬ଇ ଅଧୀନରେ ଏତଲା ରୁଜୁ କରିଛି ।

ଏହି ମାମଲାର ତଦନ୍ତ ପାଇଁ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

ଦିଲ୍ଲୀ ମହିଳା କମିଶନ ମଧ୍ୟ ଶୁକ୍ରବାର ଏହି ଭିଡିଓ ସମ୍ପର୍କରେ ପୋଲିସକୁ ନୋଟିସ ପଠାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଗତ ସପ୍ତାହରେ ରଶ୍ମିକାଙ୍କ ଏକ ଡିପ୍ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସଫ୍ଟୱେର ସହାୟତାରେ ତିଆରି ହୋଇଥିବା ସନ୍ଦେହ କରାଯାଉଛି।

ମୂଳ ଭିଡିଓଟି ଜଣ ବ୍ରିଟିଶ-ଭାରତୀୟ ‘ସୋସିଆଲ ମିଡିଆ ଇନଫ୍ଲୁଏନ୍ସର’ଙ୍କର ଥିଲା । ତେବେ ଡିପ୍ ଫେକ୍ ସଫ୍ଟୱେର ଦ୍ବାରା ଉକ୍ତ ଭିଡ଼ିଓରେ ରଶ୍ମିକାଙ୍କ ଚେହେରା ଯୋଡ଼ି ସୋସିଆଲ ମିଡ଼ିଆରେ ଛଡ଼ା ଯାଇଥିଲା। ଏହି ଭିଡ଼ିଓକୁ ନେଇ ସୋସିଆଲ୍ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ବିଗ୍ ବି ଅମିତାଭ ବଚ୍ଚନ ଏପରି ଭିଡ଼ିଓ ବନାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button