ବିଚାର

କାର୍ତ୍ତିକ ମାସରେ ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ । ନଚେତ ବ୍ୟର୍ଥ ହେବ ସବୁ ପୁଣ୍ୟ ଫଳ ।

ଶାସ୍ତ୍ର ଅନୁଯାୟୀ ଏକ ଉକ୍ତି ରହିଛି ଯେଉଁଥିରେ କୁହାଯାଇଛି ଯେ ସତ୍ୟ ଯୁଗ ଭଳି ଯୁଗ ନାହିଁ , ବେଦ ଭଳି ଶାସ୍ତ୍ର ନାହିଁ , ତୁଳସୀ ଭଳି ପବିତ୍ର ନାହିଁ ଏବଂ କାର୍ତ୍ତିକ ମାସ ଭଳି ମାସ ନାହିଁ । ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ସବୁଠାରୁ ପବିତ୍ର ମାସ ଅଟେ ଏବଂ ଏହାକୁ ଧର୍ମର ମାସ ବୋଲି ମଧ୍ୟ କୁହାଯାଏ । ଏହି ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାଏ ଅର୍ଥାତ ଅକ୍ଟୋବର ୨୮ ଠାରୁ ନଭେମ୍ବର ୨୯ ପର୍ଯ୍ୟନ୍ତ । ଏହି କାର୍ତ୍ତିକ ମାସରେ ଦଶଟି କାର୍ଯ୍ୟ ରହିଛି ଯାହା କରିବା ଉଚିତ ।

୧ . କାର୍ତ୍ତିକ ମାସରେ ସକାଳୁ ସ୍ନାନ କରିବା ଉଚିତ । ଏହାବ୍ୟତୀତ ଏହି ସ୍ନାନ ପବିତ୍ର ନଦୀ କିମ୍ବା ସରୋବରରେ ସ୍ନାନ କରିବା ଅଧିକ ଲାଭଦାୟକ ହୋଇଥାଏ । ଘରେ ସ୍ନାନ କରୁଥିଲେ ଗଙ୍ଗା ଜଳରେ ଶୁଦ୍ଧ ଜଳ ମିଶାଇ ସ୍ନାନ କରି ପାରିବେ । ଏହାଦ୍ବାରା ଶରୀର ଏବଂ ମନ ଶୁଦ୍ଧ ଶାନ୍ତ ହୋଇଥାଏ । କୁହାଯାଏ ଯେ ଭଗବାନ ବିଷ୍ଣୁ କାର୍ତ୍ତିକ ମାସରେ ଜଳରେ ବାସ କରନ୍ତି । ଏହାଦ୍ବାରା ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।

୨ . କାର୍ତ୍ତିକ ମାସରେ ବ୍ରତ ରଖିବା ଉଚିତ ଏବଂ ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ଦାମୋଦର ଭାବରେ ପୂଜା କରାଯାଏ । ଯାହାକୁ ରାଇ ଦାମୋଦର କିମ୍ବା ରାଧା ଦାମୋଦର ପୂଜା ମଧ୍ୟ କୁହାଯାଏ ।

୩ . କାର୍ତ୍ତିକ ମାସରେ ଦୀପ ଦାନ କରିବା ଅତ୍ୟନ୍ତ ଜରୁରୀ ଅଟେ । ଦୀପ ଦାନ କରୁଥିବା ବ୍ୟକ୍ତି ଷୋଳଷ କଳାକୁ ପାପ୍ତ କରିଥାନ୍ତି ଅର୍ଥାତ ସମସ୍ତ ପୁଣ୍ୟଫଳ ପ୍ରାପ୍ତ କରିଥାନ୍ତି । ତେଣୁ ପ୍ରଥମେ ସୂର୍ଯ୍ୟ ଦେବତା , ତାପରେ ବୃନ୍ଦାବତୀ ଏବଂ ତାପରେ ରାଧା ଦାମୋଦରଙ୍କୁ ପୂଜା କରିବା ଉଚିତ ଏବଂ ପୂଜା ପରେ ଦୀପ ଦାନ କରିବା ଉଚିତ । ଏହାଦ୍ବାରା ସବୁ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।

