ବ୍ୟବସାୟ

୬୦ ହଜାର ଟଙ୍କା ନୁହେଁ; ଏହି ସେଲ୍‌ରେ ମାତ୍ର ୪୦ ହଜାର ଟଙ୍କାରେ ମିଳିବ ଆଇଫୋନ୍‌-୧୩ – Utkal Mail


ମୁମ୍ବ‌ାଇ: ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍‌-୨୦୨୩  ଅକ୍ଟୋବର ୮ ତାରିଖରେ ଆରମ୍ଭ ହେବାକୁ ଯାଉଛି ଏବଂ ବିକ୍ରୟ ପୂର୍ବରୁ ଆମାଜନ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଏହି ସିରିଜର ଆକର୍ଷର ‌ହେଉଛି ‘ଆଇଫୋନ୍‌-୧୩’ ଉପରେ ରହିଥିବା ଅଫର୍‌। ରିପୋର୍ଟରୁ ପ୍ରକାଶ ଯେ ‘ଆଇଫୋନ୍‌-୧୩’ ମାତ୍ର ୪୦ ହଜାର ଟଙ୍କାରେ ମିଳିଯିବ। ୨୦୨୧ ମସିହାରେ ଲଞ୍ଚ ହୋଇଥିବା ‘ଆଇଫୋନ୍-୧୩’ ବର୍ତ୍ତମାନ ୫୯,୯୦୦ ଟଙ୍କାରେ ମିଳୁଛି।

ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍‌-୨୦୨୩ରେ ଆଗ୍ରହୀ ଗ୍ରାହକମାନେ ସର୍ବନିମ୍ନ ମୂଲ୍ୟରେ ‘ଆଇଫୋନ୍‌-୧୩’କୁ ପାଇପାରିବେ। ଯଦି ଗ୍ରାହକମାନେ ଏସବିଆଇ ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଅତିରିକ୍ତ ୧୫୦୦ ଟଙ୍କା ରିହାତି ମିଳିବ। ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍‌ରେ ଏସବିଆଇ ବ୍ୟାଙ୍କ ଗ୍ରାହକ ମୋବାଇଲର କ୍ରୟ ଉପରେ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ପାଇପାରିବେ।

ଏହି ସେଲ୍‌ରେ ଆପଣ ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌ରୁ ନେଇ ଆହୁରି ଅନେକ ସାମଗ୍ରୀ କିଣିବାର ସୁଯୋଗ ପାଇବେ। ତେବେ ଆଗକୁ ଆସିବାକୁ ଥିବା ଏହି ସେଲ୍‌ ବିଷୟରେ କମ୍ପାନି ଏବେଠାରୁ ଘୋଷଣା କରି ସାରିଲାଣି।

ଏହି ସେଲ୍‌ରେ ଆପଣ ୫,୬୯୯ ଟଙ୍କାରୁ ସ୍ମାର୍ଟଫୋନ୍‌ କିଣିପାରିବେ। ସେହିପରି ୫ଜି ଫୋନ୍‌ ଉପଲବ୍ଧ ହେବ ମାତ୍ର ୮,୯୯୯ ଟଙ୍କାରେ। ତେବେ ଇଲେକ୍‌ଟ୍ରୋନିକ୍ସ ଓ ଆକ୍‌ସେସୋରିଜ୍‌କୁ ଆପଣ କିିଣିପାରିବେ ସର୍ବନିମ୍ନ ୯୯ ଟଙ୍କାରୁ। ଆପ୍ଲାଏନ୍ସ ଉପରେ ୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। କିଛି ସାମଗ୍ରୀ ତ ୪୯ ଟଙ୍କା ଦରରେ ବି ମିଳିବ।

 




Related Articles

Leave a Reply

Your email address will not be published. Required fields are marked *

Back to top button