କ୍ରାଇମ
କନ୍ଦରପୁର ଡକାୟତି ଘଟଣା: ମଙ୍ଗୁକୁ ଏନକାଉଣ୍ଟର ପରେ ୬ ଅଭିଯୁକ୍ତ ଗିରଫ – Utkal Mail
କଟକ: କମିସନରେଟ ପୁଲିସ କଟକ କନ୍ଦରପୁର ଡକାୟତି ଘଟଣାର ପର୍ଦାଫାଶ କରିଛି। ଏହି ମାମଲା ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣା ଓରଫ ମଙ୍ଗୁକୁ ଦୁଇ ଦିନ ତଳେ ପୁଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଏହି ଗ୍ୟାଙ୍ଗର ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ୬ ତାରିଖ ଦିନ କନ୍ଦରପୁର ମତଗଜପୁର ଅଂଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଉପରକୁ ଗୁଳି ଚଳାଇ ଏହି ଗ୍ୟାଙ୍ଗ ଲୁଟ କରି ଥିଲା ଏବଂ ବିକାଶଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ୨୫ ହଜାର ଟଙ୍କା ନଗଦ ଲୁଟ ହୋଇ ଥିବା ଅଭିଯୋଗ ହୋଇ ଥିଲା। ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ସୁନା ଚୁଡ଼ି, କିଛି ରୂପା ଅଳଙ୍କାର ଓ ୩ଟି ଅଫୁଟା ଗୁଳି ଜବତ ହୋଇଛି । କଟକ ଡିସିପି ପିନାକ ମିଶ୍ର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମଙ୍ଗୁ ଏକ ଗ୍ୟାଙ୍ଗ ତିଆରି କରି ଅପରାଧୀକ କାର୍ଯ୍ୟକଳାପ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ଥିଲା ବୋଲି ସୂଚନା ଦେଇଛନ୍ତି।