ଦେଶ ବିଦେଶ

ଅପରାଧଜାତୀୟ କଇଁଛ ଚାଲାଣକୁ ପଣ୍ଡ କଲା ଆରପିଏଫ

ଚନ୍ଦୋଲି: ବିଶେଷ ସୂତ୍ରରୁ ସୂଚନା ପାଇ ରେଳବାଇ ସୁରକ୍ଷା ବଳ ପକ୍ଷରୁ ୧୫୦ କଇଁଛ ଉଦ୍ଧାର କରାଯାଇଛି।  ଉତ୍ତର ପୂର୍ବ ଏକ୍ସପ୍ରେସର ଏକ ସ୍ଲିପର ବଗି ଉତ୍ତର ପ୍ରଦେଶର ଦିନ ଦୟାଲ ଉପାଧ୍ୟାୟ ଜଙ୍କସନରେ ପହଞ୍ଚିବା ପରେ ରେଳବାଇ ସୁରକ୍ଷା ବଳ କଇଁଛ ଉଦ୍ଧାର କରିବା ସହ ୯ ଜଣଙ୍କୁ ଅଟକ ରଖିଛି। ଉଦ୍ଧାର କଇଁଛ ଭିତରେ ୨୧ଟି ବଡ  ଥିଲା। ଏସବୁକୁ ସେମାନେ ବ୍ୟାଗ ଓ ଅଖାରେ ନେଉଥିଲେ। ଉଦ୍ଧାର କଇଁଛ ସବୁକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ଓ ଅଭିଯୁକ୍ତମାନଙ୍କ ଉପରେ ନିଆଯାଉଛି କଡା କାର୍ଯ୍ୟାନୁଷ୍ଠାନ। ପଚରାଉଚରାରୁ ଜଣାପଡିଛି କି, ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ସୁଲତାନପୁରର। ସେମାନେ ପ୍ରାୟାଗରାଜ ଅନ୍ତର୍ଗତ ସଙ୍ଗମ କୋଷ୍ଟରୁ କଇଁଛ ନେଇ ବିହାରର କଟିହାର ବିକ୍ରି କରିବାକୁ ଯାଉଥିଲେ।

ଡିଡିୟୁ ଜଙ୍କସନର ଆରପିଏଫ ଇନସ୍ପେକ୍ଟର ସଞ୍ଜିବ କୁମାର କହିଛନ୍ତି କି, ଆରପିଏଫର ଏକ୍ସର୍ଟ ଟିମ କାନପୁରର ଡିଡିୟୁ ଜଙ୍କସନ ଆସୁଥିବା ବେଳେ ସେମାନେ ୨୧ଟି ଅଖା ଦେଖି ସେମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲେ। ତେଣୁ ଏସମ୍ପର୍କରେ  ଡିଡିୟୁ ଜଙ୍କସନକୁ  ସୂଚିତ କରିଥିଲେ। ଟ୍ରେନ ଜଙ୍କସନରେ ପହଞ୍ଚିବା ପରେ ଯାଞ୍ଚ କରାଯିବାରୁ କଇଁଛ ଚାଲାଣ ହେଉଥିବା କଥା ସାମ୍ନାକୁ ଆସିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button