ମନୋରଞ୍ଜନ

2 ଟି ବିବାହ ଓ 2 ଟି ପିଲା ହେବା ପରେ ବି ଆଜି ଏକୁଟିଆ ଜୀବନ କାଟୁଛନ୍ତି ଏହି ସୁନ୍ଦରୀ Actress, 43 ବର୍ଷ ବୟସରେ ଖୋଜୁଛନ୍ତି ସଚ୍ଚା ଜୀବନସାଥୀ

ହିନ୍ଦୀ ସିନେମାରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ବୈବାହିକ ଜୀବନ ସଫଳ ହୋଇ ନାହିଁ ଓ ସେମାନେ ନିଜ ଫିଲ୍ମ କ୍ୟାରିଅର ସହ ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପଶିଖା ନାଗପାଲ ।

୪୩ ବର୍ଷୀୟ ଦୀପଶିଖା ନିଜ ବ୍ୟକ୍ତିଗତ ଜୀବନରେ ଅନେକ ଝଡ଼ଝଞ୍ଜାର ସାମ୍ନା କରିଛନ୍ତି ଓ ଜୀବନର ଏହି ବୟସରେ ମଧ୍ୟ ଜଣେ ଭଲ ସାଥିଙ୍କ ତଲାସରେ ରହିଛନ୍ତି । ନିକଟରେ ଦୀପଶିଖା ଗୋଟିଏ ସାକ୍ଷାତକାରରେ ଭାଗ ନେଇଥିଲେ ଓ ସେହି ସମୟରେ ସେ ଏହି ମାମଲା ବିଷୟରେ କଥା ହୋଇଥିଲେ । ସେ ସେହି ସାକ୍ଷାତକାରରେ କହିଥିଲେ ଯେ ସେ ଜୀବନରେ କେବେ ମଧ୍ୟ ଜଣେ ଭଲ ସାଥିଙ୍କ ତଲାସ ବନ୍ଦ କରିବେ ନାହିଁ ।

ତେବେ ଏପରି ସାକ୍ଷାତକାର ଦେଇ ଅଭିନେତ୍ରୀ ଜଣକ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଦୀପଶିଖା ସାକ୍ଷାତକାରରେ କହିଥିଲେ ଯେ, “ମୁଁ ଭିତରୁ ବହୁତ ରୋମାଣ୍ଟିକ ଅଟେ ଓ ବିଶ୍ବାସ ରଖେ ଯେ କେହି ଜଣେ ଆପଣଙ୍କ ପାଇଁ ନିଶ୍ଚିତ ତିଆରି ହୋଇଛି । ସଠିକ୍ ସମୟ ଆସିଲେ ସେ ଆପଣଙ୍କ ଜୀବନରେ ପାଦ ଦେଇଥାନ୍ତି । ମୁଁ ବହୁତ କମ୍ ବୟସରୁ ହିଁ ହୃଦୟରୁ ବହୁତ ରୋମାଣ୍ଟିକ ଅଟେ ।

ମୁଁ ସବୁବେଳେ ବିଶ୍ବାସ କରେ ଯେ ମୋତେ ସତ୍ୟ ପ୍ରେମ ନିଶ୍ଚୟ ମିଳିବ । ହୋଇପାରେ ଜୀବନରେ ଏବେ ପର୍ଯ୍ୟନ୍ତ ସେହି ଠିକ୍ ମଣିଷ ସହ ମୋର ଭେଟ ହୋଇ ନାହିଁ, ସେଥିପାଇଁ ମୋର ଛାଡ଼ପତ୍ର ହୋଇଛି । ମାତ୍ର ଏହି ଘଟଣା ମୋ ମନରେ ପ୍ରେମ ପ୍ରତି ତିକ୍ତତା ସୃଷ୍ଟି କରି ପାରି ନାହିଁ । ”

