ମନୋରଞ୍ଜନ

ଆସୁଛି ‘କାନ୍ତାରା-୨’, କେଜିଏଫ ଓ ବାହୁବଳିକୁ ଦେବ କଡ଼ା ଟକ୍କର ! – Utkal Mail



ମୁମ୍ବାଇ: ରିଲିଜ୍ ହେଲା ‘କାନ୍ତାରା-୨’ର ଟିଜର। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ସୁପରହିଟ୍ ହୋଇଥିଲା। ଏହାର ଅଭିନୟ ତଥା ନିର୍ଦ୍ଦେଶନା ଦେଇ ଇତିହାସ ସୃଷ୍ଟି କରିଥିଲେ ଅଭିନେତା ଋଷବ ସେଟ୍ଟୀ। ଏହି ଚଳଚ୍ଚିତ୍ରର ଗୋଟିଏ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା। ଏବେ ଏହାର ଦ୍ୱିତୀୟ ଭାଗ ଆସୁଛି।

‘କାନ୍ତାରା’କୁ ମିଳିଥିବା ସଫଳତାକୁ ଦେଖି ନିର୍ମାତାମାନେ ଫିଲ୍ମର ଆଉ ଏକ ଭାଗ ନିର୍ମାଣ କରିଛନ୍ତି। ଅନେକ ଦିନରୁ ଦର୍ଶକ ଏହାର ଅପେକ୍ଷା କରିଥିବା ବେଳେ ‘କାନ୍ତାରା-୨’ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ନିର୍ମାତାମାନେ ଏହାର ନାମ ରଖିଛନ୍ତି ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’। ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’ ହେଉଛି ଏକ ପ୍ରିକ୍ୱେଲ୍। ଅର୍ଥାତ୍ ଫିଲ୍ମର ପ୍ରଥମ ଭାଗରେ ଦର୍ଶକ ଯାହା ଦେଖିଥିଲେ, ତା’ ପୂର୍ବରୁ କ’ଣ ସବୁ ଘଟିଥିଲା ତାହା ଚାପ୍ଟର-୧ ରେ ଦେଖିବେ ଦର୍ଶକ। ନିକଟରେ ଫିଲ୍ମର ଏକ ଝଲକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲାଗୁଛି ଏହା ବେଶ୍‌ ରୋମାଞ୍ଚକର ଓ ଖାସ୍‌ ହେବାକୁ ଯାଉଛି।

ଏଥିରେ ଅଭିନେତା-ନିର୍ଦେଶକ ଋଷବ ଶେଟ୍ଟୀଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି। ଟିଜର ଭିଡିଓ ଦେଖି ଏହା କହିହେବ ଯେ, କେଜିଏଫ ଓ ବାହୁବଳି ଭଳି ଚଳଚ୍ଚିତ୍ରକୁ ଜୋରଦାର ଟକ୍କର ଦେବ ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’। ଟିଜର ଭିଡିଓ ରିଲିଜ୍‌ ହେଉ ହେଉ ଖୁବ୍‌ କମ୍‌ ସମୟ ମଧ୍ୟରେ ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି। ଦର୍ଶକ ଏହାକୁ ଦେଖି ବେଶ୍‌ ଭଲ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ‘କାନ୍ତାରା-୨’ର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ। ଏଥର ଫିଲ୍ମର ବଜେଟ୍ ଅଧିକ ରହିବ। ତିନିଟି ପର୍ଯ୍ୟାୟରେ ଏହାର ସୁଟିଂ କରାଯିବ ବୋଲି କୁହାଯାଉଛି, ଯାହା ୨୦୨୪ସୁଦ୍ଧା ଶେଷ ହେବ। ଏଥର ମଧ୍ୟ ନିର୍ଦ୍ଦେଶନା ଦାୟିତ୍ୱ ଋଷଭ ସେଟ୍ଟୀଙ୍କ ହାତରେ ରହିବ।






Related Articles

Leave a Reply

Your email address will not be published. Required fields are marked *

Back to top button