ଏହି ମୁଦି ପିନ୍ଧିବା ଦ୍ଵାରା ବଦଳିଯାଏ ଭାଗ୍ୟ, ଚାକିରି ପାଇଁ ଚିନ୍ତିତ ଥିଲେ ନିଶ୍ଚୟ ଦେଖନ୍ତୁ

। ସୂଚନା ଅନୁସାରେ କଇଁଛ ନାମକ ପ୍ରାଣୀକୁ ଭଗବାନ ନାରାୟଣଙ୍କର ଅଂସ ବୋଲି କୁହାଯାଇଥାଏ । ସମୁଦ୍ର ମନ୍ଥନ ସମୟରେ କଇଞ୍ଛର ଜାତ ହୋଇଥିଲା । ଏହା ସହିତ ସେହି ସମୟରେ ମା ଲକ୍ଷ୍ମୀ ମଧ୍ୟ ସେହି ଠାରୁ ଆସିଥିଲେ । ତେଣୁ କଇଞ୍ଛକୁ ମଧ୍ୟ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଇଥାଏ । ଏହା ପାଣିରେ ରହୁଥିବାରୁ ଏହା ମଧ୍ୟରେ ସକାରାତ୍ମକ ଊର୍ଜା ବହୁ ପରିମାଣରେ ରହିଥାଏ । ଏହା ଯୋଗୁ ବାସ୍ତୁ ଶାସ୍ତ୍ରରେ କଇଞ୍ଛକୁ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ ।
କଇଞ୍ଛ ଶାନ୍ତି, ସମୃଦ୍ଧି ଓ ଧର୍ଜ୍ୟର ପ୍ରତୀକ ମଧ୍ୟ କୁହାଯାଇଥାଏ । କଇଁଛ ମୁଦିକୁ ନିଜ ହାତରେ ଧାରଣ କରିବା ଦ୍ଵାରା ବ୍ୟକ୍ତିକୁ ଅନେକ ଫାଇଦା ମିଳିଥାଏ । ଏହି ମୁଦିକୁ ପିନ୍ଧିବା ଦ୍ଵାରା ମନୁଷ୍ୟର ଅଧିକ ମାତ୍ରାରେ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ । କଇଁଛ ମୁଦିକୁ ପିନ୍ଧିବା ସମୟରେ ତା’ ର ମୁଣ୍ଡ ପାଖ ସବୁବେଳେ ନିଜ ଆଡକୁ କରି ରଖିବା ଉଚିତ ହୋଇଥାଏ । ଯାହା ଦ୍ଵାରା ଧନ ସମୃଦ୍ଧି ଆପଣଙ୍କର ବୃଦ୍ଧି ପାଇବ ।
କାରଣ କଇଁଛ ର ମୁଣ୍ଡ ବାହାର ପଟକୁ ହୋଇ ରହିଲେ । ଆପଣଙ୍କର ଲାଭ ହେବା ଅପେକ୍ଷା କ୍ଷତି ଘଟିଥାଏ । ଏହି ମୁଦିକୁ ଡାହାଣ ହାତରେ ବିଶି ଆଙ୍ଗୁଠିରେ ଧାରଣ କରିବା ଉଚିତ ହୋଇଥାଏ । କୁମ୍ଭ, ଧନୁ, ତୁଳା, ସିଂହ ଓ ବିଛା ଏହି ରାଶିର ଲୋକ ମାନେ ନିଜ ଡାହାଣ ହାତର ବିଶି ଆଙ୍ଗୁଠିରେ ପିନ୍ଧିପାରିବେ ।
ମେଷ, ମୀନ, କନ୍ୟା, ତୁଳା ଓ କର୍କଟ ରାଶିର ଲୋକ ମାନେ ଏହାକୁ ଡାହାଣ ହାତର ମଝି ଆଙ୍ଗୁଠିରେ ଧାରଣ କରିବା ଉଚିତ ହୋଇଥାଏ । ବୃଷ ଓ ମିଥୁନ ରାଶିର ଲୋକ ମାନେ ଏହି କଇଁଛ ମୁଦିକୁ ରିଙ୍ଗ ଫିଙ୍ଗର ତଥା ପରୀ ଆଙ୍ଗୁଠିରେ ପିନ୍ଧିବା ଉଚିତ ହୋଇଥାଏ । ଶୁକ୍ରବାର ଦିନ ଘରକୁ ଏହି ମୁଦି କିଣି ଆଣି ସାରିଲା ପରେ ଠାକୁର ଘରକୁ ନେଇ ମା ଲକ୍ଷ୍ମୀଙ୍କର ଫୋଟ କିମ୍ବା ମୂର୍ତ୍ତି ସାମ୍ନାରେ ଏହାକୁ ରଖିବେ ।
ଏହା ପରେ ସେହି ମୁଦିକୁ କ୍ଷୀର ଓ ପାଣିର ମିଶ୍ରଣରେ ଧୋଇବେ । ଏହା ପରେ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଯଥା ଓଁ ଶ୍ରୀଂ ଶ୍ରୀୟେ ନମଃ ଓଁ ହ୍ରୀଙ୍ଗ ଶ୍ରୀଂ ଲକ୍ଷ୍ମୀଭ୍ୟୋ ନମଃ ଏହି ମନ୍ତ୍ରକୁ ୧୦୮ ଥର ଜପ କରି ଧୂପ ଦୀପ ଦେଇ ନିଜ ରାଶି ଅନୁସାରେ ଯେଉଁ ହାତରେ ପିନ୍ଧିବା ଉଚିତ ସେହି ଅନୁସାରେ ପିନ୍ଧିବେ । କନ୍ୟା, ବିଛା ଓ ମୀନ ରାଶିର ଲୋକ ମାନେ ଶୁକ୍ରବାର ଦିନ ଧାରଣ ନକରି ମଙ୍ଗଳବାର ଦିନ ଧାରଣ କରିବେ ।