ଦେଶ ବିଦେଶ

ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ପଡିଲା ମହଙ୍ଗା: ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ । ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ମାମଲାରେ ୫ ହଜାର ଟଙ୍କା ଫାଇନ ହୋଇଛି। ନିର୍ବାଚନୀ ପ୍ରଚାର ବେଳେ ସେ ଜୟପୁର ଆସିଥିବା ବେଳେ ସେଠାରେ ତାଙ୍କ ହେଲିକପ୍ଟର ଅବତରଣ କରିଥିଲା । ହେଲେ ହେଲିକପ୍ଟର ଅବତରଣ ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା। ତାଙ୍କ ହେଲିକପ୍ଟର କୋରାପୁଟରେ ଅବତରଣ କରିବାର ଥିଲା। ହେଲେ ଖରାପ ପାଗ ଯୋଗୁଁ ଅବତରଣ ହୋଇପାରି ନଥିଲା ।

ଏଭଳି ଫାଇନ କାଟିବାକୁ ନେଇ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏୟାରପୋର୍ଟ ଅଧିକାରୀଙ୍କ କହିବାନୁଯାୟୀ ବେଆଇନ ବା ବିନା ସୂଚନାରେ ହେଲିକପ୍ଟର ଅବତରଣ କରିଥିବାରୁ ଫାଇନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button