ଜୀବନଶୈଳୀ

ଘରକୁ ବିଛା ଆସିବାର ଅର୍ଥ କଣ ? ଜାଣନ୍ତୁ ଶୁଭ ନା ଅଶୁଭ

। ସୂଚନା ଅନୁସାରେ ଆମ ଆଖ ପାଖରେ ଥିବା କିଛି ତତ୍ଵକୁ ନେଇ ଆମେ କିଛି ସଂକେତ ଜାଣିପାରିଥାଉ । ଆଜିର ବିଷୟ ବସ୍ତୁ ଅନୁଯାଇ  ପଶୁ ପକ୍ଷୀଙ୍କୁ ଦେଖି ଆମେ ଆଗାମୀ ଭବିଷ୍ୟତର ସୂଚନା ମଧ୍ୟ ପାଇପାରିବୁ । ପଶୁ ଓ ପକ୍ଷୀ ମାନେ କିଛି ଶୁଭ ଓ ଅଶୁଭ ର ସୂଚନା ବିଷୟରେ ଅବଗତ କରେଇଦେଇଥାନ୍ତି । ଯେମିତିକି ଗାଈ, ବିଲେଇ, କୁକୁର, ଜନ୍ଦା, ମୟୂର ଓ ବିଛା ଏହିପରି ଅନେକ ପଶୁପକ୍ଷୀ ଙ୍କ ଠାରୁ ଆମେ ଆମର ଆସୁଥିବା ଆଗାମୀ ଭବିଷ୍ୟତର ସୂଚନା ପାଇପାରିବା ।

 

ଛୁଞ୍ଚି ସଦୃଶ ଛୋଟ ଜିନିଷରୁ ମଧ୍ୟ ଆମେ କିଛି ବଡ ସୂଚନା ପାଇଥାଉ । ଯେଉଁ ଘରେ ବିରାଡିମାନେ କଳି କରୁଥିବାର ଦେଖା ଯାଇଥାଏ । ସେହି ଘରେ କଳି ଝଗଡା ଲାଗିବାର ସମ୍ଭାବନା ଥାଏ । ଯଦି ଆପଣଙ୍କ ଘର ସାମ୍ନାରେ ଗାଈଟି ଆସି ଜୋର ରେ ବୋବାଳି ଛାଡିଥାଏ । ତେବେ ଏହା ଘର ପାଇଁ  ବହୁତ ଶୁଭ ହୋଇଥାଏ ଏବଂ ଘରେ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ । ଯଦି କାହା ଘର ପାଖରେ କୁକୁରଟି ଆସି ଜୋରସେ କାନ୍ଦି ଥାଏ ।

ତେବେ ଜାଣି ରଖନ୍ତୁ ଏହା ଘର ପାଇଁ  ଅତ୍ୟନ୍ତ ଅଶୁଭ ସଂକେତ ହୋଇଥାଏ । ଏହା ଘର ପାଇଁ ବିପତ୍ତି ନେଇ ଆସିଥାଏ ଓ ଏହି ବିପତ୍ତି କାହାର ମୃତ୍ୟୁ ସହ ଜଡିତ ଥାଏ । ଯେଉଁ ଘରେ କଳା ପିମ୍ପୁଡି ଦଳ ବଦ୍ଧ ହେଇ ଥିବାର ଦେଖିବେ । ସେହି ଘରେ ଧନ ସମ୍ପତି ବୃଦ୍ଧି ହେବାର ସମ୍ଭାବନା ଥାଏ। ଯଦି କଳା ପିମ୍ପୁଡି ଗୋଟିଏ ଲାଇନ ହେଇ ଯାଉଥିବାର ଦେଖିବେ, ତାହେଲେ ସେହି ଘରେ ମତ ଭେଦ ହୋଇଥାଏ ।

 

ନାଲି ପିମ୍ପୁଡି ଘରେ ଦେଖିଲେ ଏହା ଅଶୁଭ ସଂକେତ ବୋଲି ବିଚାର କରାଯାଇଥାଏ । ଘର ପାଖରେ ଯଦି ମୟୂର ବୁଲୁ ଥିବାର ଦେଖିବେ । ତାହେଲେ ଏହା ଶୁଭ ସଙ୍କେତ ଦେଇଥାଏ । ବହୁତ ଶୀଘ୍ର ଆପଣଙ୍କୁ କୌଣସି ଖୁସି ଖବର ପ୍ରାପ୍ତ ହେବ ପାଇଁ ଯାଉଛି । ଆପଣଙ୍କ ଘରେ ଯଦି କଳାବିଛା   ଦୁଇ ତିନିଟି ଗୋଟିଏ ଲାଇନରେ ଥିବାର ଦେଖିବେ। ଏହାଦ୍ଵାରା ବହୁତ ଅଶୁଭ ହୋଇଥାଏ । ହଳଦିଆ ବିଛାକୁ ଶୁଭ ସଂକେତର ଆଖ୍ୟା ଦିଆଯାଇଛି ।

ହଳଦିଆ ବିଛା ଘରେ ଦେଖିଲେ ଧନ ବୃଦ୍ଧିର ସୂଚନା ଦେଇଥାଏ । ଚୁଚୁନ୍ଦ୍ରାକୁ ମଧ୍ୟ ଶୁଭ ସଂକେତ କୁହାଯାଇଥାଏ । ଚୁଚୁନ୍ଦ୍ରାକୁ ଘର ଦେଖିଲେ ଘରକୁ  ମା ଲକ୍ଷ୍ମୀ ଆଗମନ ହେବାର ସମ୍ଭାବନା ଦେଇଥାଏ । ଘରର ଛାତ ଉପରେ କୋଇଲି ବସିଲେ ଘରର ଉନ୍ନତି ହୋଇଥାଏ । ଯଦି ପେଚା ଓ କୋଇଲି ଏକା  ସାଙ୍ଗରେ ଛାତ ଉପରେ ବସିଥିବାର ଦେଖା ଯାଇଥାଏ ।

 

ତାହେଲେ ଏହା ଘର ପାଇଁ ଅମଙ୍ଗଳ ହୋଇଥାଏ । ଘରକୁ କୌଣସି ପ୍ରକାର ସମସ୍ଯା ଆସିପାରେ । ଆହତ ହୋଇଥିବା ପକ୍ଷୀ ଯଦି ଘର ଉପରେ ପଡେ । ତାହେଲେ ଏହା ସୂଚନା ଦେଉ ଅଛିକି, ଘର ପାଖରେ କୌଣସି ଦୁର୍ଘଟଣା ଘଟିପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button