ମନୋରଞ୍ଜନ

ରିଅଲ ଲାଇଫରେ ଗୋଟିଏ ଅଭିନେତା ଙ୍କୁ ହିଁ ଏକା ସହିତ ପ୍ରେମ କରି ବସିଲେ TV ଇଣ୍ଡଷ୍ଟ୍ରି ର ଏହି 2 ଜଣ ଅଭିନେତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ କୁ ନେଇ କିଛି ଖବର ସମ୍ବନ୍ଧରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ରେ ନିଜ ଅଭିନୟ ଜରିଆ ରେ ଅନେକ ଅଭିନେତ୍ରୀ ମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜ ଅଭିନୟ ମାଧ୍ୟମରେ ପାରିଦର୍ଶିତା ଲାଭ କରିଛନ୍ତି । ଏହି ଅଭିନେତ୍ରୀ ମାନେ ସିରିଏଲ ରେ ନିଜ ଅଭିନୟ କୁ ଏତେ ସଫଳତା ର ସହ କରିଥାନ୍ତି ଯାହା ଦେଖିଲେ ଲାଗେ ଯେ, ଏହା କୌଣସି ଧାରାବାହିକ ନୁହେଁ ଏହା ବାସ୍ତବ ଜୀବନ ରେ ଘଟୁଥିବା ଘଟଣା।

ଏହି ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟ କୁ ମୋହିତ କରିନେଇଛନ୍ତି।କେବଳ ଅଭିନୟ ହିଁ ନୁହେଁ ନିଜର ସୁନ୍ଦରତା ପାଇଁ ମଧ୍ୟ ଅନେକ ଦର୍ଶକ ଏମାନଙ୍କର ଫାନ ହୋଇଯାଇଛନ୍ତି। ଏହି ଅଭିନେତ୍ରୀ ମାନେ ଅନସ୍କ୍ରିନ ଯେପରି ନିଜ ଅଭିନୟ ର ଯାଦୁ ସମସ୍ତଙ୍କ ହୃଦୟ ରେ ବିଛାଇ ଦେଇଛନ୍ତି ସେହିପରି ବାସ୍ତବରେ ମଧ୍ୟ ଏମାନଙ୍କ ସ୍ଵଭାବ ଏବଂ ବ୍ୟକ୍ତିତ୍ୱକୁ ସମସ୍ତ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାନ୍ତି।

ବନ୍ଧୁଗଣ ଯଦି ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ନାମ ଆସିବ ତେବେ ଏହି ଲିଷ୍ଟ ରେ ଜେନିଫର ବିଂଗେଟ ଏବଂ ଶୃତି ଝା ଙ୍କ ନାଁ ସର୍ବ ପ୍ରଥମେ ଆସିଥାଏ।ଏହି ଦୁଇ ଅଭିନେତ୍ରୀ ନିଜ ଅଭିନୟ ଜରିଆରେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି। ଏହି ଦୁଇ ଅଭିନେତ୍ରୀ କେବଳ ଅନସ୍କ୍ରିନ ନିଜ ଅଭିନୟ କ୍ଷେତ୍ରରେ ହିଁ ନୁହେଁ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ମଧ୍ୟ ପ୍ରାୟ ସମୟରେ ଚର୍ଚ୍ଚା ରେ ଆସନ୍ତି।

ତେବେ ଏହା ଶୁଣିବାକୁ ମିଳେ ଯେ ଏହି ଦୁଇ ଅଭିନେତ୍ରୀ ରିଅଲ ଲାଇଫ ରେ ଜଣେ ଅଭିନେତାଙ୍କୁ ଡେଟ କରିଥିଲେ। ତେବେ ବନ୍ଧୁଗଣ ସେହି ଅଭିନେତା ଜଣକ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ହର୍ଷଦ ଚୋପ୍ରା’ ଅଟନ୍ତି। ଆଜ୍ଞା ବନ୍ଧୁଗଣ ଏହି ଅଭିନେତା ଙ୍କୁ ଏହି ଦୁଇ ଅଭିନେତ୍ରୀ ରିଅଲ ଲାଇଫ ରେ ଡେଟ କରିସାରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିପରି ଏହି ଦୁଇ ଅଭିନେତ୍ରୀ ଜଣେ ଅଭିନେତା ଙ୍କୁ ଭଲ ପାଇ ବସିଥିଲେ।

