ବିଚାର

ମହାଭାରତର ଏହି ନଅଟି ରହସ୍ୟମୟ ଘଟଣା, ଯାହା ଆପଣ କେବେବି ଶୁଣି ନଥିବେ

ହିନ୍ଦୁ ଧର୍ମର ଅନୁଯାୟୀ ମହାଭାରତ ଯୁଦ୍ଧ ଦ୍ଵାପର ଯୁଗରେ ହୋଇଥିଲା। କୁହାଯାଏ ଯେ ଏହି କଳିଯୁଗ ମହାଭାରତ ଯୁଦ୍ଧ ପରଠାରୁ ହିଁ ଆରମ୍ଭ ହୋଇଛି । ମହାଭାରତ କାଳରେ ଅନେକ ଘଟଣାମାନ ଘଟିଯାଇଥିଲା, ସେଥିମଧ୍ୟରୁ ଅନେକ ଘଟଣା ବିଷୟରେ ଆମେ ଅବଗତ। କିନ୍ତୁ ଆଜି ଆମେ ମହାଭାରତର ନଅଟି ରହସ୍ୟ ବିଷୟରେ କହିବୁ ଯାହା ଆପଣ କେବେ ବି ଶୁଣି ନଥିବେ।

କୌରବ ଶହେ ଭାଇ ନୁହେଁ ବରଂ ୯୯ ଭାଇ ଏବଂ ଜଣେ ଭଉଣୀ ଦୁଃଶିଳା ଥିଲା । ପୁଣି ଜଣେ ଦାସୀଙ୍କ ପୁତ୍ର ୟୁୟୁତ୍ସୁ ଯାହାକି କୌରବଙ୍କର ୧୦୧ଭାଇ ଥିଲେ । ୟୁୟୁତ୍ସୁ ମହାଭାରତ ଯୁଦ୍ଧ ପାଣ୍ଡବଙ୍କ ତରଫରୁ ଲଢ଼ିଥିଲେ ଏବଂ ସେ ଦ୍ରୌପଦୀଙ୍କର ଅପମାନ ହେବାରେ ମଧ୍ୟ ରୋକିଥିଲେ ।

ଗୁରୁ ଦ୍ରୋଣ ମହର୍ଷି ଭରଦ୍ବାଜ୍ ଙ୍କ ପୁତ୍ର ଏବଂ କୌଣସି ପାଣ୍ଡବଙ୍କ ଗୁରୁ ମଧ୍ୟ ଥିଲେ । ଥରେ ଋଷି ଭରଦ୍ବାଜ୍ ନିଜର ଦିନ ଚର୍ଯ୍ୟା ପାଇଁ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଉଥିଲେ ସେହି ସମୟରେ ଧିଆତାଚି ନାମକ ଅପ୍ସରା କେବଳ ଏକ ପାରଦର୍ଶୀ ବସ୍ତ୍ର ପିନ୍ଧି ଗଙ୍ଗାରେ ସ୍ନାନ କରୁଥିଲେ । ସେ ଉତ୍ତେଜିତ ହେବାରୁ ଯେଉଁ ବିର୍ଜ ଆସିଲା ତାହାକୁ ସେ ଏକ ପତ୍ର ଉପରେ ରଖିଲେ ଯେଉଁଥିରୁ ଦ୍ରୋଣ ଜନ୍ମ ନେଲେ ।

ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ଯୁଦ୍ଧରେ ବିଜୟୀ ହେଲେ । ଯୁଧିଷ୍ଠିରଙ୍କର ରାଜତିଳକ ହେଲା ଏବଂ ସେ ହସ୍ତୀନାପୁରର ରାଜା ହେଲେ । କିନ୍ତୁ ସେପଟେ ନିଜର ଶହେ ପୁଅକୁ ହରାଇଥିବା ଗାନ୍ଧାରୀ ଦୁଃଖରେ ପୁତ୍ର ଶୋକରେ ବିଳାପ କରୁଥିଲେ । ଯେତେବେଳେ ଶ୍ରୀକୃଷ୍ଣଙ୍କର ହସ୍ତୀନାପୁର ଛାଡ଼ିବାର ସମୟ ଆସିଲା ସେତେବେଳେ ସେ ଗାନ୍ଧାରୀଙ୍କୁ ଭେଟିବାକୁ ଗଲେ ସେତେବେଳେ ଗାନ୍ଧାରୀ ତାଙ୍କ ବଂଶ ନିପାତ ହେବାର ଅଭିଶାପ ଦେଲେ ।

