ସ୍ୱାସ୍ଥ୍ୟ
ହାତୀ ଚିକିତ୍ସା କରିବାକୁ ଯାଇ ଡାକ୍ତର ଗୁରୁତର, ହାତ ଓ ମେରୁଦଣ୍ଡରେ ଗଭୀର ଆଘାତ

ନୀଳଗିରି: ଚିକିତ୍ସା କରିବାକୁ ଯାଇ ନିଜେ ଡାକ୍ତର ଗୁରୁତର । ହାତୀ ଆକ୍ରମଣରେ ପ୍ରାଣୀ ଚିକିତ୍ସକ ଗୁରୁତର ହୋଇଛନ୍ତି । ହାତୀକୁ ଚିକିତ୍ସା କରୁଥିବାବେଳେ ହଠାତ ମାଡିଆସିଲେ ହାତୀ ପଲ । ନୀଳଗିରି କୁଲଢ଼ିଆ ବନାଞ୍ଚଳ ଋଷିଆ ଡ଼୍ୟାମ ନିକଟରେ ଏକ ଦନ୍ତା ହାତୀଟି ଅସୁସ୍ଥ ହୋଇପଡିଥିବା ଦେଖି ଗାଁଲୋକ ବନବିଭାଗକୁ ଖବର ଦେଇଥିଲେ । ପଞ୍ଚଲିଙ୍ଗେଶ୍ବର ଫରେଷ୍ଟର ନୀଳଗିରି ପ୍ରାଣୀ ଚିକିତ୍ସକଙ୍କୁ ଧରି ଅସୁସ୍ଥ ହାତୀର ଚିକିତ୍ସା କରିବାକୁ କୁଳଡିହା ଅଭୟାରଣ୍ୟକୁ ଯାଇଥିଲେ । ଚିକିତ୍ସା କରୁଥିବା ସମୟରେ ଏକ ହାତୀ ପଲ ଆସି ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ହାତ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।