୧. ବନ୍ଧୁଗଣ ଯଦି ଅଭିନେତ୍ରୀ ଶୃତି ଝା ଏବଂ ଅଭିନେତା ହର୍ଷଦ ଚୋପ୍ରା ଙ୍କ ପ୍ରେମ ସମ୍ପର୍କ ସମ୍ବନ୍ଧରେ କହିବାକୁ ଯିବା ତେବେ ଏହି ଦୁଇ ଯୋଡି ଙ୍କ ପ୍ରଥମ ଦେଖା ୨୦୧୧ ମସିହାରେ ଟିଭି ସିରିଆଲ ‘ଦିଲ ସେ ଦି ଦୁଆ ସୌଭାଗ୍ୟବତୀଭଵଃ’ ର ସୁଟିଂ ଜରିଆରେ ହୋଇଥିଲା। ଏହି ସିରିଆଲ ପରେ ଏହି ଦୁଇ ଯୋଡି ଙ୍କ ବନ୍ଧୁତା ହୋଇଯାଇଥିଲା ଏବଂ ଏହି ଯୋଡ଼ିଙ୍କ ବନ୍ଧୁତା ଏତେ ମାତ୍ର ରେ ଘନିଷ୍ଠ ହୋଇଯାଇଥିଲା ଯେ, ଏହି ଯୋଡି ଙ୍କ ବନ୍ଧୁତା ପ୍ରେମ ରେ ପରିଣତ ହୋଇଯାଇଥିଲା।

ଏହା ମଧ୍ୟ ଶୁଣିବାକୁ ମିଳେ ଯେ, ଅଭିନେତ୍ରୀ ଶୃତି ହର୍ଷଦଙ୍କୁ ବିବାହ କରିବାକୁ ଚହୁଁଥିଲେ।କିନ୍ତୁ କୌଣସି ଏକ କାରଣ ରୁ ଏହି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଥିଲା ଏବଂ ଦୁହେଁ ପରସ୍ପରକୁ ବହୁତ ଗାଳି ମଧ୍ୟ ଦେଇଥିଲେ।ଏହି କାରଣ ରୁ ଏହି ଦୁହିଁ ଯୋଡ଼ିଙ୍କଙ୍କ ବ୍ରେକଅପ ହୋଇଯାଇଥିଲା ଏବଂ ଏହି କାରଣ ରୁ ପରବର୍ତ୍ତୀ ସମୟରେ ଏହି ଦୁହିଁଙ୍କ ଯୋଡିକୁ କେବେଭି ଏକାଠି ଦେଖିବାକୁ ମିଳିନଥିଲା।

୨. ନିଜ ଅଭିନୟ ମାଧ୍ୟମରେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଜେନିଫର ବିଂଗେଟ ଏବଂ ଅଭିନେତା ହର୍ଷଦଙ୍କ ଯୋଡିଙ୍କ ସମ୍ବନ୍ଧରେ ଯଦି କହିବାକୁ ଯିବା ତେବେ ଏହି ଦୁହିଁଙ୍କୁ ଟିଭି ସିରିଆଲ ‘ବେପ୍ନହା’ ରେ ଦେଖିବାକୁ ମିଳିଥିଲା ଏବଂ ଏହି ସିରିଆଲ ରେ ଏହି ଦୁହିଁଙ୍କ ଯୋଡି କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ। ଏହି ସିରିଆଲ ଜରିଆରେ ଜେନିଫର ଏବଂ ହର୍ଷଦ ପରସ୍ପର ଘନିଷ୍ଠ ମିତ୍ର ହୋଇଯାଇଥିଲେ ଏବଂ ଉଭୟ ପରସ୍ପରଙ୍କ ପାଇଁ କିଛିବି କରିବାକୁ ରାଜି ଥିଲେ।

ପରବର୍ତ୍ତୀ ସମୟରେ ଶୁଣିବାକୁ ମିଳିଲା ଯେ, ଏହି ଦୁହେଁ ପରସ୍ପରଙ୍କୁ ଭଲ ପାଉଛନ୍ତି ଏବଂ ପ୍ରେମ ସମ୍ପର୍କରେ ଆବଦ୍ଧ ଅଛନ୍ତି।କିନ୍ତୁ ଯେବେ ମିଡିଆ ସାମ୍ନାରେ ଏହି ଦୁହିଁଙ୍କୁ ଏହି ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା ତେବେ ଏହି ଦୁହେଁ ପରସ୍ପର ଙ୍କ ସଂପର୍କ କୁ ବନ୍ଧୁତା ବୋଲି କହିଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ, ଉଭୟ ଙ୍କ ସମ୍ପର୍କ କେବଳ ବନ୍ଧୁତା ପର୍ଯ୍ୟନ୍ତ ହିଁ ସୀମିତ ଏହାଛଡା ଅନ୍ୟ କିଛିବି ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button