ଓଡିଶା

‘କିଆ’ କାର୍‌ର ନୂଆ ଗ୍ରାଭିଟି ଏଡିସନ୍‌: ଗୁଗ୍‌ନାନୀ କିଆରେ ଉନ୍ମୋଚିତ

ଭୁବନେଶ୍ବର: ପଟିଆର ଡିଏଲ୍ଏଫ୍ ସାଇବର୍ ସିଟିରେ ଥିବା ଗୁଗ୍ନାନୀ କିଆରେ କିଆ ଇଣ୍ଡିଆର ଲୋକପ୍ରିୟ କାର୍ ମଡେଲ୍ କାରେନ୍ସ, ସୋନେଟ୍, ସେଲ୍ଟସ୍ର ନୂଆ ଗ୍ରାଭିଟି ଏଡିସନ୍ ଉନ୍ମୋଚନ କରାଯାଇଛି। ଗୁଗ୍ନାନୀ କିଆର ନିର୍ଦ୍ଦେଶକ ୟସ୍ନୀତ ଗୁଗ୍ନାନୀ ଓ ଏଚ୍ଡିଏଫ୍ସି କାର୍ ଋଣ ଡିଭିଜନ୍ର ରାଜ୍ୟ ମୁଖ୍ୟ ଶୁଶୀତ ଜେନା ନୂତନ ମଡେଲ୍ଗୁଡ଼ିକୁ ଉନ୍ମୋଚନ କରିଛନ୍ତି।

ନୂଆ ଗ୍ରିଭିଟି ଏଡିସନ୍ ମଡେଲ୍ର ଉଭୟ ଭିତର ଓ ବାହାର ପାର୍ଶ୍ବକୁ ବେଶ୍ ଆକର୍ଷଣୀୟ କରାଯାଇଥିବା ବେଳେ ପ୍ରିମିୟମ୍ ଲୁକ୍ ପ୍ରଦାନ କରାଯାଇଛି। ସେଥିରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ଏହା ସହିତ ନୂଆ ଡିଜାଇନ୍ର ଆଲୟ ହ୍ବିଲ୍ ସହ ଲେଦର୍ ସିଟ୍, ଉନ୍ନତ ଡ୍ରାଇଭର୍ ସହାୟକ ବ୍ୟବସ୍ଥା ଗାଡ଼ିକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଓ ଆରାମଦାୟକ କରିପାରିଛି। କିଆ କାରେନ୍ସର ଗ୍ରାଭିଟି ଏଡିସନ୍ ଦାମ୍ ୧୨.୦୯ ଲକ୍ଷ ଟଙ୍କା, ସୋନେଟ୍ ମଡେଲ୍ର ଦାମ୍ ୧୦.୪୯ ଲକ୍ଷ ଟଙ୍କା ଓ ସେଲ୍ଟସ୍ର ଦାମ୍ ୧୬.୬୨ ଲକ୍ଷ ଟଙ୍କା ରହିଛି। ଗୁଗ୍ନାନୀ କିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ଝୁନ୍ଝୁନ୍ୱାଲା କହିଛନ୍ତି ଯେ ଗ୍ରାଭିଟି ଏଡିସନ୍ଗୁଡ଼ିକ ନୂଆ ସୁବିଧାସୁଯୋଗ ସହିତ କମ୍ ଦାମ୍ରେ ଉପଲବ୍ଧ ହୋଇଛି। ଏହି ଅବସରରେ ବିଭିନ୍ନ ବ୍ୟାଙ୍କ ଓ ଫାଇନାନ୍ସ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button