ଓଡିଶା

ନରଖିଆ ଘାଟି: ଦୁର୍ଘଟଣା ହୋଇ ୫ ବର୍ଷରେ ୧୪ରୁ ଊର୍ଦ୍ଧ୍ବ ମୃତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ରହିଛି ଚନ୍ଦାହାଣ୍ଡି ବ୍ଲକ। ଏହି ବ୍ଲକକୁ ଯିବା ପାଇଁ ଗୋଟିଏ ମାତ୍ର ରାସ୍ତା ରହିଥିବା ବେଳେ ଝରିଗାଁ ବ୍ଲକ ଦେଇ ଚନ୍ଦାହାଣ୍ଡି ବ୍ଲକ ଯିବା ପାଇଁ ପଡେ। ସେହିପରି ପୋଡ଼ାଶୀ ରାଜ୍ୟ ଛତିଶଗଡ଼ ଏବଂ କଳାହାଣ୍ଡି ଜିଲ୍ଲା ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ଲୋକ ମାନେ ନିର୍ଭର କରୁଛନ୍ତି।ତେବେ ଝରିଗାଁ ବ୍ଲକ ଠାରୁ ପ୍ରାୟ ୧୨ କିଲୋମିଟର ଦୂର ଅତିକ୍ରମ କରିବା ପରେ ପଡିଥାଏ ବିପଦ ପୂର୍ଣ ଝରିଗାଁ-ଚନ୍ଦାହାଣ୍ଡି ଘାଟି।ଏହି ବିପଦ ପୂର୍ଣ ଘାଟି ପ୍ରାୟ ଦୁଇ କିଲୋମିଟର ରହିଥିବା ବେଳେ ଅଙ୍କାବଙ୍କା ରାସ୍ତା ସହ ଘଞ୍ଚ ଜଙ୍ଗଲ ଦେଇ ଯିବା ପାଇଁ ପଡେ।

ଝରିଗାଁ-ଚନ୍ଦାହାଣ୍ଡି ଘାଟି ହଠାତ ଗଡାଣିଆ ସହ ବୈଷୟିକ ତୃଟି ଯୋଗୁଁ ନିର୍ଦ୍ଦିଷ୍ଟ ଶହ ମିଟର ଦୂର ବ୍ୟବଧାନ ମଧ୍ୟରେ ଅଧିକ ଗାଡି ଦୁର୍ଘଟଣା ହୋଇଥାଏ। ପ୍ରଶାସନ ପକ୍ଷରୁ ଘାଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲୁହାର ସୂଚନା ଫଳକ କରିଥିଲେ ତେବେ ଦୁର୍ବୃତ୍ତମାନେ ସୂଚନା ଫଳକ କାଟି ନେଇ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ଫଳକ ନଥିବା ଯୋଗୁଁ ବାହାର ଜିଲ୍ଲା ତଥା ରାଜ୍ୟରୁ ଆସୁଥିବା ଗାଡିର ଚାଳକ ମାନେ ଘାଟି ସମ୍ପର୍କରେ ଅଭିଜ୍ଞତା ନଥିବା ଯୋଗୁଁ ଦୁର୍ଘଟଣା ବାଡିବାରେ ଲାଗିଛି।

ଏହି ଘାଟି ରାସ୍ତା ଦେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଜିଲ୍ଲା ପ୍ରଶାସନର ବରିଷ୍ଟ ଅଧିକାରୀ ମାନେ ବେଳେ ବେଳେ ଯାତାୟତ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ସୁରକ୍ଷା ପାଚେରୀ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।ସେହିପରି ପ୍ରଶାସନ ପକ୍ଷରୁ ମଧ୍ୟ ପାଚେରୀ ମରାମତି ପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି।

