ଓଡିଶା

ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର, ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ

ଭୁବନେଶ୍ୱର : ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ।  ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।  ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।  ଲମ୍ବା ଧାଡିରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।  ରାତ୍ରି ୧୦ଟାରେ ଉଠିବ ମହାଦୀପ ।

ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨୦୦ରୁ ଊର୍ଦ୍ଧ୍ବ ପୋଲିସ ଅଧିକାରୀ ନିୟୋଜିତ ରହିଛନ୍ତି । ୧୦୦ ସିସିଟିଭି ନଜରରେ ରହିଛି ଲିଙ୍ଗରାଜ ମନ୍ଦିର । ସେପଟେ ଶ୍ରୀମନ୍ଦିର ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ପୀଠରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଛି ।  ଚଳିତ ବର୍ଷ ଗର୍ଭଗୃହରେ ଦର୍ଶନ ବନ୍ଦ ଥିବା ବେଳେ ଟିକେଟ ଦର୍ଶନ ବ୍ୟବସ୍ଥା ମଧ୍ୟ ହୋଇଛି ।  ମାନସିକଧାରୀମାନେ ପ୍ରଭୁଙ୍କଠାରେ ରୁପାଅଙ୍ଗ ଦାନ କରିଛନ୍ତି । ରାତି ୩ଟାରେ ହରିହର ଭେଟ ନୀତି ପରେ ଉଠିବ ମହାଦୀପ ।

ରାଜ୍ୟର ଅନ୍ୟ ପ୍ରମୁଖ ଶୈବପୀଠମାନଙ୍କରେ ମଧ୍ୟ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ସେପଟେ ଆରଡ଼ି ପୀଠରେ ଦିଗମ୍ବର ବେଶରେ ଦର୍ଶନ ଦେଉଛନ୍ତି ବାବା ଆଖଣ୍ଡଳମଣୀ । ରାତି ଗୋଟାଏରେ ସୁନା ବେଶ ସହ ଭୋର ସାଢ଼େ ୪ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । କୋରାପୁଟର ଗୁପ୍ତେଶ୍ବର, ବଲାଙ୍ଗୀର ହରିଶଙ୍କର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଜମିଛି। ଶିବକୃପା ଲାଭ କରିବାକୁ ଦୀପ ଜାଳୁଛନ୍ତି ଭକ୍ତ । ମହାଦୀପ ଉଠିବା ପରେ ବ୍ରତ ଭାଙ୍ଗିବେ ବ୍ରତଧାରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button