ଦେଶ ବିଦେଶ

ଏବେ ଏନସିଇଆରଟିର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ – Utkal Mail


ନୂଆଦିଲ୍ଲୀ: ଏବେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’। କିଛି ଦିନ ପୂର୍ବରୁ ପରବର୍ତ୍ତୀ ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ ଏନସିଇଆରଟି ପ୍ୟାନେଲ ପ୍ରସ୍ତାବ ଦେଇଥିବା ବେଳେ ଆଜି ଏହାର ସଦସ୍ୟମାନେ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।

ଏନସିଇଆରଟିର ପ୍ୟାନେଲ ସଦସ୍ୟ ସିଆଇ ଇସାକଙ୍କ କହିବା ମୁତାବକ, ନୂତନ ଏନସିଇଆରଟି ପୁସ୍ତକଗୁଡ଼ିକରେ ଦେଶର ନାମ ପରିବର୍ତ୍ତନ ହେବ। ଏହି ପ୍ରସ୍ତାବ କିଛି ମାସ ପୂର୍ବରୁ ଦିଆଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ଗ୍ରହଣ କରାଯାଇଛି।

କିଛି ଦିନ ତ‌ଳେ ଦେଶର ନାମ ‘ଇଣ୍ଡିଆ’ ବଦଳରେ ‘ଭାରତ’ କରିବା ନେଇ ବିତର୍କ ଆରମ୍ଭ ହୋଇଥିଲା। ଏହି ବିତର୍କ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେପ୍ଟେମ୍ବରରେ ଜି-୨୦ ଇଭେଣ୍ଟ ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା। ପତ୍ରରେ ‘‌ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଥିଲା। ଯେତେବେଳେ ଏହା ପଛର କାରଣ ବିଷୟରେ ପଚରାଗଲା, ଭାରତ ସରକାରଙ୍କ ପକ୍ଷରୁ କେହି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ବିତର୍କକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଥିଲେ ଯେ ପାଶ୍ଚାତ୍ୟ ଶାସକମାନେ ‘ଇଣ୍ଡିଆ’ ନାମ ଦେଇଛନ୍ତି। ସମସ୍ତ ଭାରତୀୟ କେବଳ ଭାରତ ନାମ ବ୍ୟବହାର କରିବା ଉଚିତ୍। କାରଣ ପ୍ରାଚୀନ କାଳରୁ ଏହି ଦେଶର ନାମ ଭାରତ ହିଁ ରହିଆସିଛି।

ତେବେ ଏହି ବିତର୍କ ମଧ୍ୟରେ କିଛି ଏହାକୁ ସମର୍ଥନ କରିଥିବା ବେଳେ କିଛି ଏହାକୁ ବିରୋଧ କରିଥିଲେ। ଏପର୍ଯ୍ୟନ୍ତ ଭାରତ ସରକାର ଦେଶର ନାମ ବଦଳାଇବା ନେଇ କୌଣସି ଘୋଷଣା କରିନଥିବା ବେଳେ ଏନସିଇଆରଟି ନିଜ ବହିରେ ନାମ ବଦଳାଇବା ନେଇ ଘୋଷଣା କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button