ଘାଟି ଅଂଚଳରେ ପ୍ରଶାସନ ପକ୍ଷରୁ କୌଣସି ନେଟୱର୍କ ସୁବିଧା କରାଯାଇନାହିଁ। କୌଣସି ଦୁର୍ଘଟଣା ହେଲେ ଗୁରୁତର ମାନେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଝରିଗାଁ-ଚନ୍ଧାହାଣ୍ଡି ଘାଟି ଠାରୁ ପ୍ରାୟ ୨ କିଲୋମିଟର ଝରିଗାଁ ରାସ୍ତାରେ କିମ୍ବା ୧୨ କିଲୋମିଟର ଅତିକ୍ରମ ପରେ ଚନ୍ଧାହାଣ୍ଡି ବ୍ଳକର ଦେଓବନ୍ଦ ଗ୍ରାମ ଯିବା ପରେ ନେଟୱର୍କ ଆସୁଛି। ଫଳରେ ଝରିଗାଁ-ଚନ୍ଧାହାଣ୍ଡି ଘଟିରେ ଦୁର୍ଘଟଣା ହେବା ପରେ ତୁରନ୍ତ ଆମ୍ବୁଲାନ୍ସ କିମ୍ବା ପରିବାର ଲୋକଙ୍କୁ ସୂଚନା ଦେବାରେ ସମସ୍ୟା ଦେଖାଦେଉଛି।
ବିଶେଷ କରି ଘାଟି ଅଂଚଳରେ କୌଣସି ନେଟୱର୍କ ନଥିବା ବେଳେ ଯୋଗାଯୋଗ ସମ୍ଭବ ହେଉନଥିବା ଯୋଗୁଁ ଗୁରୁତର ଆହତ ମାନେ ତୁରନ୍ତ ଚିକିତ୍ସା ପାଇବା ଠାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି। କୌଣସି ଦୁର୍ଘଟଣା ହେଲେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ନେଟୱର୍କ ପାଖରେ ଆସି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗକୁ ଖବର ଦେଇଥାନ୍ତି। ଫଳରେ ଉଭୟ ଘଟଣା ସ୍ଥଳରେ ପହଂଚିବା ସହ ଗୁରୁତର ମାନଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଉଛି।ତୁରନ୍ତ ଚିକିତ୍ସା ନପାଇ କିଛି ଲୋକଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣ ହାନି ହୋଇଥିବା ଅଭିଯୋଗ ହୋଇଛି।

ଅଂଚଳ ବାସୀ ବହୁବାର ଘାଟି ଅଂଚଳରେ ନେଟୱର୍କ ସୁବିଧା ସହ ଗୁରୁତର ମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।ସେହିପରି ଉଚ୍ଚ ସ୍ତରୀୟ ବୈଷୟିକ ଟିମର ସର୍ଭେ ମୁତାବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ତୃଟିର ସମାଧାନ କରିବା ପାଇଁ ଦାବି ହୋଇଛି।ସେହିପରି ଉଚ୍ଚ ସ୍ତରୀୟ ବୈଷୟିକ ଟିମର ସର୍ଭେ ମୁତାବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ତୃଟିର ସମାଧାନ କରିବା ପାଇଁ ଦାବି ହୋଇଛି।ଗତ ୫ ବର୍ଷ ମଧ୍ୟରେ ଏହି ଘାଟିରେ ଗାଡି ଦୁର୍ଘଟଣା ହୋଇ ୧୪ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ କାହାର ସ୍ୱାମୀକୁ ହରାଇ ସଂସାର ଭାସି ଯାଉଛି ତ କେହି ନିଜ ଲୋକ ମାନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି।

ବଡ଼ ବଡ଼ ଦୁର୍ଘଟଣା ମଧ୍ୟରୁ ୨୦୧୫ ମସିହା ଦଶହରା ସମୟରେ ଡାବୁଗାଁ ବ୍ଲକର ଏକ ଆଦିବାସୀ ନାଟ ଗାଡି ଚନ୍ଦାହାଣ୍ଡି ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଘାଟି ତଳକୁ ଖସି ପଡ଼ିଥିଲା।ଯାହାଦ୍ୱାରା ଦୁର୍ଘଟଣା ସ୍ଥଳରେ ହିଁ ୧୧ଜଣଙ୍କ ମତ୍ୟୁ ଘଟିଥିଲା ଏବଂ ୨୦ରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା ମିଳିଛି। ୨୦୧୮ ନଭେମ୍ବର ୧୧ତାରିଖରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଚନ୍ଦାହାଣ୍ଡି ଅରବିନ୍ଦ ପାଠଚକ୍ର ସମ୍ମିଳନୀକୁ ବସରେ ଛାତ୍ରୀଛାତ୍ରଙ୍କ ସହ ଶିକ୍ଷକ ଓ ସ୍କୁଲର କର୍ମଚାରୀ ଯାଉଥିବା ବେଳେ ଘାଟିରେ ଦୁର୍ଘଟଣା ଘଟି ଏଥିରେ ୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଆହତ ଥିବା ସୂଚନା ମିଳିଛି।ସେହିପରି ୨୦୨୪ ମସିହାରେ ଏକ ସ୍କୁଲ ବସ ଦୁର୍ଘଟଣା ଘଟି ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହେଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତି ମାସରେ ଏକାଧିକ ଛୋଟ ବଡ଼ ଦୁର୍ଘଟଣା ହୋଉ ଥିବା ବେଳେ କିଛି ଦୁର୍ଘଟଣା ଲୋକ ଲୋଚନକୁ ଆସିପାରୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button