ବିଚାର

ଲୁଣ ଡବାରେ ବାସ ରଖି ଦିଅନ୍ତି ଏହି ଗୋଟିଏ ଜିନିଷ । କେବେବି ପର୍ସ ହେବନି ଖାଲି ।

ଲୁଣକୁ ସାଧରଣତଃ ଲୋକେ ଖାଦ୍ୟକୁ ସ୍ୱାଦିଷ୍ଟ କରିବାକୁ ବ୍ୟବହାର କରଥାନ୍ତି । କିନ୍ତୁ ଏହା ଖାଦ୍ୟ ବ୍ୟତୀତ ବାସ୍ତୁ ଦୋଷ ଏବଂ ଜୀବନର ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହାଦ୍ବାରା ଘରର ବାସ୍ତୁ ଦୋଷ , ନଜର ଦୋଷ ଏବଂ ନକରାତ୍ମକତା ମଧ୍ୟ ଦୂର କରାଯାଇ ପାରେ ।

ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳୁ ନଥିଲେ , ଘରେ ଅଶାନ୍ତି ଦେଖା ଦେଉଥିଲା ଏବଂ ମାନସିକ ଚିନ୍ତା ଥିଲେ ଘରେ ପୋଛା ମାରିବା ସମୟରେ ପୋଛା ଲଗାଉଥିବା ଜଳରେ ଏକ ଚିମୁଟା ଲୁଣ ପକାଇ ଦିଅନ୍ତୁ । ଏହି ଉପାୟକୁ ସପ୍ତାହରେ ୨ରୁ ତିନି ଦିନ କଲେ ଏହାର ଫଳ ନିଶ୍ଚୟ ମିଳିବ ଏବଂ ଆପଣଙ୍କର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ ଏବଂ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହେବ ।

ଘରେ ନଜର ଦୋଷ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଥିଲେ ଘରର ମୁଖ୍ୟଦ୍ୱାରର ଡାହାଣ ପାର୍ଶ୍ଵରେ ଏକ ନାଲି କପଡ଼ାରେ ଅଳ୍ପ ଲୁଣ ନେଇ ବାନ୍ଧି ଦିଅନ୍ତୁ ଏବଂ ଏହାକୁ କୃଷ୍ଣପକ୍ଷ ଚତୁର୍ଦୋଷୀ ତିଥିରେ ବାନ୍ଧି ଦିଅନ୍ତୁ ଏବଂ ଏକ ମାସ ପରେ ସେହି ତିଥିରେ ନୂଆ ବାନ୍ଧି ଦିଅନ୍ତୁ ।

ଏହାଦ୍ବାରା ଘରର ନଜର ଦୋଷ ଏବଂ ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଯିବ । ଆର୍ଥିକ ସମସ୍ୟା ଦୂର ହୋଇ ଉନ୍ନତି ଦେଖା ଦେବ । ଯଦି ଆପଣ ଯେତେ ପରିଶ୍ରମ କଲେ ସଫଳତା ମିଳୁ ନଥିଲେ ଏବଂ ରୋଜଗାର ଥିବା ସତ୍ତ୍ୱେ ସଞ୍ଚୟ ହେଉ ନଥିଲେ ଏକ କାଚ ଡବାରେ ଲୁଣ ରଖି କିଛି ଲବଙ୍ଗ ପକାଇ ଦିଅନ୍ତୁ । ଯେପରି ଲୁଣ ବାହାରକୁ ଦୃଶ୍ୟମାନ ହେଉଥିବ । ତାହାକୁ ନେଇ କୌଣସି ଆଲମାରୀ , ସିନ୍ଧୁକ କିମ୍ବା ଟଙ୍କା ବାକ୍ସରେ ରଖି ଦିଅନ୍ତୁ ।

ତାହାକୁ କୌଣସି ଚାଉଳ ରଖୁଥିବା ଡବାରେ ମଧ୍ୟ ରଖି ପାରିବେ । ଏପରି କରିବାକୁ କରିବା ଦ୍ୱାରା ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିଥାଏ । ନୂତନ ବ୍ୟବସାୟ କରିବାକୁ ଚାହୁଁଥିଲେ ଏହି ଉପାୟ ନିଶ୍ଚୟ କରନ୍ତୁ । ଏହାଦ୍ୱାରା ବ୍ୟବସାୟରେ ନିଶ୍ଚୟ ଉନ୍ନତି ହେବ । ଲୁଣକୁ କେବେ ତଳେ ପକାନ୍ତୁ ନାହିଁ କିମ୍ବା ବୃଥାରେ ନଷ୍ଟ କରନ୍ତୁ ନାହିଁ ।

ଯେତିକି ଆବଶ୍ୟକ ସେତିକି ହିଁ ନିଅନ୍ତୁ । ଖାଦ୍ୟ ପାତ୍ରରେ ଲୁଣ ଅଧିକ ହୋଇ ଯାଇଥିଲେ ତାହାକୁ ସେମିତି ନଫିଙ୍ଗି ସେଥିରେ ଜଳ ମିଶାଇ ଦିଅନ୍ତୁ । ଲୁଣ ନଷ୍ଟ କଲେ ୠଣ ବଢ଼ିଥାଏ ବୋଲି କୁହାଯାଏ । ଘରେ ଲୁଣ ଶେଷ ହେଲେ ମାତା ଲକ୍ଷ୍ମୀ ଛାଡ଼ି ଯାଆନ୍ତି ବୋଲି କୁହାଯାଏ । ତେଣୁ ସବୁବେଳେ ଘରେ ଲୁଣ ରହିବା ଉଚିତ । ଆପଣ ଯେତିକି ମାତ୍ରାରେ ଲୁଣ ସଞ୍ଚୟ କରିବେ ସେତିକି ଧନ ମଧ୍ୟ ଆପଣଙ୍କର ସଞ୍ଚିତ ହୋଇ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button