ଏଥିରୁ କେବଳ 1 ଚାମୁଚ ପିଅନ୍ତୁ, ଗଳାରେ ଜମିଥିବା କଫ ତୁରନ୍ତ ସଫା ହୋଇଯିବ, ଏବେ ହିଁ ପ୍ରଈଗ କରନ୍ତୁ

ଆଜି ଆମେ ଆପଣଙ୍କ ସହ ଏପରି ଏକ ଘରୋଇ ଉପଚାର ଶେୟାର କରିବୁ ଯାହାର ବ୍ୟବହାର କରି ଆପଣ କଫକୁ ସହଜରେ ତରଳାଇ ଦେଇପାରିବେ । ଏହି ଉପଚାରକୁ ଗୋଟିଏ ଦିନରେ କେବଳ ତିନିଥର ସେବନ କରନ୍ତୁ ଦେଖିବେ କଫ ସମସ୍ଯା ସଂପୂର୍ଣ୍ଣ ଭାବେ ଠିକ ହୋଇଯିବ । ଏହି ଉପଚାର ପାଇଁ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ତାହା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ତେବେ ଚାଲନ୍ତୁ ଜାଣିବା କଫ ଭଲ କରିବା ପାଇଁ କିପରି ତିଆରି କରିବେ ଉପଚାର ।
ଏଥିପାଇଁ ଆପଣଙ୍କୁ ନେବାକୁ ହେବ 8-10ଟି ଗୋଲମରିଚ । ଏହାକୁ ହେମଦସ୍ତାରେ ଛେଚି ଭଲଭାବେ ଗୁଣ୍ଡ କରନ୍ତୁ । ଏବେ ଏଥିରେ ପକାନ୍ତୁ ଲବଙ୍ଗ । ଚାରୋଟି ଫୁଲ ଥିବା ଲବଙ୍ଗ ନେଇ ସେହି ହେମଦସ୍ତାରେ ଗୋଲମରିଚ ସହ କୁଟି ଦିଅନ୍ତୁ । ଗୋଲମରିଚ ଭଳି ଲବଙ୍ଗ ମଧ୍ୟ ଆପଣଙ୍କ ଥଣ୍ଡା, କାଶ ଓ କଫକୁ ଭଲ କରିଥାଏ । ଏହି ଦୁଇ ସାମଗ୍ରୀକୁ ଭଲଭାବେ କୁଟିବା ପରେ ଏବେ ଆପଣଙ୍କୁ ଆବଶ୍ୟକ ହେବ ଡାଲଚିନି । ଏକ ଛୋଟ ଖଣ୍ଡ ଡାଲଚିନିକୁ ମଧ୍ୟ ସେଥିରେ ମିଶାଇ କୁଟି ଦିଅନ୍ତୁ ।
ଏହାକୁ ଛୋଟ ପିଲା ମଧ୍ୟ ଖାଇପାରିବେ ତେଣୁ ଏହି ତିନୋଟି ସାମଗ୍ରୀକୁ ଦରଛେଚା ରଖନ୍ତୁ ନାହିଁ, ଭଲ ଭାବେ କୁଟି ଦିଅନ୍ତୁ । ଏହାପରେ ଦୁଇ ଇଞ୍ଚ ଲମ୍ବର ଏକ ଅଦା ଖଣ୍ଡ ଆବଶ୍ୟକ ହେବ । ଏହାକୁ ଆପଣ ଏକ ଗ୍ରେଟର ସାହାଯ୍ୟରେ ଘୋରି କିମ୍ବା ଗ୍ରାଇଣ୍ଡିଂ କରନ୍ତୁ ଓ ଏକ ସଫା କପଡା କିମ୍ବା ଛାଣି ସାହାଯ୍ୟରେ ଆପଣ ଏହାର ରସ ବାହାର କରିପାରିବେ । ଅଦା ରସ ଆପଣଙ୍କ କଫ, କାଶ ଓ ଥଣ୍ଡା ପାଇଁ ରାମବାଣ ଭଳି କାମ କରିଥାଏ ।
ଅଦାରସରେ କେବଳ ମହୁ ମିଶାଇ ଯଦି ସେବନ କରିବେ ତେବେ ଆପଣଙ୍କୁ ଅନ୍ୟ କୌଣସି ମେଡ଼ିସିନର ଆବଶ୍ୟକ ପଡିବ ନାହିଁ । ବଳିଥିବା ଅଦା ଖଦଡାକୁ ଆପଣ ଚାହାରେ ପକାଇ ବ୍ୟବହାର କରିପାରିବେ । ଏହି ଅଦା ରସରେ ଗୁଣ୍ଡ କରି ରଖିଥିବା ଗୋଲମରିଚ, ଲବଙ୍ଗ ଓ ଡାଲଚିନି ଗୁଣ୍ଡକୁ ପକେଇ ଦିଅନ୍ତୁ । ଏବେ ଏଥିରେ ଚାହା ଚାମୁଚର ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ପକାନ୍ତୁ । ହଳଦୀରେ ଥିବା ଔଷଧୀୟ ତତ୍ତ୍ଵ ଆପଣଙ୍କ ଗଳାରେ ବସିଥିବା କଫ ବାଢିବା ପାଇଁ ଜବରଦସ୍ତ କାମ କରିଥାଏ ।
ଏବେ ଆପଣ ଏଥିରେ ଚାରି ଚାମୁଚ ଶୁଦ୍ଧ ମହୁ ମିଶାନ୍ତୁ । ଏହି ମିଶ୍ରଣ ବହୁତ ରାଗ ଲାଗିଥାଏ ତେଣୁ ଟିକେ ଅଧିକ ମହୁର ଆବଶ୍ୟକ ହୋଇଥାଏ । ଆପଣ ଚାହିଁଲେ ମହୁର ପରିମାଣ କମ୍ କରିପାରିବେ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘର ତିଆରି କଫ୍ ସିରପ୍ ।
ଏହାକୁ ଆହୁରି ଅଧିକ ପ୍ରଭାବୀ କରିବା ପାଇଁ ଏଥିରେ ଆପଣ ଜାଇଫଳକୁ ଘୋରି କେବଳ ଚିମୁଟାଏ ଏଥିରେ ପକେଇ ପାରିବେ । ଶରୀର ପାଇଁ ଗରମ ହୋଇଥିବାରୁ ଅଧିକ ମାତ୍ରରେ ବ୍ୟବହାର କଲେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଏହି ଉପଚାରକୁ ଯେତେବେଳେ ସେବନ କରିବେ ସେତେବେଳେ ହିଁ ବନାନ୍ତୁ । 17ରୁ 18 ବର୍ଷ ଏବଂ ଊର୍ଦ୍ଧ୍ଵ ବୟସର ଲୋକମାନେ ଦିନକୁ ତିନିଥର ଏକ ଚାମୁଚ ଲେଖାଏଁ ଏହାର ସେବନ କରନ୍ତୁ ।
କିନ୍ତୁ ଚାରି ବର୍ଷରୁ ଉର୍ଦ୍ଧ୍ଵ ପିଲାଙ୍କୁ କେବଳ ଅଧାଚାମୁଚ ଲେଖାଏଁ ଦିଅନ୍ତୁ । ଏହାଠୁ ଆହୁରି ଛୋଟ ପିଲାଙ୍କୁ କେବଳ ଅଳ୍ପ ଟିକେ ଏଥିରୁ ଚଟେଇ ଦିଅନ୍ତୁ । କିନ୍ତୁ ଏକ ବର୍ଷରୁ କମ୍ ଶିଶୁଙ୍କୁ ଏହା ଦିଅନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