୪ . କାର୍ତ୍ତିକ ମାସରେ ଖଟ ଗଦିରେ ଶୟନ ନକରି ସମ୍ପୂର୍ଣ୍ଣ ଭୂମି ଉପରେ ଶୟନ କଲେ ସମଗ୍ର ମାସର ପୁଣ୍ୟ ପ୍ରାପ୍ତ ହେବା ସହିତ ବୁଦ୍ଧି ମଧ୍ୟ ବିକଶିତ ହୋଇଥାଏ ।

୫ . ହିନ୍ଦୁ ଧର୍ମରେ ତୁଳସୀ ପୂଜନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏଭଳି ମାନ୍ୟତା ରହିଛି ଯେ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ଲକ୍ଷେ ଲେଖାଏଁ ତୁଳସୀ ଅର୍ପିତ କଲେ ପ୍ରତ୍ୟେକ ମୁକ୍ତା ଅର୍ପିତ କରିବା ଭଳି ହୋଇଥାଏ । ଏହାଦ୍ବାରା ମୁକ୍ତା ଦାନର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।

୬ . କାର୍ତ୍ତିକ ମାସରେ ଯେଉଁ ବ୍ୟକ୍ତି ଅଁଳା ଗଛର ପୂଜନ ସହିତ ଏହି ଗଛ ମୂଳରେ ବ୍ରାହ୍ମଣଙ୍କୁ ଭୋଜନ ଦାନ କରିବା ସହିତ ନିଜର ବନ୍ଧୁ ପରିଜନଙ୍କ ସହିତ ମିଶି ମଧ୍ୟ ଭୋଜନ ଗ୍ରହଣ କରିଥାଏ ତାକୁ ଅନନ୍ତ କୋଟି ଫଳ ପ୍ରାପ୍ତ ହୋଇଥାଏ ।

୭ . ପୁରା କାର୍ତ୍ତିକ ମାସ ଦେହରେ ତେଲ ଲଗାଇବା ବର୍ଜିତ ଅଟେ । ଏହାଦ୍ବାରା ଅଖଣ୍ଡ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । କାର୍ତ୍ତିକ ମାସରେ ସାତ୍ଵିକ ଭୋଜନ କରିବା ଉଚିତ ଏବଂ ଯେଉଁ ଜିନିଷକୁ ଦୁଇଥର ରନ୍ଧା ଯାଇଥାଏ ସେହିଭଳି ଜିନିଷକୁ ବର୍ଜିତ କରିବା ଉଚିତ ।

୮ . କାର୍ତ୍ତିକ ମାସରେ ବ୍ରତ ନକଲେବି ସୁଦ୍ଧା ନିଜ ଇନ୍ଦ୍ରିୟ ଉପରେ ସଂଯମତା ରକ୍ଷା କରିବା ଉଚିତ । କାର୍ତ୍ତିକ ମାସରେ କେବେବି କୁକର୍ମ , ଲୋଭ , ହିଂସା ଇତ୍ୟାଦି ଭଳି କାମ କରିବା ଉଚିତ ନୁହେଁ ।

୯ . କାର୍ତ୍ତିକ ମାସରେ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ତେଣୁ କୌଣସି ବ୍ରାହ୍ମଣ କିମ୍ବା ନିଜ ପୁରୋହିତଙ୍କୁ ନିଶ୍ଚୟ ଦାନ କରନ୍ତୁ । ଏହାଦ୍ବାରା କାର୍ତ୍ତିକ ମାସର ପୁଣ୍ୟ ଫଳ ପ୍ରାପ୍ତ ହେବ ।

୧୦ . କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ତେଣୁ ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ । ଏହାଦ୍ବାରା କାର୍ତ୍ତିକ ମାସର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button