କ୍ରୀଡା

T-20 final : ବିଶ୍ଵକପ୍ ର ଫାଇନାଲ୍ ଯେଉଁ ଟିମ ଜିତିବ ତାଙ୍କୁ କେତେ ଟଙ୍କାର ପୁରସ୍କାର ରାଶି ମିଳିବ ; ଜାଣନ୍ତୁ…

ଶନିବାର ଅର୍ଥାତ ଆଜି ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଆଇସିସି ଟି-୨୦ ବିଶ୍ଵକପ୍ ର ଫାଇନାଲ୍ ମ୍ୟାଚ୍ ଖେଳିଯିବ। ଏଥରେ ଯେଉଁ ଟିମ୍ ଚାମ୍ପିଅନ୍ ହେବ ତାକୁ ପ୍ରାୟ ୨୦.୪ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ସେହିପରି ରନର୍ସଅପ୍ ଟିମ୍ ଏହାର ଅଧା ଅର୍ଥାତ୍ ୧୦.୨ କୋଟି ଟଙ୍କା।

ଏହା ବ୍ୟତୀତ ସେମିଫାଇନାଲ୍‌ରେ ପରାଜିତ ଟିମ୍ ମଧ୍ୟ ମାଲାମାଲ୍ ହେବେ । କାରଣ ଏହି ଦୁଇ ଟିମ୍‌କୁ ସାଢ଼େ ୬ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଟୁର୍ଣ୍ଣାମେଣ୍ଟ୍ ଆରମ୍ଭରୁ ଆଇସିସି ଟୁର୍ଣ୍ଣାମେଣ୍ଟ୍ ପାଇଁ ୧୧.୨୫ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୯୩.୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଦେଖିବାକୁ ଗଲେ ଏହି ପୁରସ୍କାର ରାଶି ୨୦୨୨ ବିଶ୍ଵକପ୍ ତୁଳନାରେ ପ୍ରାୟ ଦୁଇଗୁଣା ଅଧିକ ।

ସେମିଫାଇନାଲ୍‌ର ୪ ଟିମ୍ ବ୍ୟତୀତ ସୁପର-୮ରୁ ଆଗକୁ ବଢ଼ିପାରି ନଥିବା ପ୍ରତ୍ୟେକ ଟିମ୍ ୩.୧୯ କୋଟି ଟଙ୍କା ପାଇବେ।

ଏହା ବ୍ୟତୀତ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଥିବା ୧୨ ଟିମ୍ ମଧ୍ୟ ଏଥରେ ଲାଭ ଉଠାଇବେ । ନିଜ ନିଜ ଗ୍ରୁପ୍‌ର ୩ୟ ସ୍ଥାନରେ ରହିଥିବା ପ୍ରତ୍ୟେକ ଟିମ୍‌କୁ ୨.୫ କୋଟି ଟଙ୍କା ଏବଂ ପଏଣ୍ଟ ଆଧାରରେ ୧୩ରୁ ୨୦ତମ ସ୍ଥାନରେ ଥ‌ିବା ଟିମ୍‌ଗୁଡ଼ିକୁ ୧.୮୭ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଏହା ବ୍ୟତୀତ ମ୍ୟାଚ୍ ବିଜୟ ପାଇଁ ଟିମ୍ ଗୁଡ଼ିକୁ ଅଲଗା ୨୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଉଦାହରଣ ସ୍ଵରୁପ ଯଦି କୌଣସି ଟିମ୍ଟୁର୍ଣ୍ଣାମେଣ୍ଟ୍ରେ ମାତ୍ର ଗୋଟିଏ ମ୍ୟାଚ୍ ଜିତିଥାଏ, ତେବେ ୨୬ ଲକ୍ଷ ଟଙ୍କା ପାଇବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button