କେଉଁ ମାସ ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ ଜାଣନ୍ତୁ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ କଥା ରହିଛି | ଆଉ ଲୋକ ମାନେ ମଧ୍ୟ ସେହି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିକି ଅନେକ କାର୍ଯ୍ୟ ମାନ କରିଥାନ୍ତି | ତେବେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ବ୍ୟକ୍ତି ର ଜନ୍ମ ମାସ, ଦିନ, ସମୟ ଓ ବର୍ଷ କୁ ଆଧାର କରିକି ବ୍ୟକ୍ତି ର ଭାଗ୍ୟଫଳ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ ବୋଲି କୁହାଯାଉଛି | ଆଉ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କମ ପରିଶ୍ରମ କରିକି ଅଧିକ ସଫଳତା ପାଉଥିବା ବେଳେ କେତେକ ଲୋକ ଅଧିକ ପରିଶ୍ରମ କରିକି କମ ସଫଳତା ପାଇଥାନ୍ତି ଏହା ଆମର ଭାଗ୍ୟଫଳ ଉପରେ ନିର୍ଭର କରିଥାଏ |ତାହେଲେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସ୍ଵଭାଵ କିଭଳି ହୋଇଥାଏ 
1-ବୈଶାଖ ମାସ :-କୁହାଯାଉଛି କି ବୈଶାଖ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ରୂପବନ୍ତ ଓ ଗୁଣବନ୍ତ ହୋଇଥାନ୍ତି ଏହା ବ୍ୟତୀତ ଏମାନେ କଳା ପ୍ରେମୀ ମଧ୍ୟ ହୋଇଥାନ୍ତି| ତାହା ସହିତ ବୌଶାଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଧାର୍ମିକ, ପରୋପକାରୀ ଓ ଦେବାକାର୍ଯ୍ୟ ପ୍ରିୟ ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଉଛି |
2-ଜ୍ୟେଷ୍ଠ ମାସ :ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଜ୍ୟେଷ୍ଠ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସାମାନ୍ୟ କୃପଣ ଓ ବୁଦ୍ଧିମାନ ହୋଇଥାନ୍ତି ଏହା ସହିତ ଏମାନେ କୌଣସି କାର୍ଯ୍ୟ ରେ ପଛରେ ରହି ନ ଥାଆନ୍ତି | ଏମାନେ ସବୁବେଳେ ବୁଲିବାକୁ ପସନ୍ଦ କରନ୍ତି, ଏମାନେ କୌଶଳୀ,ଦୟାବନ୍ତ ହୋଇଥାନ୍ତି
3-ଆଷାଢ଼ ମାସ :-ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଧାର୍ମିକ ହେବା ସହିତ କଳା ପ୍ରେମୀ ହୋଇଥାନ୍ତି | ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଅଧିକ ପସନ୍ଦ କରିଥାନ୍ତି ଏମାନେ |
4-ଶ୍ରାବଣମାସ :-ଶ୍ରାବଣ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସବୁ ଗୁଣ ରେ ନିପୁଣ ଥାଆନ୍ତି ଏମାନେ ଅଳସୁଆ ସ୍ଵଭାଵ ର ହୋଇଥାନ୍ତି ଓ କ୍ଳେଶ କରିଥାନ୍ତି ବୋଲି କୁହାଯାଉଛି |

5-ଭାଦ୍ରବମାସ :-ଏହି ବ୍ୟକ୍ତିମାନେ ବହୁତ ପର ଉପକାରୀ ହୋଇଥାନ୍ତି ତାହା ସହିତ ଏମାନେ ପରିଶ୍ରମୀ ହୋଇଥିବାରୁ ଜୀବନରେ କେବେ ହାର ମାନନ୍ତି ନାହିଁ |
6-ଅଶ୍ୱିନମାସ :-ଅଶ୍ୱିନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରିବାକୁ ପସନ୍ଦ କରିଥାନ୍ତି ଏହା ଛଡା ଏମାନେ ନୃତ୍ୟ ପ୍ରିୟ, ସଦାଚାରୀ ଏବଂ ଶତ୍ରୁ ଦମନ କାରି ମଧ୍ୟ ହୋଇଥାନ୍ତି |
7-କାର୍ତ୍ତିକମାସ :-କାର୍ତ୍ତିକମାସ ରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁତ ଧାର୍ମିକ ହୋଇଥାନ୍ତି ଏହା ଛଡା ପୁଣ୍ୟବନ୍ତ, ବହୁ ବିଦ୍ୟା ବିଶାରଦ ଓ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି |
8-ମାର୍ଗଶିରମାସ :-ମାର୍ଗଶିର ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁଗୁଣ ବିଶିଷ୍ଟ ତଥା ଉଚ୍ଚାଭିଳାଷି ହୋଇଥାନ୍ତି,ଏହି ବ୍ୟକ୍ତି ରୂପବନ୍ତ ଓ କଲାପ୍ରିୟ ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି |

9-ପୌଷମାସ :-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁରୂପୀ ଓ ଶତ୍ରୁ ଦମନ କାରି ହୋଇଥାନ୍ତି ଏମାନେ ଅଧିକ କୃପାଣ ଓ ଲୋଭଗ୍ରସ୍ତ ସ୍ଵଭାଵ ର ମଧ୍ୟ ହୋଇଥାନ୍ତି |
10-ମାଘମାସ :-ମାଘ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି ତାହା ଛଡା ପରୋପକାରୀ, ବିଦ୍ୟବାନ୍ତ, ଯଶକୀର୍ତ୍ତମାନ ଓ ଶାସ୍ତ୍ରପ୍ରିୟ ଗୁଣ ମଧ୍ୟ ଏମାନଙ୍କର ଭିତରେ ରହିଥାଏ |
11-ଫାଲ୍ଗୁନମାସ :-ଫାଲ୍ଗୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଧୀରବନ୍ତି, ଦୟାବନ୍ତ, , ମିଷ୍ଟଭାଷି ଓ ଲୋକପ୍ରିୟ,ଧାର୍ମିକପରାୟଣ ହୋଇଥାନ୍ତି ବୋଲି ମଧ୍ୟ କୁହାଯାଉଛି |
12-ଚୈତ୍ରମାସ :-ଚୌତ୍ର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଶାନ୍ତ ସ୍ଵଭାଵ,ଦୟାବନ୍ତ, ଉଦାରବାଦୀ ଓ ଜନପ୍ରିୟ ଅଟନ୍ତି ସମସ୍ତଙ୍କ ର ପ୍ରିୟ ହୋଇଥାନ୍ତି ଏମାନେ |
ତେବେ ଏହା ଥିଲା ମାସ ଅନୁସାରେ ବ୍ୟକ୍ତି ମାନଙ୍କର ସ୍ଵଭାଵ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।



