ଦେଶ ବିଦେଶ

ଯବାନ ସ୍ୱାମୀକୁ ଧୋକା ଦେଇ ସ୍ତ୍ରୀ ରଖିଥିଲେ ପର ପୁରୁଷ ସହ ସମ୍ପର୍କ, ସହି ନପାରି ହାରି ଦେଲେ ଜୀବନ, ଜାଣନ୍ତୁ ପୁରା ଘଟଣା

ଦିନ ଥିଲା ସ୍ତ୍ରୀକୁ ଏତେ ଭଲ ପାଉଥିଲେ ଯେ ସ୍ତ୍ରୀ ନାମକୁ ହାତରେ ଟାଟୁ ବି କରିଥିଲେ । ହେଲେ କିଏ ଜାଣିଥିଲା ସେହି ସ୍ତ୍ରୀ ପାଇଁ ଦିନେ ତାଙ୍କୁ ଜୀବନ ହାରିବାକୁ ପଡ଼ିବ ବୋଲି । ଜୀବନ ହାରିଥିବା ସେହି ବ୍ୟକ୍ତି ଜଣଙ୍କ ଜଣେ ସିଆରପିଏଫ୍ ଯବାନ ମଧ୍ୟ ଥିଲେ । ଜଣେ ଯବାନ ଭାବେ ନିଶ୍ଚିତ ଭାବେ ସେ ଶାରିରୀକ ଓ ମାନସିକ ସ୍ତରରେ ଦକ୍ଷ ଥିବେ ।

ହେଲେ ସ୍ତ୍ରୀର ଏପରି କର୍ମ ତାଙ୍କୁ ଆଜି ଆତ୍ମହତ୍ୟା କରିବାକୁ ବାଧ୍ୟ କଲା । ମୃତ ସିଆରପିଏଫ୍ ଯବାନଙ୍କ ନାମ ହେଉଛି ମିହିର ସିଂହ । ମିହିର ଛୁଟି କଟାଇବା ପାଇଁ କିଛି ଦିନ ତଳେ ଓଡ଼ିଶା ଆସିଥିଲେ । ହେଲେ ଗତ କାଲି ଓଡ଼ିଶାର ଏକ ହୋଟେଲ୍ ରୁ ମିହିରଙ୍କର ମୃତ ଶରୀର ଉଦ୍ଧାର ହୋଇଛି । ମିହିର ସେହି ହୋଟେଲ୍ ରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

Jawan wife

ମିହିର ୨୦୧୩ ମସିହାରେ ରୀତି ନୀତି ଅନୁସାରେ ସସ୍ମିତା ନାୟକଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଏକ ଝିଅ ସନ୍ତାନ ମଧ୍ୟ ରହିଛି । ସୂଚନା ଅନୁସାରେ ବିବାହ ପରେ ସସ୍ମିତା ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିଥିଲେ । ବାରମ୍ବାର ଝଗଡ଼ା ଓ ଯୁକ୍ତି ତର୍କ ପରେ ମଧ୍ୟ ସସ୍ମିତା ନିଜ ଗୁଣକୁ ବଦଳାଉ ନ ଥିଲେ । ଶେଷରେ ଦୁହିଁଙ୍କର ଛାଡ଼ପତ୍ର ମଧ୍ୟ ହୋଇ ଯାଇଥିଲା ।

ମିହିର ଛାଡ଼ପତ୍ର ସମୟରେ ନିଜ ଝିଅକୁ ପାଖରେ ରଖିବା ପାଇଁ ମାନ୍ୟବର କୋର୍ଟକୁ ଅନୁରୋଧ କରିଥିଲେ । ହେଲେ ଝିଅ ନାବାଳିକା ହେତୁ କୋର୍ଟ ଝିଅକୁ ମାଆ ପାଖରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଛାଡ଼ପତ୍ର ପରେ ମିହିରଙ୍କୁ ନିଜ ସହିତ ଦେଖା କରିବା ପାଇଁ ବାରଣ କରୁଥିଲେ ସସ୍ମିତା ।

ମିହିର ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ସସ୍ମିତାଙ୍କ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଦେଖା ଦେଇ ନ ଥିଲା । ଚେଷ୍ଟାର ସବୁ ସୀମା ପାର ହେଲା ପରେ ମିହିର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button