ଓଡିଶା

ଓଡିଆ କାରିଗରଙ୍କ ବିଶ୍ବସ୍ତରୀୟ କଳା

କେନ୍ଦ୍ରାପଡା: ଫିଫା ଫୁଟବଲ ମହାକୁମ୍ଭରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି ବିଶ୍ବସ୍ତରୀୟ କାରିଗରୀରେ ନିର୍ମିତ ଭବ୍ୟ ଷ୍ଟାଡିୟମ। ତେବେ ଆଶ୍ଚର୍ଯ୍ୟ ଓ ଗର୍ବର କଥା ହେଉଛି ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ମିସ୍ତ୍ରୀଙ୍କ  କାରିଗରୀର ଯାଦୁ। କାରିଗର ମାନେ ନିଜ କାରିଗରୀ କୌଶଳରେ ବିଶ୍ଵର ଅନ୍ୟତମ ସର୍ବବୃହତ ଷ୍ଟାଡିୟମ୍‌ର ପ୍ରବେଶ ପଥ ଠୁଁ ଗ୍ୟାଲେରୀ, ଭିଆପି ବକ୍ସ,ଖେଳାଳିମାନଙ୍କ ପାଇଁ ବିଳାସମୟ କକ୍ଷ,କମେଣ୍ଟ୍ରି ବକ୍ସ ଆଦିକୁ ଆକର୍ଷଣୀୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

କତାରରେ ଓଡିଆ କାରିଗରୀଙ୍କ ଯାଦୁଗରୀ। ଫିଫା ଫୁଟବଲ୍‌ ବିଶ୍ୱକପ୍‌ରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏହି ଭବ୍ୟ ଷ୍ଟାଡିୟମ। ଏହି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କାମରେ ନିୟୋଜିତ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର କାରିଗର। ଇମିଗ୍ରେସନ କନ୍‌ସଲଟାଣ୍ଟ୍‌ ସଂସ୍ଥା ଜରିଆରେ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଖଡ଼ିପାଳ ଗ୍ରାମର ବିଶ୍ୱନାଥ ମହାଳିକ ଲୁସେଲ ଷ୍ଟାଡିୟମ୍‌ ନିର୍ମାଣ ପାଇଁ ୨୦୧୪ ମସିହାଠାରୁ କାମ କରିଆସୁଛନ୍ତି । ସେ ଜିଲ୍ଲାର ପ୍ରାୟ ୪୦୦ ପ୍ଲମ୍ବର, ଫିଟର, ଫୋରମ୍ୟାନ୍‌ଙ୍କୁ ନେଇ କତାରର ସବୁଠୁ ବଡ଼ ଷ୍ଟାଡିୟମ ଖେଳ ପାଇଁ ପ୍ରସ୍ତୁତ କରିଛନ୍ତି। ଜିଲ୍ଲାର ଅନ୍ୟ ପ୍ଲମ୍ବର, ଫିଟର ଓ ଇଲେକ୍ଟ୍ରିସିଆନ ନବନିର୍ମିତ ଷ୍ଟାଡିୟମର ପରିଚାଳନା ଓ ଅନ୍ୟ ଅଟ୍ଟାଳିକା ନିର୍ମାଣ କାମରେ ନିୟୋଜିତ ଥିଲେ। ତେବେ ଏହି ଷ୍ଟାଡିୟମ ନିର୍ମାଣ କରି ଖୁସିବ୍ୟକ୍ତ କରିଛନ୍ତି କାରିଗର ମାନେ।

କତାରର ଯେଉଁ ଷ୍ଟାଡିୟମରେ ବିଶ୍ୱକପର ଆୟୋଜନ କରାଯାଇଛି ତାହାର ଉନ୍ନତ ନିର୍ମାଣ ଶୈଳୀ ପଛରେ କେନ୍ଦ୍ରାପଡ଼ାର ସୋମନାଥ ମହାଳିକଙ୍କ ସମେତ ୬0ରୁ ଉର୍ଦ୍ଧ୍ୱ ମିସ୍ତ୍ରୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ପିଲାଙ୍କ ନିଖୁଣ କାମରେ ପରିବାର ଲୋକେ ଓ ଅଞ୍ଚଳବାସୀ ଗର୍ବିତ। ଏହାସହ ଏହି କାରିଗରୀଙ୍କୁ ଦେଶରେ ସୁବିଧା ସୁଯୋଗ ମିଳୁ ନଥିବାରୁ ବାହାର ଦେଶରେ ଯାଇ କାର୍ଯ୍ୟ କରୁଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ପରିବାର ଲୋକେ।

କତାରରେ ଫିଫା ବିଶ୍ୱକପ୍‌ ପାଇଁ ଷ୍ଟାଡିୟମ୍‌ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କାମରେ କେନ୍ଦ୍ରାପଡା ଜିଲ୍ଲାର କାରିଗରଙ୍କ ଅବଦାନ ଥିବାରୁ ଅଞ୍ଚଳବାସୀ ବେଶ ଗର୍ବିତ

Related Articles

Leave a Reply

Your email address will not be published. Required fields are marked *

Back to top button