କ୍ରାଇମ

ବସ୍ ସହିତ ବୋଲେରୋ ଧକ୍କା ହୋଇ ୧୦ ମହାକୁମ୍ଭ ଶ୍ରଦ୍ଧାଳୁ ମୃତ

ପ୍ରୟାଗରାଜ: ମିର୍ଜାପୁର-ପ୍ରୟାଗରାଜ ରାଜପଥରେ ଏକ ବସ୍ ସହିତ ବୋଲେରୋ ଧକ୍କା ହୋଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିିଛି।

ପୁଲିସ କହିଛି ଯେ ମିର୍ଜାପୁର-ପ୍ରୟାଗରାଜ ରାଜପଥରେ ଏକ ବସ୍ ସହିତ ବୋଲେରୋ କାର ଧକ୍କା ହେବା ଫଳରେ ଛତିଶଗଡ଼ରୁ ଆସିଥିବା ସମସ୍ତ ଭକ୍ତଙ୍କ ମଧ୍ୟରୁ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟରାତ୍ରିରେ ଘଟିଥିବା ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

କାରରେ ଯାତ୍ରା କରୁଥିବା ସମୟରେ ମୃତ୍ୟୁବରଣ କରିଥିବା ଭକ୍ତମାନେ ଛତିଶଗଡ଼ର କୋରବାର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପାଇଁ କୁମ୍ଭକୁ ଯାଉଥିଲେ। ଦୁର୍ଘଟଣା ସମୟରେ ବସ୍‌ରେ ମଧ୍ୟପ୍ରଦେଶର ରାଜଗଡ଼ର ତୀର୍ଥଯାତ୍ରୀ ମଧ୍ୟ ଥିଲେ।

ତେବେ ଦୁର୍ଘଟଣା ପରେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ସ୍ୱରୂପ ରାଣୀ ମେଡିକାଲ ହସ୍ପିଟାଲକୁ ନିଆଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ପ୍ରୟାଗରାଜ ଅତିରିକ୍ତ ଏସପି ବିବେକ ଚନ୍ଦ୍ର ଯାଦବ କହିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button