ଧର୍ମ

ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ନିଶ୍ଚିତ ଏହା କରିବା ଉଚିତ

ଗାଧୋଇ ସାରିବା ପରେ ପ୍ରତିଦିନ ପୁରୁଷ ହୁଅନ୍ତୁ କି ସ୍ତ୍ରୀ ହୁଅନ୍ତୁ ନ ନିହାତି ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ।କାରଣ ନମସ୍କାର ପ୍ରିୟ ଭାନୁ।ଗାଧେଇ ସାରି ଠାକୁର ପୂଜା ସାରି ପାଟିରେ ଟିକିଏ ଲୁଣ ପକାନ୍ତୁ। ଟିକିଏ ଲୁଣ ପାଟିରେ ପକାନ୍ତୁ ଦେଖିବେ ମଙ୍ଗଳ ହେବ।ଗୋଟିଏ ବିଶେଷ କଥା ଗାଧେଇ ସାରିବା ପରେ ତେଲ କେବେ ବି ସ୍ପର୍ଶ କରନ୍ତୁ ନାହିଁ। ମୁଢ଼ି କେବେ ବି ସ୍ପର୍ଶ କରିବେ ନାହିଁ। ଖାଇବା ପର୍ଯ୍ୟନ୍ତ ଏହା କରନ୍ତୁ ନାହିଁ।

କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ହେବ ପରିବାରର ମଙ୍ଗଳ ମଧ୍ୟ ହେବ। ଆପଣ ମାନେ ସମସ୍ତେ ମନ୍ଦିର ଯାଆନ୍ତି। ଯେ କୌଣସି ମନ୍ଦୀର ଯାଆନ୍ତୁଁ ମନା ନାହିଁ। ବହୁତ ଭଲ। କିନ୍ତୁ ମନ୍ଦୀରକୁ ପଶିବା ପୂର୍ବରୁ ଆଗ ବାହନକୁ ମୁଣ୍ଡିଆ ମାରିବେ।ଶିବ ମନ୍ଦିର ଯାଉଛନ୍ତି ବାଟରେ ନିଶ୍ଚିତ ବୃଷଭ ଥିବେ। ନିଶ୍ଚୟ ମୁଣ୍ଡିଆ ମାରିବେ।

ଜଗନ୍ନାଥ ମନ୍ଦିର ଯାଉଛନ୍ତି ଦୁଆର ମୁହଁରେ ନିଶ୍ଚୟ ଗରୁଡ଼ ଥିବେ ନିଶ୍ଚୟ ମୁଣ୍ଡିଆ ମାରନ୍ତୁ। ଦେବି ମନ୍ଦିର ଯାଉଛନ୍ତି ଦୁଆର ମୁହଁରେ ନିଶ୍ଚୟ ସିଂହ ଥିବେ କିମ୍ୱା ଘୋଡ଼ା ଥିବେ ନିଶ୍ଚୟ ତାଙ୍କୁ ମୁଣ୍ଡିଆ ମାରିବେ। ବାହନକୁ ମୁଣ୍ଡିଆ ମାରି ସାରିବା ପରେ ମନ୍ଦୀର ଭିତରକୁ ପଶିବେ ନାହିଁ।ଆଗ ଘଣ୍ଟି ବାଡେଇବେ।

ଏହା ପରେ ଗର୍ଭ ଗୁହକୁ ପ୍ରବେଶ କରନ୍ତୁ।ଏହା ପରେ ଦିଅଁ ଦର୍ଶନ କରି ଫେରିବା ବେଳେ ମନ୍ଦିରର ଚାଳରେ କିଛି ସମୟ ବସନ୍ତୁ।ଏହା ପରେ ଘରକୁ ଫେରନ୍ତୁ। ଏହା ଦ୍ଵାରା ଠାକୁର ଦର୍ଶନର ସିଦ୍ଧି ଲାଭ ହୋଇଥାଏ।ଆପଣଙ୍କ ମଙ୍ଗଳ ଓ ସମାଜର ମଙ୍ଗଳ ମଧ୍ୟ ହେବ।ଝିଅ ମାନେ ବିବାହ କରିବା ବେଳେ ଗୋଟିଏ ଜିନିଷ ନିଅନ୍ତି।

ତାହା ହେଉଛି ଯୌତୁକ।ସବୁ ଝିଅ ମାନେ ଯୌତୁକ ନିଅନ୍ତି। ବରକୁ ଯୌତୁକ ଦିଆଯାଏ।ଆମେ ଏହାର ଆକ୍ଷରିକ ଅର୍ଥ ବୁଝନ୍ତି ନାହିଁ।ସେଥି ପାଇଁ ଆମେ ଯୌତୁକ ହିସାବରେ ଟଙ୍କା ପଇସା ଗାଡି ଏ ସବୁ ନିଅନ୍ତି।କିନ୍ତୁ ବାସ୍ତବରେ ଯୌତୁକର ଅର୍ଥ କଣ।ପ୍ରଥମ ଜ ଝିଅ ଏହି ୪ଟି ଜିନିଷ ପାଳନ କରିବ। ଜରେ ଯମ ପାଖରୁ ଫେରେଇ ଆଣିବୁ।

ଯଦି ସ୍ୱାମୀର କିଛି ବିପଦ ପଡେ ସ୍ବାମୀକୁ ଯମ ପାଖରୁ ଫେରେଇ ଆଣିବୁ। ଉରେ ଉତ୍ତର କେବେ ଫେରେଇବୁ ନାହିଁ ବୋହୂ ହେବା ପରେ। ତୁରେ ତୁ ଶୁଣିବୁ ତୁ ବୋଲି କାହାକୁ କହିବୁ ନାହିଁ। କରେ କନ୍ୟା ଥିଲୁ କୁଳବୋହୁ ହେଲୁ।ଦୁଇ କୁଳର ସମ୍ମାନ ରଖିବୁ।ଯେଉଁ ମାନେ ଏହି ୪ଟି ଜିନିଷ ବୋହୁ ପାଖରୁ ଚାହାନ୍ତି ସେମାନେ ଟଙ୍କା ପଇସା ଚାହିଁବା ଉଚିତ ନୁହେଁ।ଯଦି ଟଙ୍କା ପଇସା ଚାହିଁବେ ତେବେ ଆଜି ୪ଟି ଜିନିଷ ପାଇବେ ନାହିଁ। ବାସନ ମାଜିବା ବେଳେ ବାସନ ଶବ୍ଦ ବହୁତ ଲୋକ କରନ୍ତି। ଏ ଶବ୍ଦ ଯେତେ ଅଧିକ ହେବ ଲକ୍ଷ୍ମୀ ସେତେ ଅଧିକ ଦୂରକୁ ଦୂରକୁ ଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button