ଜୀବନଶୈଳୀ

ଚାଣକ୍ୟ ମହିଳା ମାନଙ୍କୁ ନେଇ କହିଥିଲେ ଏହି ୧୦ଟି ଗୁପ୍ତ କଥା- କଣ ସେ ସବୁ (ପୁରୁଷ ମାନେ) ନିଶ୍ଚୟ ଜାଣନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ ସେ ବହୁତ ଭଲ ନୀତିବାନ, ବୁଦ୍ଧିବାନ ଏବଂ ସେ ବହୁତ ଭଲ ରାଜନୀତିଜ୍ଞ ମଧ୍ୟ ଥିଲେ, ସେ ନିଜ ବୁଦ୍ଧି ଏବଂ ନୀତି ଦ୍ଵାରା ନିଜ ନୀତି ଶାସ୍ତ୍ରରେ ମଣିଷ ଜୀବନ ବିଷୟରେ ବହୁତ ଏମିତି କଥା କହିଛନ୍ତି ଯାହା ମାନିଲେ ଏବଂ ଏହା ଅନୁଯାଇ କାମ କଲେ ମଣିଷକୁ ଜୀବନରେ କେବେ କଷ୍ଟ ବା ଦୁଃଖ ଦେଖିବାକୁ ପଡି ନଥାଏ, ଚାଣକ୍ୟ ନିଜ ନୀତି ରେ ବହୁତ କଥା କହିଛନ୍ତି, ତାଙ୍କ କଥା ଦ୍ଵାରା ଆଜୀବି ଲୋକଙ୍କ ପାଇଁ ମାର୍ଗ ଦର୍ଶନ କରାଉଛି । ତେବେ ଆସନ୍ତୁ ଜାଣିବା ସେହି କଟୁ ବଚନ ବିଷୟରେ ଯାହା ଚାଣକ୍ୟ ସ୍ତ୍ରୀ ମାନଙ୍କ ପାଇଁ କହିଥିଲେ ।

Image Courtesy: Google

୧. ପ୍ରାୟତଃ ପାରିବାରିକ କଳି ଝଗଡାରେ ବିଶେଷ କରି ନାରୀ ମାନଙ୍କର ହାତ ହୋଇଥାଏ । ପୁରୁଷ ଚିନ୍ତା କରିବା ଆବଶ୍ୟକ ଯେ ନାରୀଙ୍କୁ ନେଇ ଝଗଡା ଲାଗିବାରୁ କୌଣସି ଫାଇଦା ହାସଲ ହୋଇନଥାଏ ।

୨. ତାଙ୍କୁ ହିଁ ପ୍ରକୃତ ସ୍ତ୍ରୀ କୁହାଯିବ ଯିଏ ଭୋଜନ ସମୟରେ ମାଆ ପରି, କାର୍ଯ୍ୟରେ ମନ୍ତ୍ରୀ ପରି, ସେବା ବେଳେ ଦାସୀ ପରି ଆଚରଣ କରିଥାଏ ।

Image Courtesy: Google

୩. ଏହି ଦୁନିଆରେ ସବୁଠାରୁ ବଡ ଆକର୍ଷଣ କଣ ଅଟେ ? କାହା ଆଗରେ ସଂସାର ବିଜୟୀ ପୁରୁଷ ଅସହାୟ ହୋଇପଡେ ? କାହାର ଇସାରାରେ ପୁରୁଷ କାଠ କଣ୍ଢେଇ ପରି ନାଚେ ? ଏହି ସବୁ ପ୍ରଶ୍ନ ଏକମାତ୍ର ଉତ୍ତର ନାରୀ ର ସୌନ୍ଦର୍ଜୀ ଓ ଯୌବନ ଅଟେ ।

୪. ଖରାପ ସମୟ ପାଇଁ ଧନ ସଞ୍ଚଯ କରି ରଖିବା ଦରକାର । ଧନ ସହିତ ନାରୀ ପ୍ରତି ସାବଧାନ ରହିବା ଉଚିତ, ନାରୀ ଏବଂ ଧନ ବେଳେ ବେଳେ ମନୁଷ୍ୟକୁ ଠିକ ଦେଇଥାନ୍ତି ।

Image Courtesy: Google

୫. ଏ ସଂସାରରେ ଅଧିକାଂଶ ଯୁଦ୍ଧ, ହତ୍ୟା, ବିଭିଷିକା କେବଳ ନାରୀ ଜନିତ କାରଣରୁ ସଂଘଟିତ ହୋଇଥାଏ । ଏଥିପାଇଁ ବୁଦ୍ଧିଜୀବୀ ନାରୀର ମାୟା ଜଳରେ ଫସିବା ଆଦୌ ଉଚିତ ନୁହେଁ ।

୬. ନାରୀର ସୌନ୍ଦର୍ଜ୍ୟ, ଶାରୀରିକ ଗଠନ ପ୍ରତି ପୁରୁଷକୁ ଆକର୍ଷିତ କରିଥାଏ, ଏହି କାରଣରୁ ପୁରୁଷ ସୁନ୍ଦରୀ ନାରୀ ସହିତ ଅବସ୍ଥାନ କରୁଥିଲେ ମଧ୍ୟ ପରନାରୀ ପ୍ରତି ହୋଲୁପ ଦୃଷ୍ଟି ପକାଇଥାଏ ।

୭. ବଡ ବଡ ଜ୍ଞାନୀ, ବିଦ୍ଵାନ ଏପରିକି ଦେବତାମାନେ ବି ନାରୀକୁ ପାଇବା ପାଇଁ ବ୍ଯାକୁଳିତ ହୋଇଥାନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

Image Courtesy: Google

୮. ନାରୀ ଯେତେ ବୟସ୍କ ହେଲେ ମଧ୍ୟ ନିଜକୁ ସଦାସର୍ବଦା ସୁନ୍ଦରୀ ଏବଂ ଯୌବନମୟୀ ବୋଲି ଭାବେ । ସେ ଯେ କୌଣସି ଉପାୟରେ ନିଜର ସୌନ୍ଦର୍ଜ୍ୟ ଓ ଯୌବନକୁ ଅତୁଟ ରଖିବାକୁ ଚାହେଁ, ଯାହାର ପରିଣାମ ପୁରୁଷ ତା ପଛରେ ଗୋଡାଇ ଚାଲିଥାଏ ।

୯. ଯେଉଁ ନାରୀ ପତିଙ୍କ କଥାକୁ ଖାତିର କରେ ନାହିଁ ସେ ପବିତ୍ରତା ଠାରୁ ଅନେକ ଦୂରରେ ରହିଥାଏ ।

୧୦. ପ୍ରେମ ବନ୍ଧନ ସବୁଠାରୁ ଅଧିକ ଶକ୍ତିଶାଳୀ କିନ୍ତୁ ଯୁବତୀ ବହୁତ ସୁନ୍ଦରୀ ହୋଇପାରେ ମାତ୍ର ମର୍ଯ୍ୟାଦା ନଥିଲେ ତାକୁ ବିବାହ କରିବା ଠିକ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button