କ୍ରାଇମ

ଉଧାର ଟଙ୍କା ଫେରସ୍ତ ମାଗିବାରୁ ସହ-କର୍ମୀଣୀଙ୍କୁ ହତ୍ୟା କରି ମୁହଁରେ ଏସିଡ୍‌ ଢାଳି ଦେଲେ ସହକର୍ମୀ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀ ରେଳବାଇ ଷ୍ଟେସନ୍‌ର ଜଣେ ମହିଳା ସହକର୍ମୀଙ୍କୁ ହତ୍ୟା କରି ତାଙ୍କ ମୁହଁରେ ଏସିଡ୍‌ ଢାଳି ଦେଇଥିବା ଜଣେ ୪୫ ବର୍ଷିୟ ‘ଟେକ୍‌ନିସିଆନ୍‌’ଙ୍କୁ ଗିରଫ କରାଯାଇଥିବା କଥା ଗୁରୁବାର ଦିନ ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ନିଜାମୁଦ୍ଦିନ ରେଳବାଇ ଷ୍ଟେସନ୍‌ର ‘ଟେକ୍ନିକାଲ୍‌ ସୁପର୍‌ଭାଇଜର୍‌’ ମହମ୍ମଦ ଜାକିର୍‌ ତାଙ୍କ ସହ-କର୍ମୀଣୀଙ୍କଠାରୁ କିଛି ଟଙ୍କା ଉଧାର ନେଇଥିଲେ। ସେ ଉଧାର ଦେଇ ଥିବା ଟଙ୍କା ଫେରସ୍ତ ମାଗିବାରୁ ଜାକିର ତାଙ୍କ ବେକରେ ବହୁବାର ଛୁରି ଭୁସି ହତ୍ୟା କରିବା ପରେ ମୃତା ସହ-କର୍ମୀଣୀଙ୍କ ପରିଚୟ ନଷ୍ଟ କରିବା ପାଇଁ ତାଙ୍କ ମୁହଁରେ ଏସିଡ୍‌ ଢାଳି ଦେଇଥିଲେ। ଶନିବାର ଦିନ ସେକ୍ଟର୍‌ ୧୪୮ ମେଟ୍ରୋ ଷ୍ଟେସନ୍‌ ନିକଟରୁ ‘ଗ୍ରେଟର୍‌ ନଏଡା’ ପୁଲିସ ତାଙ୍କ ଶବ ଉଦ୍ଧାର କରିଥିଲା।

ପୁଲିସ କହିଛି, ରେଳବାଇ ଷ୍ଟେସନ୍‌ରେ କିରାଣି ଚାକିରି କରୁଥିବା ଉକ୍ତ ସହ-କର୍ମୀଣୀ ୨୦୧୮ ଓ ୨୦୧୯ରେ ‘ପର୍ସନାଲ୍‌ ଲୋନ୍‌’ ଉଠାଇ ଅଭିଯୁକ୍ତଙ୍କୁ ୧୧ ଲକ୍ଷ ଟଙ୍କା ଦେଇଥିଲେ।

ମାଆ ସେପ୍ଟେମ୍ବର ୮ ତାରିଖରୁ ନିଖୋଜ ହୋଇଯାଇଥିବା କଥା ମୃତା ମହିଳାଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ। ସେପ୍ଟେମ୍ବର ୯ ତାରିଖ ରାତି ପ୍ରାୟ ୮ଟା ବେଳେ ‘ଗ୍ରେଟର୍‌ ନଏଡା’ ଅନ୍ତର୍ଗତ ନଲେଜ୍‌ ପାର୍କ ଥାନାରୁ ପରିବାର ଲୋକେ ତାଙ୍କ ମାଆଙ୍କ ମୃତ୍ୟୁ ବିଷୟରେ ଫୋନ୍‌ ପାଇଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ସେପ୍ଟେମ୍ବର ୮ ତାରିଖ ଦିନ ଅପରାହ୍ଣ ପ୍ରାୟ ୨ଟା ବେଳେ ମହିଳା କିରାଣି ଅଫିସରୁ ଚାଲିଯାଇଥିଲେ। ସେଦିନ ଜାକିର ଛୁଟିରେ ଥିଲେ। ପୁଲିସ ତାଙ୍କ ମୋବାଇଲ୍‌କୁ ଯୋଗାଯୋଗ କରିବାରୁ ତାହା ବନ୍ଦ ଥିବା ଜଣାପଡ଼ିଥିଲା।

ତା’ପରେ ପ୍ରାୟ ୨୦ ଘଣ୍ଟା କାଳ ୬୦ଟି ସ୍ଥାନରେ ଚଢ଼ଉ କରି ପୁଲିସ ଜାକିରଙ୍କୁ ସୁଭାଷ ବିହାରରୁ ଗିରଫ କଲା। ସହ-କର୍ମୀଣୀ ତାଙ୍କୁ ଉଧାର ଟଙ୍କା ମାଗିବାରୁ ସେ ତାଙ୍କୁ ହତ୍ୟା କରିଥିବା କଥା ଜାକିର୍‌ ସ୍ବୀକାର କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button