ମନୋରଞ୍ଜନ

ଛୋଟବେଳେ ମା’ କହିଥିବା ଗୋଟେ କଥା ପାଇଁ ଝିଅଟି ୨୮ ବର୍ଷ ହେବ କାଟି ନାହିଁ ନିଜର ଚୁଟି, ଜାଣନ୍ତୁ କାହିଁକି?

ପ୍ରତ୍ୟେକ ଝିଅ ଲମ୍ବା, ଗହବା ଓ ସୁନ୍ଦର ବାଳର ସ୍ଵପ୍ନ ଦେଖନ୍ତି, ଯାହା ପାଇଁ ସେମାନେ ବିଭିନ୍ନ ପ୍ରକାରର ଉପାୟ ବାଛନ୍ତି। ପ୍ରତ୍ୟେକ ଝିଅ ସୁନ୍ଦର ବାଳକୁ ଭଲ ପାଆନ୍ତି, କିନ୍ତୁ ବହୁତ ଥର ଆପଣ ଇଚ୍ଛା କରି ମଧ୍ୟ ଆପଣଙ୍କ ବାଳକୁ ବଢାଇ ପାରନ୍ତି ନାହିଁ ଏବଂ ଏହାପରେ ଆପଣ ବହୁତ ପ୍ରକାରର ସାମ୍ପୋ ବଦଳାଇ ଦେଖନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଯୁବତୀଙ୍କ ସହିତ ପରିଚୟ କରାଇଦେବାକୁ ଯାଉଛୁ ଯିଏ ତାଙ୍କ ବାଳ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି ।

ଆଜ୍ଞା ହଁ , ଆମେ ଯେଉଁ ମହାଶୟାଙ୍କ ବିଷୟରେ କହୁଛୁ, ତାଙ୍କ ବାଳ ଭୂମିକୁ ଛୁଏଁ, ତେବେ ଆପଣ ଏବେ ଭବିପାରୁଥିବେ ତାଙ୍କର ବାଳ କେତେ ଲମ୍ବା ହୋଇଥିବ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କ’ଣ ବିଶେଷ କଥା ରହିଛି । ଆମେ କଥା ହେଉଛୁ ୟୁକ୍ରେନରେ ରହୁଥିବା ଏଲେନା କ୍ରାବଚେଙ୍କୋଙ୍କ ବିଷୟରେ , ଯିଏ ୨୮ ବର୍ଷ ହେଲାଣି ନିଜ ବାଳ କାଟିନାହାନ୍ତି। ଏବେ ତାଙ୍କ ବୟସ ୩୨ ବର୍ଷ ଅଟେ ।

ସେ ତାଙ୍କ ମାଙ୍କ ପାଇଁ ବାଳ କାଟନ୍ତି ନାହିଁ। ସେ କହନ୍ତି ଯେତେବେଳେ ମୁଁ ୫ ବର୍ଷର ଥିଲି ସେତେବେଳେ ମା ଗୋଟିଏ କଥା କହିଥିଲେ ଯେଉଁ କଥା ମୁ ଆଜି ପର୍ଯ୍ୟନ୍ତ ମାନି ଆସୁଛି । ତାଙ୍କ ମାଙ୍କ କହିବା କଥା ଦୁନିଆରେ ଲମ୍ବା ବାଳ ଥିବା ମହିଳାଙ୍କ ଠାରୁ ଅଧିକ ସୁନ୍ଦର କେହି ନୁହେଁ ।

ଏହା ସହିତ ତାଙ୍କ ମା ଏହା ମଧ୍ୟ କହିଥିଲେ ଯେ ସ୍ତ୍ରୀର ସୌନ୍ଦର୍ଯ ତାର ବାଳରେ ହିଁ ଥାଏ ଏବଂ ଯାହାର ବାଳ ଲମ୍ବା ଅଟେ ତାଠାରୁ ଅଧିକ ସୁନ୍ଦର କେହି ନୁହେଁ । ଏଲେନା କ୍ରାବଚେଙ୍କୋ କହିଲେ ଯେ ସେହି ଦିନଠାରୁ ମୁଁ ଆଜି ପର୍ଯ୍ୟନ୍ତ ନିଜ ବାଳ କେବେ ବି କାଟି ନାହିଁ ଏବଂ ଆଜି ମୋ ବାଳ ଭୂମିକୁ ଛୁଏଁ ଯେଉଁଟା ମୋ ପାଇଁ ଗର୍ବର ବିଷୟ ।

ଏଲେନା କ୍ରାବଚେଙ୍କୋଙ୍କ ବାଳ ୨ ମିଟର ବା ୬.୫ ଫୁଟ ଲମ୍ବା ଅଟେ ଯେଉଁଟା କି ବହୁତ ବଡ କଥା। ସେ ନିଜ ବାଳର ବହୁତ ଯତ୍ନ ନିଅନ୍ତି ।

ଏଲେନା କ୍ରାବଚେଙ୍କୋ ଆଗକୁ କହିଛନ୍ତି କି ବାଳର ଯତ୍ନ ନେବା ପାଇଁ ତାକୁ ଗଣ୍ଠି ପକାଇ ରଖିବାକୁ ପଡେ କିନ୍ତୁ ଏତେ ଲମ୍ବା ବାଳକୁ ଗଣ୍ଠି ପକାଇ ରଖିବା ତାଙ୍କ ପାଇଁ ସହଜ ହୋଇ ନ ଥାଏ କାରଣ ଏହା ବହୁତ ଓଜନ ହୋଇଥାଏ । ଏହା ବ୍ୟତୀତ ସେ ସପ୍ତାହ ଶେଷରେ ନିଜ ବାଳ ଖୋଲିଥାନ୍ତି ଓ କିଛି ପିଲାଙ୍କୁ ଏହା ସହିତ ଖେଳିବାକୁ ମଧ୍ୟ ଦେଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button