ଜୀବନଶୈଳୀ

ଏହି ବିବାହ ନାମରେ ଅଛି ଦୁନିଆର ବିଶ୍ଵ ରେକର୍ଡ, କିନ୍ତୁ ୧୦ ବର୍ଷ ମଧ୍ୟରେ ହିଁ ହୋଇଗଲା ଡିଭୋର୍ସ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭାରତର ସ୍ଟୀଲ ଟାୟକୁନ ଲକ୍ଷ୍ମୀନିବାସ ମିତ୍ତଲଙ୍କ ଝିଅର ବିବାହ ଗିନୀଜ ବୁକ ଅଫ ରେକର୍ଡରେ ସାମିଲ ଅଛି । ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ବନୀଶା ଓ ଅମିତ ଭାଟିୟାଙ୍କ ବିବାହ ବର୍ଷ ୨୦୦୪ରେ ହୋଇଥିଲା । ଏହି ବିବାହରେ ଲକ୍ଷ୍ମୀ ମିତ୍ତଲ ୫୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଓ ଏହି ବିବାହ ସେହି ସମୟରେ ଦୁନିଆରେ ଏକ ଚର୍ଚ୍ଚାର ବିଷୟ ହୋଇଯାଇଥିଲା ।

୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ବିବାହ କାର୍ଯ୍ୟକ୍ରମ ପ୍ୟାରିସ ରେ ହୋଇଥିଲା । ମିତ୍ତଲଙ୍କ ଜ୍ଵାଇଁ ହୋଇଥିବା ଅମିତ ଭାଟିୟା ଲଣ୍ଡନରେ ବ୍ୟାଙ୍କର ଥିଲେ । କିନ୍ତୁ ସବୁଠୁ ମହଙ୍ଗା ସମାରୋହରେ ଯେଉଁ ସମ୍ପର୍କ ଗଢି ଉଠିଥିଲା ତାହା ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ।

କହିବାକୁ ଗଲେ ବର୍ଷ ୨୦୧୪ରେ ମିତ୍ତଲଙ୍କ ଝିଅ ବନିଶା ଓ ଅମିତଙ୍କ ମଧ୍ୟରେ ଡିଭୋର୍ସ ହୋଇଗଲା । ମିଡିଆ ରିପୋର୍ଟ ଅନୁସାରେ ଦୁଇ ଜଣଙ୍କ ସହମତି ପରେ ହିଁ ସେମାନଙ୍କର ଡିଭୋର୍ସ ହୋଇଛି ।

କିନ୍ତୁ ଏହି ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କାର ଆଧାରରେ ଏହାକୁ ଗିନୀଜ ବୁକରେ ଏଣ୍ଟ୍ରି ମିଳିଥିଲା ଓ ଏହା ଦୁନିଆର ସବୁଠୁ ମହଙ୍ଗା ବିବାହ ବି ହୋଇ ଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button