ଦେଶ ବିଦେଶ

ଇରାନ୍‌ ସହ ହାତ ମିଳାଇଲା ଭାରତ; ଆଶ୍ଟର୍ଯ୍ୟ ହେଲା ଆମେରିକା

ନିର୍ବାଚନ ସମୟରେ ନୂଆ କଥା ଦେଖିବାକୁ ମିଳୁଛି। ଇରାନ୍ ସହ ହାତ ମିଳାଇଛି ଭାରତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦର ପରିଚାଳନା କରିବାକୁ ନେଇ ତେହରାନ୍ ସହ ଭାରତ ଚୁକ୍ତି କରିଛି । ଏହି ବନ୍ଦର ଚଳାଇବା ସହିତ ଭାରତ ମଧ୍ୟ ଏହାର ବିକାଶ କରିବ। ତେବେ ଏହି ଚୁକ୍ତିକୁ ନେଇ ରାଗିକି ଖପ୍ପା  ଆମେରିକା। କହିଛି ଯିଏ ବି ଇରାନ୍ ସହ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତାଙ୍କୁ ଆମ ପକ୍ଷରୁ ବ୍ୟାନ୍ ର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆମେରିକା ଚେତାବନୀ ଦେଇଛି।

ଆମେରିକାର ବୈଦେଶିକ ବିଭାଗର ପ୍ରଧାନ ଉପ-ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ଇରାନ ଏବଂ ଭାରତ ମଧ୍ୟରେ ଚାବାହାର ବନ୍ଦରକୁ ନେଇ ଏକ ଚୁକ୍ତି ହୋଇଛି। ଭାରତ ସରକାରଙ୍କ ନିଜର ବୈଦେଶିକ ନୀତି ରହିଛି। ଚାବାହାର ବନ୍ଦର ଏବଂ ଇରାନ ସହିତ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଇରାନ ସହିତ ହୋଇଥିବା ଚୁକ୍ତି ସେ ଭଲ ଭାବରେ ବୁଝିଛନ୍ତି। କିନ୍ତୁ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ଜାରି ରହିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଯଦି ଇରାନ ସହିତ କେହି ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତେବେ ସେମାନେ ଏହାର ସମ୍ଭାବ୍ୟ ବିପଦ ଜାଣିବା ଉଚିତ୍। ସେମାନେ ଜାଣିବା ଉଚିତ୍ ଯେ ସେମାନେ ମଧ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଉକ୍ତ ଦେଶ ଉପରେ ମଧ୍ୟ ବ୍ୟାନ୍ ଲାଗିପାରେ ବୋଲି ସେ କହିଛନ୍ତି।

ଚାବାହାର ପୋର୍ଟ ଇରାନର ଦକ୍ଷିଣ ଉପୂକଳ ସିସ୍ତାନ-ମଲୁଚିସ୍ତାନ ରାଜ୍ୟରେ ଅବସ୍ଥିତ। ଏହି ପୋର୍ଟକୁ ଭାରତ ଓ ଇରାନ୍ ମିଶି ବିକଶିତ କରୁଛନ୍ତି। ଏହି ପୋର୍ଟକୁ ନେଇ ସୋମବାର ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଉପସ୍ଥିତିରେ ଇଣ୍ଡିଆ ପୋର୍ଟସ୍ ଲିମିଟେଡ୍ ଓ ଇରାନ୍ ପୋର୍ଟସ୍ ଆଣ୍ଡ ମେରିଟାଇମ୍ ଅର୍ଗାନାଇଜେସନ୍ ମଧ୍ୟ ଚୁକ୍ତି ସ୍ୱାକ୍ଷର ହୋଇଛି। ପ୍ରଥମ ଥର ପାଇଁ ଭାରତ ଏକ ବିଦେଶୀ ବନ୍ଦରର ପରିଚାଳନା ଦାୟିତ୍ୱ ଗ୍ରହଣ କରିବ। ଏହା ସହିତ ଭାରତ ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ୟୁରୋପ ସହିତ ସଂଯୋଗ କରିବାକୁ ସକ୍ଷମ ହେବ। ଏହି ପୋର୍ଟ ବିକଶିତ ହେଲେ ଭାରତ ପାକିସ୍ତାନକୁ ଅତିକ୍ରମ କରି ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହିତ ସିଧାସଳଖ ସଂଯୋଗ କରିପାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button