ବିଚାର

ମରିଯିବେ ପଛେ କିନ୍ତୁ ଏମିତି ତୁଳସୀ କେବେ ବି ଘରେ ଲଗେଇବେ ନାହିଁ,ନହେଲେ ପୁରା ପରିବାର ନଷ୍ଟ ହୋଇଯିବ,ମା କ୍ରୋଧିତ ହୋଇଯିବେ

ଭାରତ ବର୍ଷ ରେ ଅନେକ ଯୁଗ ରୁ ତୁଳସୀ କୁ ସମସ୍ତ ହିନ୍ଦୁ ଘରେ ପୂଜା କରିବାର ପରମ୍ପରା ରହିଛି | ହିନ୍ଦୁ ଧର୍ମର ଅନେକ ପୁରାଣ ଗ୍ରନ୍ଥ ରେ ତୁଳସୀ ର ବିଶେଷ ମହତ୍ୱ ର ବର୍ଣନା କରାଯାଇଛି | ତୁଳସୀ ପତ୍ର ବିନା ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀହରି ଙ୍କ ପୂଜା ସମ୍ପୂର୍ଣ ହୋଇନଥାଏ | ଯେଉ ଘରେ ନିତ୍ୟ ତୁଳସୀ କୁ ପୂଜା କରାଯାଏ ସେହି ଘରେ ଭଗବାନ ଶ୍ରୀ ହରି ଏବଂ ମା ଲକ୍ଷ୍ମୀ ଙ୍କ ସ୍ଥାୟୀ ବାସ ହୋଇଥାଏ |

ବୈଜ୍ଞାନିକ ଅନୁଯାୟୀ ତୁଳସୀ ର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି | ତୁଳସୀ ପୂଜା କରିବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜା ସହ, ସମସ୍ତ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଥାଏ | ତୁଳସୀ ଭଗବାନ ଶ୍ରୀହରି ଙ୍କର ଅତି ପ୍ରିୟ ହୋଇଥାଏ, ଏହାର ପୂଜା କରିବା ଦ୍ୱାରା ସମସ୍ତ ଦୋଷ ରୁ ମୁକ୍ତି ମିଳିଥାଏ | ଏବଂ ସୁଖ ସମୃଦ୍ଧି ଏବଂ ବୈଭବ ଏବଂ ଧନ ରତ୍ନ ରେ ଘର ସର୍ବଦା ପରିପୂର୍ଣ ରହିଥାଏ |

ତୁଳସୀକୁ ପୂଜା କରିବାର ବିଧି –

1.ସକାଳୁ ଶୀଘ୍ର ଉଠି ସ୍ନାନ ଆଦି ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ ଏବଂ ପୂଜା ସାମଗ୍ରୀ ନେଇ ତୁଳସୀ ପାଖକୁ ଯାନ୍ତୁ | ପୂଜା ସାମଗ୍ରୀ ରେ – ଗୋଟିଏ ସୁଦ୍ଧ ଜଳର ଢାଳ, ହଳଦୀ, ରୋଲି,ଦୀପ, ଧୂପ,ପୁଷ୍ପ, ନୈବଦ୍ୟ ଆଦି ରହିବା ଉଚିତ |

2.ସର୍ବ ପ୍ରଥମେ ପ୍ରଣାମ କରନ୍ତୁ, ଏହା ପରେ ଆସନ ବିଛନ୍ତୁ ଏବଂ ଏହା ପରେ ତୁଳସୀ ମୂଳରେ ତିନି ଥର ଜଳ ଅର୍ପଣ କରନ୍ତୁ | ଏହା ପରେ ତିନି ଥର ତୁଳସୀର ପରିକ୍ରମା କରନ୍ତୁ |

3. ଏହା ପରେ ଗୋଟିଏ ଘିଅର ଦୀପ ତୁଳସୀ ପାଖ ରେ ଜଳାନ୍ତୁ | ଧ୍ୟାନ ରଖନ୍ତୁ ଦୀପ ତଳେ ଚାଉଳ ବିଛେଇବା ପରେ ହିଁ ଦୀପ ଜଳେଇବେ ଏବଂ ସନ୍ଧ୍ୟା ସମୟ ରେ ମଧ୍ୟ ତୁଳସୀ ପାଖରେ ଗୋଟିଏ ଘିଅ ର ଦୀପ ଜଳେଇବା ଉଚିତ ହୋଇଥାଏ | ଯଦି ମାଟି ଦୀପ ଲଗାଉଛନ୍ତି ତେବେ ନିତ୍ୟ ଏହାକୁ ବଦଳାନ୍ତୁ ତେବେ ଯଦି ଏହିପରି କରିପାରୁନାହାନ୍ତି ତେବେ ପିତଳ କିମ୍ବା ଷ୍ଟିଲ ଦୀପ ଜଳାନ୍ତୁ |

