ବ୍ୟବସାୟ

ଏହି ଦିନରୁ ଲାଗୁ ହେବ ଫାଷ୍ଟ୍ୟାଗ୍ ର ନିୟମ, ଜାଣନ୍ତୁ କେମିତି ବଞ୍ଚାଇବେ ଟଙ୍କା

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଗାଡିରେ ଫାଷ୍ଟ୍ୟାଗ୍ ଲଗାଯାଇଥିବା ଆପଣମାନେ ଜାଣିଥିବେ । ଯଦି ଆପଣଙ୍କ ଗାଡ଼ିରେ ମଧ୍ୟ ଫାଷ୍ଟ୍ୟାଗ୍ ରହିଛି, ତେବେ ବର୍ତ୍ତମାନ ଆପଣଙ୍କୁ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ନୂଆ ଫାଷ୍ଟ୍ୟାଗ୍ ବାଲାନ୍ସ ଭ୍ୟାଲିଡେସନ୍ ନିୟମ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏହି ନୂଆ ନିୟମ ଫେବୃଆରୀ ୧୭,୨୦୨୫ ରୁ କାର୍ଯ୍ୟକାରୀ ହେବ । ଆପଣଙ୍କ ଫାଷ୍ଟ୍ୟାଗ୍ ଉପରେ ଅଧିକ ଚାର୍ଜ କଟିବା ପୂର୍ବରୁ ଆପଣ ନୂଆ ନିୟମ ବିଷୟରେ ଜାଣି ରଖନ୍ତୁ ।

ଫାଷ୍ଟ୍ୟାଗ୍ :

ଯେତେବେଳେ ଆପଣ ରାଜରାସ୍ତାରେ ଯାଆନ୍ତି ଏବଂ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଟ୍ରାଭେଲ କରନ୍ତି, ସେତେବେଳେ ଆପଣଙ୍କୁ ରୋଡ୍ ଟ୍ୟାକ୍ସ ଦେବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ୍ ଫେବୃଆରୀ ୧୭ ରେ ଫାଷ୍ଟ୍ୟାଗ୍ ବାଲାନ୍ସ ଭ୍ୟାଲିଡେସନ୍ ନିୟମ ଲାଗୁ ହେବା ପରେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଆାପଣଙ୍କୁ କହିବୁ ଯେ ଆପଣ ଜାତୀୟ ରାଜପଥରେ ଯାତ୍ରା କରିବା ସମୟରେ କିପରି ଟଙ୍କା ବଞ୍ଚେଇ ପାରିବେ ।

FASTag ର ନୂଆ ନିୟମ :

ଆପଣଙ୍କୁ କହିରଖୁଛୁ ଯେ, ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୨୮ ଜାନୁଆରୀ ୨୦୨୫ ରେ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁଯାୟୀ ଫେବୃଆରୀ ୧୭, ୨୦୨୫ରୁ ଯଦି ଆପଣ ନିଜ ଗାଡ଼ିକୁ ନେଇ ଟୋଲ୍ ପ୍ଲାଜାରେ ପହଞ୍ଚିବେ ଏବଂ ଟ୍ୟାଗ୍ ରିଡ୍ କରିବା ପରେ ୬୦ ମିନିଟରୁ ଅଧିକ ସମୟ ଲାଗେ ତେବେ ପେମେଣ୍ଟ ହେବ ନାହିଁ । କେବଳ ଏତିକି ନୁହେଁ ଯଦି ଟ୍ୟାଗ୍ ରିଡ୍ କରିବାର ଅତିକମରେ ୧୦ ମିନିଟ୍ ପୂର୍ବରୁ ବ୍ଲାକଲିଷ୍ଟ ହୋଇଯାଏ, ତେବେ ମଧ୍ୟ ପେମେଣ୍ଟ ହେବ ନାହିଁ । ହେଲେ ନୂଆ ନିୟମ ଅନୁଯାୟୀ, ୟୁଜର୍ସମାନଙ୍କୁ ନିଜର ଫାଷ୍ଟ୍ୟାଗ୍ ସିଷ୍ଟମରେ ସୁଧାର ପାଇଁ ୭୦ ମିନିଟର ସମୟ ମିଳିବ ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଫାଷ୍ଟ୍ୟାଗ୍ ନିୟମର ପରିବର୍ତ୍ତନ ପରେ ଏହାର ୟୁଜର୍ସମାନଙ୍କ ଉପରେ କି ପ୍ରଭାବ ପଡିବ? ଯଦି ଆପଣଙ୍କର ଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଛି, ତେବେ ଟୋଲ୍ ବୁଥରେ ଶେଷ ସମୟରେ ଏହାର ରିଚାର୍ଜ କରିବା ଦ୍ବାରା ଆପଣଙ୍କର କ୍ଷତି ହୋଇପାରେ । ଏଥି ସହିତ ଯଦି ଆପଣଙ୍କର ଫାଷ୍ଟ୍ୟାଗ୍ ଟୋଲ୍ ପହଞ୍ଚିବା ପୂର୍ବରୁ ବ୍ଲାକଲିଷ୍ଟ ହୋଇଯାଏ, ତେବେ ତୁରନ୍ତ ରିଚାର୍ଜ କରିବା ଦ୍ବାରା ମଧ୍ୟ ଟୋଲ୍ ପ୍ଲାଜାରେ ପେମେଣ୍ଟ କରିବାକୁ ପଡିବ ନାହିଁ । ଏହି ସମୟରେ ଆପଣଙ୍କ ଠାରୁ ଦୁଇ ଗୁଣା ଟୋଲ ଚାର୍ଜ ଦେବାକୁ ପଡ଼ିବ ।

