ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ ଜାରି କରିଛି। ଏହି ମାମଲାରେ ମାର୍ଚ୍ଚ ୧୫ରେ ଲାଲୁ ପ୍ରସାଦ ଯାଦବ, ରାବିଡୀ ଦେବୀ, ତାଙ୍କ ୨ ଝିଅଙ୍କ ସମେତ ୧୬ ଅଭିଯୁକ୍ତ କୋର୍ଟରେ ହାଜର ହେବେ । ପୂର୍ବରୁ ଲାଲୁ ପ୍ରସାଦ ଓ ରାବିଡି ଦେବୀଙ୍କୁ ଏହି ମାମଲାରେ ସିବିଆଇ ଜେରା କରିସରିଛି । ଉକ୍ତ ମାମଲାରେ ଗତକାଲି ଇଡି ତେଜସ୍ୱୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ୍ କରିବା ସହ ତାଙ୍କୁ ୧୧ଘଣ୍ଟା ଜେରା କରିଥିଲା ।
ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ବିରୋଧୀଙ୍କୁ ହଇରାଣ କରିବାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଲଲନ ସିଂହ କହିଛନ୍ତି । ଅନ୍ୟପଟେ ଲାଲୁ ପ୍ରସାଦ ଯାଦବ ମଧ୍ୟ ଟ୍ୱିଟ୍ କରି କେନ୍ଦ୍ର ସରକାର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏଥିପାଇଁ ଦାୟୀ ବୋଲି କହିଛନ୍ତି ।
Back to top button