4.ତୁଳସୀ କୁ ମିଶ୍ରି, ଖିସମିସ କିମ୍ବା କୌଣସି ବି ମିଠା ବସ୍ତୁ ର ଆପଣ ଭୋଗ ଲଗେଇ ପାରିବେ | ଆପଣ ଏହି ଭୋଗ କୁ କୌଣସି ପାତ୍ର ରଖନ୍ତୁ ଏବଂ ଯଦି ଆପଣ ଚାହିଁବେ ତେବେ ଫଳ ମଧ୍ୟ ଭୋଗ କରିପାରିବେ |

ତୁଳସୀ ପୂଜା ରେ କଣ କରିବା ଉଚିତ ନୁହେଁ –

ବନ୍ଧୁଗଣ ତୁଳସୀ ପତ୍ର ଏକାଦଶୀ ଦିନ, ଦ୍ୱାଦଶୀ ଦିନ,ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି, ରବିବାର ଦିନ, ମଧ୍ୟାହ୍ନ କାଳ ରେ, ସନ୍ଧ୍ୟା ରେ କିମ୍ବା ରାତ୍ରି ସମୟ ରେ ଏବଂ ଗ୍ରହଣ,ପରାଗ ସମୟ ରେ ଚିଣ୍ଡାଇବା ଉଚିତ ନୁହେଁ | କିନ୍ତୁ ଧ୍ୟାନ ରଖନ୍ତୁ ଶାଳଗ୍ରାମ କିମ୍ବା ଭଗବାନ ଶ୍ରୀହରି ଙ୍କ ପୂଜା ପାଇଁ ଆପଣ ଏହି ନିଷିଦ୍ଧ ତିଥି ରେ ମଧ୍ୟ ତୁଳସୀ ପତ୍ର ଛିଣ୍ଡେଇ ପାରିବେ | ତୁଳସୀ ପାଖରେ ଶିବ ଲିଙ୍ଗ କିମ୍ବା ଗଣେଶ ଜୀ ଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ | ବନ୍ଧୁଗଣ ଶାଳଗ୍ରାମ ଏବଂ ତୁଳସୀ କୁ ସାଥିରେ ପୂଜା କରିବା ସର୍ବଶ୍ରେଷ୍ଠ ହୋଇଥାଏ | ରବିବାର ଦିନ ତୁଳସୀ କୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ରବିବାର ଦିନ ଜଳ ମଧ୍ୟ ଅର୍ପଣ କରାଯାଏ ନାହିଁ |

ଘରକୁ ତୁଳସୀ ଆଣିବା ପାଇଁ କେଉଁ ଦିନ କେଉଁ ସମୟ ଶୁଭ ହୋଇଥାଏ –

ଶୁକ୍ରବାର ମା ଲକ୍ଷ୍ମୀ ଙ୍କ ଦିନ ହୋଇଥାଏ ଏହି ଦିନ ତୁଳସୀ ଘରକୁ ଆଣିବା ଶୁଭ ହୋଇଥାଏ | ଗୁରୁବାର ଦିନ ଭଗବାନ ଶ୍ରୀହରି ଙ୍କ ଦିନ ହୋଇଥାଏ ଏହି ଦିନ ତୁଳସୀ ଆଣିବା ଶ୍ରେଷ୍ଠ ବୋଲି କୁହାଯାଏ | ଏବଂ ଆପଣ ସୋମବାର ଦିନ ମଧ୍ୟ ତୁଳସୀ କୁ ଘରକୁ ଆଣିପାରିବେ | ତୁଳସୀ କୁ ଘରର ଈଶାନ କୋଣ ଏବଂ ଉତ୍ତର ପୂର୍ବ ଦିଗ ରେ ଆପଣ ତୁଳସୀ କୁ ସ୍ଥାପନ କରିପାରିବେ |

ମନ୍ତ୍ର -ମହାପ୍ରସାଦ ଜନନୀ,ସର୍ବ ସୌଭାଗ୍ୟବର୍ଧିନୀ,ଆଧି ବ୍ୟାଧି ହରା ନିତ୍ୟବଂ,ତୁଳସୀ ତ୍ଵ ନମସ୍ତୁତେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button