ଆଗକୁ ଦୀପଶିଖା କହିଥିଲେ, “ମୁଁ ବର୍ତ୍ତମାନ ସିଙ୍ଗଲ ଅଛି ଓ କାହାକୁ ମଧ୍ୟ ଡେଟ୍ କରୁ ନାହିଁ । ମାତ୍ର ମୁଁ ମିଙ୍ଗଲ ହେବାକୁ ପ୍ରସ୍ତୁତ ଅଛି । ବର୍ତ୍ତମାନ ସ୍ଥିତିରେ ନୂଆ ଲୋକଙ୍କ ସହ ମିଶିବା ସମ୍ଭବ ନୁହେଁ । ମାତ୍ର ମୁଁ ବିଶ୍ୱାସ କରେ ଯେ ଗୋଟିଏ ଦିନ ମୋତେ ମୋ ଜୀବନସାଥୀ ନିଶ୍ଚୟ ମିଳିବ । ” ତେବେ ଦୀପଶିଖା ତାଙ୍କ ପୂର୍ବ ସ୍ଵାମୀଙ୍କ ସହ ସମ୍ପର୍କରେ ଅଛନ୍ତି କି ନାହିଁ ବୋଲି ପଚରା ଯିବାରୁ ସେ ଉତ୍ତର ଦେଇଥିଲେ ଯେ ସେ ନିଜ ପୂର୍ବ ସ୍ଵାମୀଙ୍କ ସହ ବନ୍ଧୁତା ରଖିବାରେ ବିଶ୍ବାସ କରନ୍ତି ନାହିଁ ଏବଂ ଅତୀତକୁ ଅତୀତରେ ରଖିବା ହିଁ ସର୍ବ ଶ୍ରେଷ୍ଠ ଅଟେ ।

ଦୀପଶିଖା ଦୁଇଟି ବିବାହ କରିଥିଲେ । ସେ ୧୯୯୭ ମସିହାରେ ଜିତ୍ ଉପେନ୍ଦ୍ରଙ୍କୁ ପ୍ରଥମ ବିବାହ କରିଥିଲେ । ପ୍ରଥମ ବିବାହରୁ ତାଙ୍କର ଦୁଇଟି ସନ୍ତାନ ବେଦିକା ଓ ବିବାନଙ୍କ ମା ହୋଇଥିଲେ ଦୀପଶିଖା । ମାତ୍ର ବିବାହର ଦଶ ବର୍ଷ ପରେ ସେମାନଙ୍କ ସମ୍ପର୍କ ଶେଷ ହୋଇ ଯାଇଥିଲେ । ୨୦୦୭ ମସିହାରେ ସେମାନେ ଅଲଗା ହୋଇ ଯାଇଥିଲେ । ତା ପରେ ଦୀପଶିଖା ୨୦୧୨ ମସିହାରେ କେଶବ ଆରୋରାଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

ମାତ୍ର ୨୦୧୬ ରେ ତାଙ୍କ ସହ ମଧ୍ୟ ଦୀପଶିଖାଙ୍କ ଛାଡ଼ପତ୍ର ହୋଇ ଯାଇଥିଲା । ଦୀପଶିଖାଙ୍କ ମୁତାବକ କେଶବ ତାଙ୍କୁ ପଇସା ମାଗି ତାଙ୍କୁ ମାରପିଟ୍ କରିଥିଲେ ଓ ତାଙ୍କୁ ଗମ୍ଭୀର ଆଘାତ ମଧ୍ୟ ଲାଗିଥିଲା । ଯାହା ଫଳରେ ସେ ତାଙ୍କୁ ଛାଡପତ୍ର ଦେବାକୁ ବାଧ୍ୟ ହୋଇଥିଲେ । ଦୀପଶିଖା ବାଦଶାହ, ପାର୍ଟନର, ପ୍ୟାର୍ ମେଁ ଟ୍ବିଷ୍ଟ ଓ କର୍ପୋରେଟ ପରି ଫିଲ୍ମରେ କାର୍ଯ୍ୟ କରିଛନ୍ତି ଓ ଛୋଟ ପରଦାରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କୁ ଲୋକପ୍ରିୟ ରିୟାଲିଟି ଶୋ ବିଗ୍ ବସ୍ ସିଜନ୍-୮ ରେ ମଧ୍ୟ ଦେଖିବାକୁ ମିଳିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button