ଦେଶ ବିଦେଶ

ଡ୍ରାଇଭର୍‌ଙ୍କ ସୁବିଧା ପାଇଁ ଓଲା-ଉବେର ପରି ଏବେ ଆସିବ ସରକାର ଗାଡ଼ି ସହକାର-ଟ୍ୟାକ୍ସି

ନୂଆଦିଲ୍ଲୀ: ଏଣିକି ଓଲା ଓ ଉବେରଙ୍କୁ ଟକ୍କର ଦେବ ‘ସହକାର ଟ୍ୟାକ୍ସି’! କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଘୋଷଣା କରିଛନ୍ତି ଯେ ଏଣିକି ଡ୍ରାଇଭର୍‌ମାନଙ୍କ ସୁବିଧା ପାଇଁ ପ୍ରଚଳନ ହେବାକୁ ଯାଉଛି ‘ସହକାର ଟ୍ୟାକ୍ସି’।

ଯାହା ଏକ ସମବାୟ ଭିତ୍ତିକ ଯାତ୍ରା ସେବା ଯାହା ସିଧାସଳଖ ଡ୍ରାଇଭରମାନଙ୍କୁ ଲାଭ ଦେବା ପାଇଁ ଡିଜାଇନ୍ କରାଯାଇଛି। ଓଲା ଏବଂ ଉବର ଭଳି ଆପ୍-ଭିତ୍ତିକ ସେବା ଯୋଗାଇବାକୁ ଯାଉଥିବା ଏହି ‘ସହକାର ଟ୍ୟାକ୍ସି’ ଡ୍ରାଇଭରମାନଙ୍କୁ ଉତ୍ତମ ରୋଜଗାର ‌ଯୋଗାଇବ। ସେମାନଙ୍କ ରୋଜଗାରରୁ ମଧ୍ୟସ୍ଥିଙ୍କ ଦ୍ୱାରା ନକଟାଯାଇ ସେମାନଙ୍କୁ ସିଧା ପାରିଶ୍ରମିକ ମିଳିବ। ଏଥିରେ ଡ୍ରାଇଭର୍‌ମାନଙ୍କୁ ଦୁଇ ଚକିଆ, ଟ୍ୟାକ୍ସି, ରିକ୍ସା ଏବଂ ଚାରି ଚକିଆ ଯାନ ପଞ୍ଜୀକରଣ କରିବାକୁ ଅନୁମତି ଦେବ।

ଲୋକସଭାରେ ଭାଷଣ ଦେଇ ଶାହ ଜୋର ଦେଇ କହିଛନ୍ତି ଯେ ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ ଯୋଜନାର ଏକ ଅଂଶ।

“ଏହା କେବଳ ଏକ ସ୍ଲୋଗାନ ନୁହେଁ। ଏହାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ପାଇଁ ସମବାୟ ମନ୍ତ୍ରଣାଳୟ ସାଢ଼େ ତିନି ବର୍ଷ ଧରି ନିରନ୍ତର ପରିଶ୍ରମ କରିଛି। କିଛି ମାସ ମଧ୍ୟରେ ଏକ ପ୍ରମୁଖ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବ। ଯାହା ଡ୍ରାଇଭରମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବ,” ବୋଲି ଗୃହମନ୍ତ୍ରୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button