ନୀତି

ହେଲ୍‌ମେଟ୍‌ରେ ପଶିଥିଲା ଗୋଖରଛୁଆ; ଜାଣିପାରି ଦଂଶନରୁ ବଞ୍ଚିଗଲେ ସ୍କୁଟର୍‌ ମାଲିକ – Utkal Mail


ତ୍ରିସୂର: କେରଳ ରାଜ୍ୟର ତ୍ରିସୂର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ହେଲ୍‌ମେଟ୍‌ ଭିତରୁ ଛୋଟ ଗୋଖରସାପଟିଏ ଉଦ୍ଧାର କରାଯାଇଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ତ୍ରୀସୂରବାସୀ ସୋଜାନ୍‌ ନାମରେ ଜଣେ ବ୍ୟକ୍ତି ତାଙ୍କ କର୍ମସ୍ଥଳରେ ଥିବା ପାର୍କିଙ୍ଗ୍‌ରେ ସ୍କୁଟର୍‌ ରଖି ସେଠାରେ ହେଲ୍‌ମେଟ୍‌ ରଖିବାକୁ ଉଦ୍ଦିଷ୍ଟ ସ୍ଥାନରେ ହେଲ୍‌ମେଟ୍‌ ରଖିଥିଲେ। ସନ୍ଧ୍ୟାରେ କର୍ମସ୍ଥଳରୁ ଫେରିବା ବେଳେ ସେ ସ୍କୁଟର୍‌ ବାହାର କରିବାକୁ ଗଲାବେଳେ କ’ଣ ଗୋଟାଏ ତାଙ୍କ ହେଲ୍‌ମେଟ୍‌ ଭିତରକୁ ପଶିଯାଉଥିବାର ତାଙ୍କ ନଜର ପଡ଼ିଲା।

Image Courtesy of NDTV

ସୋଜାନ୍‌ କହିଛନ୍ତି, ମୋର ମନେହେଲା, ସେଇଟା ସାପଟାଏ। ତେଣୁ, ତୁରନ୍ତ ମୁଁ ସ୍ଥାନୀୟ ବନ ବିଭାଗକୁ ଏ ବିଷୟରେ ସୂଚନା ଦେଲି। ତା’ପରେ ସେମାନେ ପଠାଇଥିବା ଲିଜୋ ନାମରେ ଜଣେ ସାପ ଉଦ୍ଧାକରୀ ପାର୍କିଙ୍ଗ୍‌ସ୍ଥଳରେ ପହଞ୍ଚିଲେ।

ସେ ତନ୍ନ ତନ୍ନ କରି ‌ହେଲ୍‌ମେଟ୍‌ଟିକୁ ଯାଞ୍ଚ କରିବା ପର ସାପଟିଏ ଲୁଚି ରହିଥିବା ଦେଖିଲେ। ତା’ ଲଞ୍ଜପଟୁ ଟାଣି ତାକୁ ବାହାରକୁ ଆଣିଲେ। ଲିଜୋ କହିଛନ୍ତି, ଗୋଖରଛୁଆଟି ମାତ୍ର ୨ ମାସର ହେବ। କିନ୍ତୁ, ଛୁଆ ଗୋଖରର ଦଂଶନ ବଡ଼ ଗୋଖର ଦଂଶନଠାରୁ ମାରାତ୍ମକ। କାରଣ ଛୋଟ ସାପର ବିଷ ଅତି ଉତ୍କଟ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button