ଏହା ବ୍ୟତୀତ ଯଦି ଆପଣଙ୍କର ଫାଷ୍ଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଛି । କିନ୍ତୁ ଯଦି ଆପଣ ଟ୍ୟାଗକୁ ରିଡ୍ କରିବାର ୬୦ ମିନିଟ୍ ମଧ୍ୟରେ କିମ୍ବା ରିଡ୍ କରିବାର ୧୦ ମିନିଟ୍ ମଧ୍ୟରେ ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ଏହାର ବେନିଫିଟ୍ ମିଳିବ । ଏହି ସମୟ ମଧ୍ୟରେ ଆପଣଙ୍କର ପେମେଣ୍ଟ ହିସାବ ହୋଇଯିବ ଏବଂ ଆପଣଙ୍କଠାରୁ ସାଧାରଣ ଚାର୍ଜ ଆଦାୟ କରାଯିବ ।

କେବଳ ଏତିକି ନୁହେଁ ଯଦି ଆପଣଙ୍କର ଫାଷ୍ଟ୍ୟାଗ୍ ବ୍ଲାକଲିଷ୍ଟରେ ରହିଛି । ଏହି ସମୟରେ ଆପଣ ଟୋଲ କ୍ରସ୍ କରିଯାଇଛନ୍ତି, ତେବେ ଆପଣଙ୍କୁ ଡବଲ୍ ଚାର୍ଜ ଦେବାକୁ ପଡିବ । ଏଥି ସହ ଯଦି ଆପଣ ଟ୍ୟାଗ୍ ରିଡ଼ କରିବାର ୧୦ ମିନିଟ୍ ମଧ୍ୟରେ ରିଚାର୍ଜ କରନ୍ତି, ତେବେ ଆପଣ ପେନାଲ୍ଟି ରିଫଣ୍ଡ ପାଇଁ ଅନୁରୋଧ କରିପାରିବେ । ଏହା ଆପଣଙ୍କ ଟଙ୍କା ସେଭିଙ୍ଗ କରିପାରିବ ଏବଂ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ ।

ବର୍ତ୍ତମାନ ଆପଣଙ୍କୁ ଆପଣଙ୍କର ଫାଷ୍ଟ୍ୟାଗ୍ ବାଲାନ୍ସକୁ ମେଣ୍ଟେନ୍ କରି ରଖିବାକୁ ହେବ । କେବଳ ଏତିକି ନୁହେଁ ଯେତେବେଳେ ଆପଣ ଘରୁ କିମ୍ବା ଅଫିସରୁ ବାହାରକୁ ଯାଉଛନ୍ତି ଏଥି ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଯଦି ସେହି ସମୟ ମଧ୍ୟରେ ଆପଣଙ୍କର ଫାଷ୍ଟ୍ୟାଗରେ ବାଲାନ୍ସ ନାହିଁ, ତେବେ ଆପଣଙ୍କୁ ୧ ଘଣ୍ଟା ପୂର୍ବରୁ ରିଚାର୍ଜ କରିବାକୁ ପଡିବ ।

ବର୍ତ୍ତମାନ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ ଯେ ବ୍ଲାକଲିଷ୍ଟ ଷ୍ଟାଟସକୁ କିପରି ଚେକ୍ କରିପାରିବେ । ଏଥିପାଇଁ ଆପଣ ପରିବହନ ବିଭାଗର ଅଫିସିଆଲ ୱେବସାଇଟ୍ କୁ ଯାଇପାରିବେ । ଏଠାରେ “Check E-Challan Status” କିମ୍ବା ଅନ୍ୟ କୌଣସି ସମାନ ଅପ୍ସନକୁ ସିଲେକ୍ଟ କରନ୍ତୁ । ଏହା ପରେ ଏଠାରେ ଆପଣଙ୍କର ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଏଣ୍ଟର କରନ୍ତୁ । ଶେଷରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଗାଡ଼ି ବ୍ଲାକଲିଷ୍ଟ ହୋଇଛି କି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button