ଓଡିଶା

ରାଜ୍ୟରେ ଆଗାମୀ ୭ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ପଶ୍ଚିମାଝଡ଼ ଓ ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୭ ଦିନ ଯାଏଁ ବର୍ଷା ହେବ । ଅଳ୍ପରୁ ମଧ୍ୟମ ଧରଧର ବର୍ଷା ହେବ । ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିଭଳି ଆସନ୍ତାକାଲି ୧ ୭ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।  ଜାରି ହୋଇଛି ୱେଲୋ ୱାର୍ଣ୍ଣିଂ ।  ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଜାରି ରହିବ । କାଳବୈଶାଖୀ ପ୍ରଭାବରେ ଫସଲ କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଚାଷୀଙ୍କୁ କୃଷି ପରାମର୍ଶ ଦିଆଯାଇଛି ।  ଅମଳ ଉପଯୋଗୀ ଫସଲ ତୋଳି ଆଣିବାକୁ କୁହାଯାଇଛି । ଅନ୍ୟପଟେ ଚଳିତ ବର୍ଷ ମୌସୁମୀ ବର୍ଷାକୁ ନେଇ ଆଜି ଆସିପାରେ ଆଇଏମଡିର ପୂର୍ବାନୁମାନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button