ଓଡିଶା
ବିଳମ୍ବରେ ଫେରିଲେ ବୋଲି ଗରମ ପାଣି ଛାଟି ଦେଲେ ଅଗ୍ନିଶମ ହାବିଲଦାର, ଗୁରୁତର ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି

ବାଙ୍ଗିରିପୋଷି ୨୬/୮: ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ। ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିଦେଲେ କାର୍ଯ୍ୟରତ ହାବିଲଦାର।
ସୂଚନା ମୁତାବକ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟାରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ରବିବାର ବିଳମ୍ବିତ ସମୟରେ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଥିଲେ ।
ଏନେଇ ସେଠାରେ କାର୍ଯ୍ୟରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ସେ ଫୁଟିଥିବା ଗରମ ପାଣି ଆଣି ଦୁଷ୍ମନ୍ତଙ୍କ ଉପରକୁ ପିଙ୍ଗି ଦେଇଥିଲେ। ଫଳରେ ତାଙ୍କର ଦୁଇ ଜଙ୍ଘ ଏବଂ ଗୋଡରେ ଗରମ ପାଣି ପଡି ଗୁରୁତର ଆହାତ ହୋଇଥିଲେ । ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ ସାଥୀ କର୍ମଚାରୀମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।