ହସ୍ତୀନାପୁରରେ ପାଣ୍ଡବ ମାନେ ରାଜତ୍ୱ କଲେ କିନ୍ତୁ ଦ୍ଵାରିକାରେ କୌଣସି କାରଣରୁ ଯଦୁ ବଂଶରେ ପରସ୍ପର ଭିତରେ ଯୁଦ୍ଧ କରିବା କାରଣରୁ ବଂଶ ସମ୍ପୂର୍ଣ୍ଣ ନିପାତ ହୋଇଗଲା । ତାହା ପ୍ରଭାକ୍ଷେତ୍ରରେ ଘଟିଥିଲା ।

ପ୍ରଭାକ୍ଷେତ୍ରରେ ଯଦୁ ବଂଶରେ ପରସ୍ପର ପରସ୍ପରକୁ ମାରିବା ପରେ ବଳରାମ ଦ୍ଵାରିକା ଛାଡ଼ି ଚାଲିଗଲେ ଏବଂ ଶ୍ରୀକୃଷ୍ଣ ଏକାକୀ ପ୍ରଭାକ୍ଷେତ୍ରରେ ରହିବାକୁ ଲାଗିଲେ । ଦିନେ ସେ ବିଶ୍ରାମ କରୁଥିବା ସମୟରେ ଜରା ନାମକ ଶିକାରୀ ଭୁଲରେ ତାଙ୍କୁ ତୀର ମାରି ତାଙ୍କର ହତ୍ୟା କରିଥିଲେ।

ଶ୍ରୀକୃଷ୍ଣ ମର୍ତ୍ତ୍ୟରେ ଦେହତ୍ୟାଗ କରି ଯେଉଁଦିନ ବୈକୁଣ୍ଠକୁ ଫେରିଲେ ସେହିଦିନ କଳିଯୁଗର ଆରମ୍ଭ ହୋଇଥିଲା । ସେହିଦିନ ପାଣ୍ଡବ ମାନେ ମଧ୍ୟ ହିମାଲୟରୁ ସ୍ୱର୍ଗ ଯିବାକୁ ଲାଗିଲେ ଏବଂ ସେହି ସମୟରେ ଏକ କୁକୁର ରୂପରେ ଯମରାଜ ସେମାନଙ୍କର ମାର୍ଗ ଦର୍ଶନ କରାଇଥିଲେ । କିନ୍ତୁ ଯୁଧିଷ୍ଠିରଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ସ୍ଵର୍ଗକୁ ଯାଇପାରିନଥିଲେ।

ସ୍ୱର୍ଗ ଦ୍ୱାରରେ ଯମରାଜ କୁକୁର ରୂପରୁ ନିଜସ୍ୱ ରୂପରେ ଆସି ଯୁଧିଷ୍ଠିରଙ୍କୁ ସ୍ୱର୍ଗକୁ ନେବା ପୂର୍ବରୁ ନର୍କକୁ ନେଇ ଯାଆନ୍ତି । ସେଠାରେ ସେ ନିଜ ଭାଇ ଏବଂ ଦ୍ରୌପଦୀଙ୍କୁ ନିଜର ଦୋଷ ସ୍ୱୀକାର କରିବାର ଦେଖିବା ସହିତ ଯମରାଜ ତାଙ୍କୁ କହନ୍ତି ଯେ ସେମାନେ ମଧ୍ୟ ବହୁତ ଶୀଘ୍ର ନିଜର ଦଣ୍ଡ ଗ୍ରହଣ କରି ସ୍ୱର୍ଗକୁ ଆସିବେ ।

ଜାଣନ୍ତି କି ମହାଭାରତ ମାତା ପାର୍ବତୀ ଏବଂ ତାଙ୍କ ପୁତ୍ର ଗଣେଶ ଲେଖିଥିଲେ ଏବଂ ବେଦବ୍ୟାସ କେବଳ ତାହାକୁ କହିଥିଲେ । ବେଦବ୍ୟାସ କୌଣସି ଲୋକର ନାମ ନୁହେଁ ବରଂ ତାହା ଏକ ଉପାଧି ଯାହାକି ଜ୍ଞାନୀ ଗୁଣି ବିଦ୍ୱାନଙ୍କୁ ଦିଆ ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button