ଦେଶ ବିଦେଶ

28 ଜଣ କ୍ୟାନ୍ସର ପେସେଣ୍ଟ ପିଲାଙ୍କ ପାଇଁ ସାହାରା ହେଲେ ଗୀତା ଶ୍ରୀଧର, ମା’ ଭଳି ରାତି ଦିନ କରୁଛନ୍ତି ସେବା

ଆଜିକାଲି ଦୁନିଆରେ ବହୁତ ଲୋକଙ୍କୁ କିଛି ନା କିଛି  ରୋଗ ହେଉଛି ।ସବୁ ରୋଗଠାରୁ କ୍ୟାନସର ରୋଗଟି ବଡ ବିପଦଜନକ ଅଟେ । ଯାହାର ପ୍ରଥମରୁ ଚିକିସ୍ୟା ନ କଲେ ଆଗକୁ ବହୁତ ବଡ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଆମ ଦେଶରେ ବହୁତ ଲୋକ କ୍ୟାନସର ରୋଗରେ ପୀଡିତ ଅଛନ୍ତି ।ଯେଉମାନେ ପଇସା ଖରଚ କରିବା ପାଇଁ ସକ୍ଷମ ନୁହନ୍ତି ।କିନ୍ତୁ କିଛି ଲୋକମାନେ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ।ଆଜି ଆମେ ଆପଣଙ୍କୁ ଗୀତା ଶ୍ରୀଧରଙ୍କ ବିଷୟରେ କହିବୁ ଯିଏ କି ନିଜ ଜୀବନକୁ ଲୋକଙ୍କ ସେବାରେ ସମର୍ପଣ କରିଦେଇଛନ୍ତି ।

ମୁମ୍ବାଇରେ ରହୁଥିବା ଗୀତା ଶ୍ରୀଧର ପିଲାମାନଙ୍କୁ ପାଠ ପଢାଉଥିବା ସମୟରେ ହଠାତ ତାଙ୍କ ବାପାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା । ନିଜ ବାପାଙ୍କର ଦେହ ଖରାପ କଥା ଶୁଣି ଗୀତାଙ୍କୁ ତାମିଲନାଡୁରେ ଥିବା ଆନନ-ଫାନନ ଗାଁକୁ ଯିବାକୁ ପଡିଲା ।ସେଦିନ ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ଥିଲା । ସେ ନିଜ ବାପାଙ୍କୁ କ୍ୟାନସର ରୋଗରେ ପୀଡିତ ଥିବାର ଦେଖିଲେ ।ସେ ଦିନକୁ ଭାବି ମାତ୍ର ୨୦ଦିନ ଭିତରେ ଏ ସବୁ ହେଲା ବୋଲି ଗୀତା କହିଲେ ।

ଏ ସବୁ ଜାଣିବା ପୂର୍ବରୁ ତାଙ୍କ ବାପା ତାଙ୍କୁ ଛାଡିକି ଚାଲିଗଲେ ।ତାଙ୍କ ବାପା ବହୁତ ଭଲ ମଣିଷ ଥିଲେ । ସେ କେବେ ବି କାହାକୁ ଦୁଖ ଦେଇ ନ ଥିଲେ । ଗୀତା ନିଜ ବାପାଙ୍କ ମୃତ୍ୟୁ ପରେ ପୁଣିଥରେ ମୁମ୍ବାଇ ଫେରିଗଲେ ।ପିତାଙ୍କ ମୃତ୍ୟୁ ପରେ ସେ ଲୋକଙ୍କର ସେବାରେ ନିଜକୁ ସାମିଲ କରିଦେଇଥିଲେ ।ତା ପରେ ସେ ଜଣେ ଡାକ୍ତରଙ୍କ ସହ ପୁନେରେ ଥିବା ଏକ ଅନାଥ ଆଶ୍ରମକୁ ଚାଲିଗଲେ । ସେଠାରେ ସେ କ୍ୟାନସରରେ ପୀଡିତ ହେଉଥିବା ପିଲାମାନଙ୍କର ସେବା କରିବା ପାଇଁ ସ୍ଥିର କଲେ । ଗୀତା ସେଠାରେ ୨ରୁ  ୫ବର୍ଷ ପିଲାଙ୍କୁ ଏହି ରୋଗରେ ପୀଡିତ ଥିବାର ଦେଖିଲେ ।

ପିଲମାନଙ୍କୁ ଆର୍ଥିକ ସାହାଯ୍ୟ ଅପେକ୍ଷା ଭଲ ସାଙ୍ଗଟି  ଦରକାର ବୋଲି ଗୀତା ଭାବିଲେ । ଏହି କାରଣରୁ ସେ ପିଲା ମାନଙ୍କର ଦେଖାଶୁଣା କରିବା ପାଇଁ ନିଷ୍ପତି ନେଲେ । ସେଥିପାଇଁ ୨୮ଟି ପିଲାମାନଙ୍କୁ ନେଇ ସେ ମୁମ୍ବାଇ ଆଣି ଗୋଟେ ଘରେ ରଖିଲେ । ଗୀତା ଯେଉଁ ୨୮ଟି ପିଲମାନଙ୍କୁ ନେଇ ମୁମ୍ବାଇ ଆସିଥିଲେ ସେମାନଙ୍କ ସେବାରେ ସେ ତାଙ୍କର ପୁରା ଜୀବନକୁ ସମର୍ପଣ କରିଦେଲେ । କ୍ୟାନସରରେ ରୋଗଗ୍ରସ୍ତ ଥିବା ପିଲାମାନଙ୍କୁ ଅଧିକ ଡୋଜ ଦିଆଯାଏ ।ଗୀତା ଏହି ପିଲାମାନଙ୍କୁ ନିଜ ମାଠାରୁ ଅଧିକ ସ୍ନେହ କରନ୍ତି ।ପିଲାମାନଙ୍କୁ ଠିକ କରିବା ପାଇଁ ସେ ନିଜର ସମସ୍ତ ଜମା ପୁଞ୍ଜି ଖରଚ କରିଦେଲେ ।

ଏହି ଗମ୍ଭୀର ପରିସ୍ଥିତିରେ ଗୀତାଙ୍କର ଅନେକ ସାଙ୍ଗସାଥି ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ।ଗୀତା ଦିନ ରାତି ୨୪ଘଣ୍ଟା ଏହି ପିଲାମାନଙ୍କର ସେବା କରନ୍ତି ।ସେମାନଙ୍କ ସେବାରେ ସେ କେବେ ବି କୌଣସି ଅଭାବ ରଖିନାହାନ୍ତି ।୧୨ବର୍ଷ ହେଲା ଗୀତା ଏହି ପିଲମାନଙ୍କର ସେବା କରି ଆସୁଛନ୍ତି । ପିଲାମାନଙ୍କର ସବୁ ପରିସ୍ଥିତିରେ ସେ ତାଙ୍କର ପୁରା ସାଥ ଦେଇଛନ୍ତି । ଆଜି ସେହି ପିଲାମାନେ ଗୀତା ଶ୍ରୀଧରଙ୍କୁ ଗିତୁ ମା ବୋଲି ଡାକୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button