ଏହି ତରିକା ଆପଣାଇ ଏଥର ପାର୍ବଣରେ ଆମାଜନ୍ ଓ ଫ୍ଲିପ୍କାର୍ଟ ସେଲ୍ର ଅଧିକ ଲାଭ ଉଠାନ୍ତୁ – Utkal Mail
ମୁମ୍ବାଇ: ପ୍ରତିବର୍ଷ ଦଶହରା ଆସିଲେ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ଓ ଆମାଜନ୍ରେ ଦେଖିବାକୁ ମିଳେ ଅକର୍ଷଣୀୟ ଅଫର୍ର ଭିଡ଼। ଅନଲାଇନ୍ ସେଲ୍ ଲାଗିବା ସହ ଦାମୀ ଜିନିଷ ସବୁ ଶସ୍ତା ଦରରେ ମିଳିବା ବି ଆରମ୍ଭ ହୋଇଯାଏ।
ଏ ବର୍ଷ ବି ଫ୍ଲିପ୍କାର୍ଟର ‘ବିଗ୍ ବିଲିୟନ୍ ଡେଜ୍’ ସେଲ୍ ଓ ଆମାଜନ୍ର ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍’ ଆରମ୍ଭ ହୋଇଯାଇଛି। ଦୁଇଟା ଯାକ ପ୍ଲାଟଫର୍ମରେ ସେଲ୍କୁ ପ୍ଲସ୍ ଏବଂ ପ୍ରାଇମ୍ ସଦସ୍ୟଙ୍କ ପାଇଁ ଲାଇଭ୍ କରି ଦିଅାଯାଇଛି।
ଅନ୍ୟ ବ୍ୟବହାରକାରୀମାନେ ଆସନ୍ତାକାଲିଠାରୁ ସେଲ୍ର ଲାଭ ଉଠାଇପାରିବେ। ଅନେକ ଥର ଏହି ବର୍ଗର ବ୍ୟବହରକାରୀମାନଙ୍କ ପାଇଁ ସେଲ୍ ଲାଇଭ୍ ହେଲା ବେଳକୁ ଅଧିକାଂଶ ଆକର୍ଷଣୀୟ ଅଫର୍ ଶେଷ ହୋଇ ଯାଇଥାଏ।
ସବୁଠାରୁ ଲାଭରେ ରହିବାର ଏକ ଭଲ ଉପାୟ ହେଉଛି ସେଲ୍ ଆରମ୍ଭ ହେବା ମାତ୍ରକେ ଆପଣଙ୍କୁ ବରାଦ ଦେବାକୁ ହେବ। କାରଣ ପ୍ରଥମ ଦିନରେ ହିଁ ଗ୍ରାହକଙ୍କୁ ଅଧିକ ଆକର୍ଷଣୀୟ ଅଫର୍ ଉପଲବ୍ଧ ହେବ।
ଯଦି ଆପଣଙ୍କୁ କୌଣସି ଫୋନ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଉପରେ ଅଫର୍ ମିଳୁନାହିଁ ତ ଆପଣ ଅନ୍ୟ ଜିନିଷ ଦେଖନ୍ତୁ। କମ୍ ଅଫର୍ ଥିବା ସାମଗ୍ରୀ କିଣି ସେଲ୍ରେ କ୍ଷତି ସହନ୍ତୁ ନାହିଁ।
ଏତିକି କହିରଖୁଛୁ ଯେ ଯଦି ଆପଣଙ୍କୁ ‘ଆଇଫୋନ୍-୧୩’ କିଣିବାର ଇଚ୍ଛା ଅଛି ତ ଏହି ସେଲ୍କୁ ଆଦୌ ବି ହାତଛଡ଼ା କରନ୍ତୁ ନାହିଁ। ଶୁଣିବାକୁ ମିଳୁଛି ଯେ ରଂଗ ଅନୁସାରେ ଦର ବି ଭିନ୍ନ ରହିବ।
ଏହି ସେଲ୍ରେ ଆପଣ ଏକ୍ସଚେଞ୍ଜ୍ରୁ ନେଇ ଇଏମ୍ଆଇ ପର୍ଯ୍ୟନ୍ତ ସମସ୍ତ ସୁବିଧା ପାଇପାରିବେ।