ଦେଶ ବିଦେଶ

ଗିନିଜ ବୁକ୍ ବିଶ୍ଵ ରେକର୍ଡ ରେ ରହିଛି ଏହି ସବୁ ଭାରତୀୟମାନଙ୍କ ନାମ – କାରନାମା ସବୁ ଜାଣିଲେ ଆପଣ ବି ଗର୍ବ କରିବେ – ତାଙ୍କ ପାଇଁ ଶେୟାର ଗୋଟିଏ କରନ୍ତୁ

ଗିନିଜ ବୁକ୍ ବିଶ୍ଵ ରେକର୍ଡ ରେ ରହିଛି ଏହି ସବୁ ଭାରତୀୟମାନଙ୍କ ନାମ

ଅପାଣଙ୍କ ଆଖ ପାଖରେ ଯେବେ କିଏ କିଛି ଅଦଦ୍ଭୁତ ଧରଣର କିଛି ଗୋଟେ କାମ କଲେ ଲୋକ କୁହନ୍ତି ଏହି ଲୋକର ନାମ ତ ଗିନିଜ ବୁକ୍ ରେକର୍ଡ ରେ ରହିବା କଥା । ଆଜ୍ଞା ହଁ ଗିନିଜ ବୁକ୍ ଓଫ ୱର୍ଲ୍ଡ ରେକର୍ଡ ରେ ସେହି ମାନଙ୍କ ନାମ ଆସିଥାଏ ଯେଉଁ ମାନେ  ଅନ୍ୟମାନଙ୍କ ଠାରୁ ଭିନ୍ନ । ଏହି ବହି ପ୍ରତି ବର୍ଷ ବାହାରିଥାଏ, ଓ ପ୍ରତି ବର୍ଷ ଏଥିରେ ବହୁତ ଭାରତୀୟଙ୍କ ନାମ ମଧ୍ୟ ବାହାରିଥାଏ । କାହାର ଗୋଦା ବହୁତ ଲାମ୍ବା, କାହାର କେଶ ଏତେ ଲମ୍ବା ଏହି ସବୁ ରେକର୍ଡ କରିଥିବା ଲୋକଙ୍କର ନାମ ଏଥିରେ ରହିଥାଏ । ଆସନ୍ତୁ ଜାଣିବା ସେମିତି କିଛି ଲୋକଙ୍କ ବିଷୟରେ ଯେଉଁମାନଙ୍କ ନାମ ଏହି ବୁକ୍ ରେ ରହିଛି ।

ଉଚ୍ଚତା-

 

ଜ୍ଯୋତି ନାମକ ଜେନ ମହିଳାର ଉଚ୍ଚତା 62.8 ସେଣ୍ଟିମିଟର ଓ ସେ ନାଗପୁରର ନିବାସୀ । ତାଙ୍କର ଏହି ଉଚ୍ଚତା ପାଇଁ ତାଙ୍କ ନାମ ଗିନିଜ ବୁକ୍ ରେ ରହିଛି । ତାଙ୍କ ଉଚ୍ଚତା ବହୁତ ଥର ମପା ଯାଇଛି, ସେ ଏହି ଦୁନିଆରେ ବଞ୍ଚିଥିବା ସବୁଠୁ ଛୋଟ ମହିଳା ଅଟନ୍ତି । ଲୋକ ନିଜ ଉଚ୍ଚତାକୁ ନେଇ ଲାଜ କରନ୍ତି କିନ୍ତୁ ଆଜି ସେ ତାଙ୍କର ଏହି ଉଚ୍ଚତା ପାଇଁ ଗିନିଜ ବୁକ୍ ରେ ନାମ କରିଛନ୍ତି ।

 

ନିଷ-

ନିଷ ହବ ତ ନତ୍ଥୂଲାଲଙ୍କ ଭଳି ନଚେତ ନାହିଁ, ନିଷ ରଖିବାର ସୌକିନ ତ ଏହି ଲୋକ ମଧ୍ୟ, କିନ୍ତୁ ନତ୍ଥୂଲାଲଙ୍କଠୁ ଆଙ୍କର ବହୁତ ବଡ ନିଷ । ସେ ତାଙ୍କ ନିଷକୁ ଏତେ ଭଲ ପାଆନ୍ତି ଯେ ସେ ତାକୁ ଆଜି ଯାକେ କାଟି ନାହାନ୍ତି । ରାମ 1970 ମସିହାରୁ ନେଇ ଆଜି ପର୍ଯ୍ୟନ୍ତ ନିଜ ନିଷରେ କଇଁଚି ଲାଗାଇ ନାହାନ୍ତି । ଏବଂ ସବୁଦିନ ଦିନକୁ 2ଘଣ୍ଟା ସେ ଏହାର ଧ୍ୟାନ ରଖିବାରେ ବିତାନ୍ତି । ତାଙ୍କ ନିଷର ଲମ୍ବ 18.5 ft ।

 

ଟାଇପିଙ୍ଗ-

 

ଆପଣ କେତେ ଶୀଘ୍ର ଟାଇପ୍ କରିପାରିବେ? ଆପଣ କହିବେ ଏହା ତ ଅଭ୍ଯାସ ଉପରେ ନିର୍ଭର କରେ, ଯେତେ ଅଭ୍ଯାସ କରିବା ସେତେ ଶୀଘ୍ର ଟାଇପ କରିବ । କିନ୍ତୁ ଆମେ ଆପଣଙ୍କୁ ଯଦି ନାକରେ ଟାଇପ କରିବାକୁ କହିବେ ତେବେ ଆପଣ କଣ କହିବେ? ଆଜ୍ଞା ହଁ ମୋହମ୍ମଦ ଖୁର୍ଶୀଦ ହୁସୈନ ମାତ୍ର 6 ଘଣ୍ଟାର ଅଭ୍ଯାସ ପରେ 47 ସେକେଣ୍ଡ ରେ 103 ଶବ୍ଦ ଟାଇପ କରି ୱର୍ଲ୍ଡ ରେକର୍ଡ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button