ଜୀବନଶୈଳୀ

ଯଦି ଆପଣଙ୍କ ପାଦ ଏବଂ ଗୋଇଠି ଫାଟି ରକ୍ତ ବାହାରୁଛି ତେବେ ଘରେ ବସି ଏହାର ଉପଚାର କରନ୍ତୁ।

ଶୀତଦିନେ ବାହାରକୁ ବୁଲିବାକୁ ଯିବାକୁ ବହୁତ୍ ଭଲଲାଗେ। କିନ୍ତୁ ଶୀତ ପ୍ରଭାବରେ କେବଳ ଚେହେରା ନୁହେଁ ଶରୀରର ସବୁ ଅଙ୍ଗ ଫଟିଯାଏ। ବିଶେଷ କରି ଘରେ କାମ କରୁଥିବା ମହିଳା ମାନଙ୍କର ପାଦ ଏବଂ ଗୋଇଠି ଫାଟି ଯାଏ ଏବଂ ବହୁତ ଯନ୍ତ୍ରଣା ମଧ୍ୟ ହୁଏ। ବେଳେବେଳେ କେତେ ଜଣଙ୍କ ପାଦରୁ ରକ୍ତ ମଧ୍ୟ ବାହାରି ପଡେ। ପାଦ ଫାଟିବା ସମସ୍ୟରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କେତେକ ଘରୋଇ ଉପଚାର।

ପ୍ରତିଦିନ ଚିନି, ମହୁ ଏବଂ ଲେମ୍ବୁ ମିଶେଇ ଯଦି ଆପଣ ନିଜ ତଳିପାଦ ଏବଂ ଗୋଇଠି ରେ ଘଷିବେ ତେବେ ଗୋଇଠି ଉପରେ ବହୁ ଦିନରୁ ଲାଗିକି ଥିବା ମୃତ କୋଷଗୁଡ଼ିକୁ ବାହାରି ଯିବ। ଯାହାଦ୍ଵାରା ଗୋଡ଼ ଆଉ ଫାଟିବନି।

ଘରେ ଯଦି ମହମ ଅଛି ତେବେ ଏହା ମଧ୍ୟ ଆପଣଙ୍କ କାମରେ ଆସିବ। ଆପଣ ମହମ ସହିତ ଦୁଇ ଚାମଚ ତେଲ ମିଶାଇ ରାତିରେ ପାଦରେ ଲେପ ଦିଅନ୍ତୁ ଏବଂ ସକାଳେ ପାଦକୁ ଭଲସେ ସଫା କରି ଦିଅନ୍ତୁ। କିଛି ଦିନ ପରେ ଦେଖିବେ ଆପଣଙ୍କ ପାଦ ଏବଂ ଗୋଇଠି ଫାଟିବା ବନ୍ଦ ହେଇ ଯାଇଛି।

୨ ଚାମଚ ଚାଉଳ ଏବଂ ମଇଦାକୁ ଭଲ କରି ୧ ଚାମଚ ମହୁ ଏବଂ ୩-୪ ବୁନ୍ଦା ଆପଲ୍ ଭିନେଗାର ଏବଂ ଅଲିଭ୍ ଅଏଲ୍ କିମ୍ବା ନଡିଆ ତେଲ ମିଶାଇ ପାଦ ଏବଂ ଗୋଇଠିରେ ମାଲିସ୍ କଲେ ଆଉ ପାଦ ପାରିବନି।

ଫାଟିଯାଇଥିବା ପାଦରୁ ମୁକ୍ତି ପାଇବା ପାଇଁ ଆପଣ ଭେସଲିନ୍ ମଧ୍ୟ ବ୍ୟବହାର କରି ପାରିବେ। କେବଳ ଶୋଇବା ପୂର୍ବରୁ ଆପଣ ମନେ ପକାଇ ଭେସଲିନ୍ ଲଗାନ୍ତୁ।

ଫାଟିଯାଇଥିବା ପାଦ ଏବଂ ଗୋଇଠିରୁ ମୁକ୍ତି ପାଇବା ପାଇଁ ପାଦକୁ ଗରମ ପାଣିରେ ବୁଡ଼େଇ ରଖନ୍ତୁ। ଗରମ ପାଣିରେ ପାଦ ସଫା ହେଇ ଗଲାପରେ ପୁମିସ୍ ପଥରରେ ପାଦକୁ ଘଷି ସଫା କରନ୍ତୁ, ତା’ପରେ ବାଦାମ ତେଲ କିମ୍ବା ନଡିଆ ତେଲକୁ ଗରମ କରି ପାଦରେ ମାରନ୍ତୁ।

 

Related Articles

Leave a Reply

Your email address will not be published. Required fields are marked *

Back to top button