‘ମ୍ୟାଗି ନୁଡଲ୍ସ’ର ଉଦ୍ଭାବକ – Utkal Mail
ନେସ୍ଲେ କମ୍ପାନିର ପ୍ରସିଦ୍ଧ ମ୍ୟାଗି ନୁଡଲ୍ସ ଲକ୍ଷ ଲକ୍ଷ ଲୋକଙ୍କ ତତ୍କାଳ ଖାଦ୍ୟଲାଳସାର ଉତ୍ତର। ବାସ୍ତବରେ ଅନେକଙ୍କ ପାଇଁ ଏହା ଭାବାବେଗ ସହ ଜଡ଼ିତ ଏକ ଖାଦ୍ୟ ସାମଗ୍ରୀ ହୋଇପାରିଛି। ତେବେ ଏହା ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ସତ୍ତ୍ବେ ଏହାର ଉଦ୍ଭାବକଙ୍କ ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣନ୍ତି। ୧୮୪୬ ଅକ୍ଟୋବର ୯ରେ ସ୍ବିଜରଲାଣ୍ଡରେ ଜନ୍ମିତ ଜୁଲିଅସ୍ ମ୍ୟାଗି ହେଉଛନ୍ତି ଏହି ସୁଆଦିଆ ଖାଦ୍ୟର ସ୍ରଷ୍ଟା। ସେ ବ୍ୟସ୍ତବହୁଳ ପରିବାର ପାଇଁ ଏକ ରନ୍ଧନ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ।
ସେହି ସମସ୍ୟାଟି ହେଲା ସେତେବେଳେ ଅଧିକରୁ ଅଧିକ ମହିଳା କାରଖାନାରେ କାମ ଆରମ୍ଭ କରିବା ଯୋଗୁଁ ଘର ପାଇଁ କମ୍ ସମୟ ଦେଇପାରିଲେ। ତେଣୁ ଶୀଘ୍ର ଓ ସହଜରେ ପ୍ରସ୍ତୁତ ହୋଇ ପାରୁଥିବା ଏକ ସ୍ବାଦିଷ୍ଠ ଶସ୍ତା ଖାଦ୍ୟର ଆବଶ୍ୟକତା ଥିଲା। କିଛି ବର୍ଷର ଗବେଷଣା ପରେ ମ୍ୟାଗି ପ୍ରଥମ କରି ବିନ୍ ଓ ମଟର ସୁପ୍ ପ୍ରସ୍ତୁତି ପାଇଁ ଏକ ଗୁଣ୍ଡ ପ୍ରସ୍ତୁତ କରିଥିଲେ। ଏହାର ଅକଳ୍ପନୀୟ ସଫଳତାରେ ଉତ୍ସାହିତ ହୋଇ ସେ ୧୮୮୪ ମସିହାରେ ମ୍ୟାଗି ନୁଡଲ୍ସ ପ୍ରସ୍ତୁତ କରିଥିଲେ। ଏହା ଧୀରେ ଧୀରେ ସ୍ବିଜରଲାଣ୍ଡରୁ ନାଇଜେରିଆ, ମାଲେସିଆ ଓ ଶ୍ରୀଲଙ୍କା ସମେତ ଅନ୍ୟାନ୍ୟ ଦେଶରେ ଲୋକପ୍ରିୟତା ଲାଭ କଲା। ୧୯୪୭ ମସିହାରେ ନେସ୍ଲେ ଇଣ୍ଡିଆ କମ୍ପାନି ପକ୍ଷରୁ ଭାରତରେ ମ୍ୟାଗି ନୁଡଲ୍ସର ବିତରଣ ଆରମ୍ଭ ହେଲା।