ଓଡିଶା

ବ୍ରହ୍ମପୁର ଆଇଟିଆଇରେ ସ୍କ୍ରାପ୍ ନେତାଜୀ ପ୍ରତିମୂର୍ତ୍ତି ଉନ୍ମୋଚିତ

ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଫିଟର୍, ଓ୍ବେଲଡର୍, ପେଣ୍ଟର୍ ବିଭାଗର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ ସ୍କ୍ରାପ୍ ନେତାଜୀ ପ୍ରତିମୂର୍ତ୍ତି ନେତାଜୀ ଜୟନ୍ତୀ ଉପଲକ୍ଷେ ଉନ୍ମୋଚିତ ହୋଇଛି। ୨୦ ଦିନ ମଧ୍ୟରେ ବାଇକ୍ ଚେନ୍, ସ୍ପକେଟ୍, ନଟ୍ ବୋଲ୍ଟ, ଜିଆଇ ସିଟ୍ ବ୍ୟବହାର କରି ନିର୍ମିତ ସାଢ଼େ ୫ ମିଟର ଉଚ୍ଚ, ୧୫୦ କିଲୋଗ୍ରାମ ଓଜନର ଏହି ପ୍ରତିକୃତି ବେଶ୍ ଆକର୍ଷଣୀୟ ହୋଇଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ଜୟନ୍ତ ମହାପାତ୍ର ଓ ଖଲ୍ଲିକୋଟ କଲେଜର ପୂର୍ବତନ ପ୍ରଫେସର୍ ବିପିନ ପଟ୍ଟନାୟକ ଏହାକୁ ସୋମବାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଉନ୍ମୋଚନ କରିଥିଲେ। ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ଏହି ଅବସରରେ ଉପସ୍ଥିତ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button